କୋଲ୍ଡ ଡ୍ରିଙ୍କସର ଖାଲି ବୋତଲ ବଢ଼ାଇବ ଆପଣଙ୍କ WiFi ସ୍ପୀଡ୍‌, ଜାଣନ୍ତୁ ଜବରଦସ୍ତ ଜୁଗାଡ

ଆଜିର ସମୟରେ ଆମର ସବୁକାମ ସ୍ମାର୍ଟଫୋନ ଦ୍ୱାରା ହୋଇପାରୁଛି। ଆଉ ଏହି କାମ ସେତେ ପର୍ଯ୍ୟନ୍ତ ପୂରା ହେବନାହିଁ ଯେତେ ପର୍ଯ୍ୟନ୍ତ ଫୋନରେ ଇଣ୍ଟରନେଟ୍‌ ସୁବିଧା ନାହିଁ। ସାଧାରଣତଃ ଅଧିକାଂଶ ଲୋକଙ୍କ ଘରେ ଓ୍ଵାଇଫାଇ ଲଗାଯାଇଥାଏ ଯାହା ବହୁତ ଭଲ ଇଣ୍ଟରନେଟ୍‌ ସ୍ପୀଡ ଦେଇଥାଏ। ଯଦି ଆପଣଙ୍କ ଘରେ ମଧ୍ୟ ଓ୍ଵାଇଫାଇ ଅଛି କିନ୍ତୁ ସ୍ଲୋ ଇଣ୍ଟରନେଟ ଆପଣଙ୍କୁ ଟେନସନ୍‌ ଦେଉଛିି ତାହେଲେ ଆମେ ଆପଣଙ୍କ ପାଇଁ ଏକ ବଢ଼ିଆ ଜୁଗାଡ ନେଇ ଆସିଛୁ। ଯାହା ସାହାଯ୍ୟରେ ଆପଣ ମାତ୍ର କେଇ ମିନିଟରେ ଓ୍ଵାଇଫାଇର ସ୍ପୀଡକୁ ବଢ଼ାଇପାରିବେ। ଆସନ୍ତୁ ଜାଣିବା ଏହି ଟ୍ରିକ ବିଷୟରେ।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ୟୁଜର୍ସ ଅନେକ ମଜାଳିଆ ଭିଡିଓ ଏବଂ ଫଟୋଜ୍‌ ସେୟାର କରନ୍ତି। କିଛି ଭିଡିଓ ଏମିତି ବି ହୋଇଥାଏ ଯାହା ଆପଣଙ୍କ କାମରେ ମଧ୍ୟ ଆସିପାରେ। ଗତ କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଇଥିଲା ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ କୋଲଡ ଡ୍ରିଙ୍କସର ଏକ ଖାଲି କ୍ୟାନରେ ଆପଣ ନିଜ ଘରେ କିମ୍ବା ଅଫିସରେ ଲାଗିଥିବା ଓ୍ଵାଇଫାଇର ସ୍ପିଡକୁ ବଢ଼ାଇପାରିବେ। ଆସନ୍ତୁ ଜାଣିବା କେମିତି ଆପଣ କେବଳ କୋଲଡ ଡ୍ରିଙ୍କସ୍‌ କ୍ୟାନ୍‌ ଦ୍ୱାରା ଓ୍ଵାଇଫାଇର ସ୍ପୀଡ ବଢ଼ାଇପାରିବେ।

ସୋସିଆଲ ମିଡିଆରେ କରାଯାଇଥିବା ଦାବି ମୁତାବକ ଆପଣ ଓ୍ଵାଇଫାଇ ସ୍ପୀଡ ବଢ଼ାଇବା ପାଇଁ ସର୍ବପ୍ରଥମେ ଆପଣଙ୍କ ପାଖରେ ଥିବା କୋଲ୍ଡ ଡ୍ରିଙ୍କସର ଏକ ଖାଲି ବୋତଲ ନେବାକୁ ହେବ। ଏବେ ଏହି ଖାଲି କ୍ୟାନକୁ ମଝିରୁ କାଟି ଦିଅନ୍ତୁ ଏବଂ ନିଜ ଓ୍ଵାଇଫାଇ ରାଉଟର ଆଣ୍ଟିନା ସହ ଏହି କ୍ୟାନକୁ ଏକଦମ ଫିଟ କରିଦିଅନ୍ତୁ। ବାସ୍‌ ଏତିକି କରିବା ପରେ ଆପଣଙ୍କୁ କିଛି ମିନିଟ ଅପେକ୍ଷା କରିବାକୁ ପଡିବ। ଦେଖିବେ କିଛି ସମୟ ପରେ ଆପଣଙ୍କ ଓ୍ଵାଇଫାଇ ସ୍ପିଡ୍‌ ଏବଂ ରେଞ୍ଜ ଉଭୟ ହିଁ ବଢ଼ିଯିବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହାକୁ ଜଣେ ସୋସିଆଲ ମିଡିଆ ୟୁଜର ପରୀକ୍ଷଣ ଭାବେ କାମ କରିଥିଲେ ଏବଂ ଏଥିରେ ସେ ସଫଳ ବି ହୋଇଥିଲେ। ଏବେ ଆପଣ ଏହି ଟ୍ରିକ୍ସକୁ ଫଲୋ କରି ଦେଖନ୍ତୁ କଣ ସତରେ ଏହି ଟ୍ରିକ୍‌ କାମ କରୁଛି ନା ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.