କାହିଁକି ସ୍ମାର୍ଟଫୋନ୍‌ଗୁଡ଼ିକରେ ରହୁଛି ନନ୍‌ ରିମୁଭେବଲ୍‌ ବ୍ୟାଟେରୀ? ଜାଣନ୍ତୁ ଦୁଇଟି କାରଣ

ଆଜିକାଲି ସ୍ମାର୍ଟଫୋନ୍‌ଗୁଡ଼ିକରେ ଆସୁଛି ନନ୍‌ ରିମୁଭେବଲ୍‌ ବ୍ୟାଟେରୀ। ସମସ୍ତଙ୍କ ମନରେ ଏହାକୁ ନେଇ ଅନେକ ପ୍ରଶ୍ନ ରହିଥାଇପାରେ। ତେବେ କିଛି ଭାରତୀୟ ଏହାକୁ ଅଲଗା କାରଣ ଦର୍ଶାଇଥାଆନ୍ତି। ଯେପରି ନନ୍‌ ରିମୁଭେବଲ୍‌ ବ୍ୟାଟେରୀ ଥିଲେ, ଫୋନ୍‌ର ବ୍ୟାଟେରୀ ତଳେ କାଗଜ ଖଣ୍ଡ ଆଉ ରଖିବାକୁ ପଡ଼ିବ ନାହିଁ। ଏହାସହ ବ୍ୟାଟେରୀ ପାଖରେ ଅନ୍ୟ କୌଣସି ସିମ୍‌ କିମ୍ବା ମେମୋରି କାର୍ଡ ଲୁଚାଇ ରଖାଯାଇପାରିବ ନାହିଁ। କିନ୍ତୁ ଆଜି ଆମେ ଆପଣଙ୍କୁ ଏ ବାବଦରେ ଦୁଇଟି କାରଣ କହିବାକୁ ଯାଉଛୁ।

phn7

-ପ୍ରଥମତଃ ସ୍ମାର୍ଟଫୋନ୍‌ର ଡିଜାଇନ୍‌ ଭଲ ରହିବା ପାଇଁ ଆଜିକାଲି କମ୍ପାନୀଗୁଡ଼ିକ ନନ୍‌ ରିମୁଭେବଲ୍‌ ବ୍ୟାଟେରୀ ଥିବା ସ୍ମାର୍ଟଫୋନ୍‌ ବଜାରରେ ଛାଡ଼ୁଛନ୍ତି।

-ସେହିପରି ସ୍ମାର୍ଟଫୋନ୍‌ ଯେପରି ସ୍ଲିମ୍‌ ତଥା ପତଳା ଦେଖାଯିବ, ସେଥିପାଇଁ ମଧ୍ୟ ଏପରି ଡିଜାଇନ୍‌ କରାଯାଉଛି।

-ଦ୍ୱିତୀୟରେ ଆଜିକାଲି ସ୍ମାର୍ଟଫୋନ୍‌ଗୁଡ଼ିକ ଓ୍ଵାଟରପ୍ରୁଫ୍‌ ଆସୁଛି, ଯେଉଁଥିପାଇଁ ଏଥିରେ ନନ୍‌ ରିମୁଭେବଲ୍‌ ବ୍ୟାଟେରୀ ଦିଆଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.