ମୋବାଇଲ  ରିଚାର୍ଜ ପ୍ଲାନ ୨୮ ଦିନର କାହିଁକି?

ଅନେକ ଟେଲିକମ୍‌ କମ୍ପାନୀ ନିଜର ରିଚାର୍ଜ ପ୍ୟାକର ଦାମ ବୃଦ୍ଧି କରିଦେଇଛନ୍ତି।ତେବେ କ'ଣ ପାଇଁ ମୋବାଇଲ ରିଚାର୍ଜ ପ୍ଲାନ ୩୦-୩୧ ଦିନର ନହୋଇ ୨୮ ଦିନର ହୋଇଥାଏ? ଆଜି ଜାଣନ୍ତୁ କାରଣ 

ଅନେକ ଟେଲିକମ୍‌ କମ୍ପାନୀ ନିଜର ରିଚାର୍ଜ ପ୍ୟାକର ଦାମ ବୃଦ୍ଧି କରିଦେଇଛନ୍ତି। ଯାହାପରେ ଗ୍ରାହକଙ୍କ ଖର୍ଚ୍ଚ ଅଧିକ ବଢ଼ିଯାଇଛି। ଏବେ ଗରିବ ଠାରୁ ଧନୀ ସମସ୍ତଙ୍କ ପାଇଁ ଏହା ମହଙ୍ଗା ହୋଇଯାଇଛି। ତେବେ ଆପଣ କେବେ ଭାବିଛନ୍ତି କୌଣସି ବି କମ୍ପାନୀର ପ୍ଲାନ ଭ୍ୟାଲିଡିଟୀ ୨୮ ଦିନର କାହିଁକି ରହିଥାଏ। ଯଦି ଗ୍ରାହକ ମାସିକିଆ ରିଚାର୍ଜ କରନ୍ତି ତାହେଲେ ଗ୍ରାହକଙ୍କୁ ୩୦ ଦିନ କିମ୍ବା ୩୧ ଦିନ ପରିବର୍ତ୍ତେ ୨୮ ଦିନର ବୈଧତା ପ୍ଲାନ ମିଳିଥାଏ।

ଟେଲିକମ୍‌ କମ୍ପାନୀ ଦ୍ୱାରା ମାସର ରିଚାର୍ଜ କେବଳ ୨୮ ଦିନ ପର୍ଯ୍ୟନ୍ତ ହିଁ ରହିଥାଏ, କିନ୍ତୁ ଏହା ମନ୍ଥଲୀ ରିଚାର୍ଜ ପ୍ଲାନରେ ମିଳିଥାଏ। ତେବେ ଏମିତି କାହିଁକି ହୋଇଥାଏ, ଆପଣ ତ ମାସିକିଆ ରିଚାର୍ଜ କରନ୍ତି କିନ୍ତୁ ପୂରା ମାସ ନ ରହି ତାହା ୨୮ ଦିନର କାହିଁକି ହୋଇଥାଏ। କେବେ ଆପଣଙ୍କ  ମନରେ ଏହି ପ୍ରଶ୍ନ ଆସିଛି ଯେ ଏୟାରଟେଲ, ଭୋଡା-ଆଇଡିଆ ଏବଂ ଜିଓ ଭଳି ଟେଲିକମ୍‌ କମ୍ପାନୀ କାହିଁକି ନିଜ ମନ୍ଥଲୀ ରିଚାର୍ଜ ପ୍ୟାକକୁ ୩୦ଦିନ ବଦଳରେ ୨୮ ଦିନ ର ବୈଧତା ସହିତ ଆସିଥାଏ। ଯଦି ଏହାର ଉତ୍ତର ଜାଣିନାହାଁନ୍ତି ତାହେଲେ  ଆଜି ଜାଣନ୍ତୁ । ଏହା ପଛରେ କମ୍ପାନୀକୁ କ’ଣ ଫାଇଦା ମିଳିଥାଏ।

ଜାଣିରଖନ୍ତୁ ଯେ ଭାରତ ରେ ଟେଲିକମ କମ୍ପାନୀ ପକ୍ଷରୁ ଗୋଟିଏ ମାସ ପାଇଁ ପ୍ୟାକ ହେଲେ ୨୮ ଦିନ ପାଇଁ , ୨ ମାସ ପାଇଁ ହେଲେ ୫୬ ଦିନ ଆଉ ୩ ମାସ ପାଇଁ ହେଲେ ୮୪ ଦିନ ପାଇଁ ହେଉଛି। ପ୍ରଥମେ କିଛି କମ୍ପାନୀ ଏହାକୁ ନେଇ ପ୍ଲାନ କରିଥିଲା। ଏବେ କିନ୍ତୁ ରେସ୍‌ ରେ ସମସ୍ତେ ମିଶିଛନ୍ତି। ସମସ୍ତେ ଏତିକି ଦିନର ପ୍ୟାକ ଅଫର କରୁଛନ୍ତି। ପୂରା ମାସ ମାନେ ୩୦ କି ୩୧ ଦିନର ଅଫର ଦେଉନାହାନ୍ତି। ଏମିତିରେ ଦେଖିବାକୁ ଗଲେ କମ୍ପାନୀ ୧୨ ମାସ ବଦଳରେ ୧୩ ମାସର ରିଚାର୍ଜ ଦର ନେଉଛି ।

ଟେଲିକମ୍‌ କମ୍ପାନୀ ନିଜ ଗ୍ରାହକଙ୍କ ଠାରୁ ୩୦ ଦିନର ଟଙ୍କା ନେଇଥାଏ ଏବଂ କେବଳ ୨୮ ଦିନର ବୈଧତା ଉପଲବ୍ଧ କରାଇଥାଏ। ଏହିପରି ଭାବେ ଗ୍ରାହକଙ୍କ ପାଇଁ ତ ୧୨ ମାସ ରହିଥାଏ କିନ୍ତୁ କମ୍ପାନୀ ତା ହିସାବରେ ଆପଣଙ୍କ ଠାରୁ ୧୩ ମାସ ପର୍ଯ୍ୟନ୍ତର ରିଚାର୍ଜ କରାଇଥାଏ। ଏମିତି କରିବା ଦ୍ୱାରା କମ୍ପାନୀର ଗୋଟେ ମାସ ଟଙ୍କା ମାଗଣାରେ ରହିଯାଏ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଜିଓ କମ୍ପାନୀ ଦ୍ୱାରା ମାସିକିଆ ରିଚାର୍ଜ ୨୮ ଦିନର ବୈଧତା ସହିତ ଆରମ୍ଭ କରାଯାଇଛି। ଯାହାପରେ ଅନ୍ୟ କମ୍ପାନୀ ବି ଏହି ବୈଧତା ସହିତ ନିଜ ପ୍ଲାନ ଲଞ୍ଚ୍‌ କରିବାକୁ ଲାଗିଲେ। ଏହାପୂର୍ବରୁ କମ୍ପାନୀ ମନ୍ଥଲୀ ରିଚାର୍ଜ ପ୍ୟାକକୁ ୩୦ ଦିନର ଭ୍ୟାଲିଡିଟୀ ସହିତ ଲଞ୍ଚ୍‌ କରୁଥିଲା।

୨୮ ଦିନର ଭ୍ୟାଲିଡିଟୀ ପ୍ଲାନ ପଛରେ ସବୁ ଗେମ୍‌ ମାର୍କେଟିଙ୍ଗର। ବର୍ଷରେ ୧୨ ମାସ ରହିଥାଏ କିନ୍ତୁ ୨୮ ଦିନ ହିସାବରେ ୧୩ ମାସ ହୋଇଯିବ। ଏମିତି ବି ବୁଝିପାରିବେ ଯେ ୨୮ ୧୩=୩୬୫ ଦିନ ଅର୍ଥାତ ଗୋଟେ ବର୍ଷର ବରାବର। ଏମିତିରେ କମ୍ପାନୀକୁ ଗୋଟେ ମାସର ଫାଇଦା ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.