ସାମସଙ୍ଗ ଲଞ୍ଚ କରିବ କି ପୃଥିବୀର ପ୍ରଥମ ଟ୍ରାନ୍ସପେରେଣ୍ଟ ସ୍ମାର୍ଟଫୋନ୍! ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା

କଳ୍ପନା କରନ୍ତୁ ଏକ ମୋବାଇଲ୍ ଫୋନ୍ ଯାହା ସମ୍ପୂର୍ଣ୍ଣ ଟ୍ରାନ୍ସପେରେଣ୍ଟ । ଯାହାର ସ୍କ୍ରିନ୍ କିମ୍ବା ବଡି ଲୁଚି ନଥିବ ଅର୍ଥାତ ସବୁକିଛି କାଚ ପରି ସ୍ୱଚ୍ଛ । ଯଦିଓ ଏହା ଶୁଣିବାକୁ ଫିଲ୍ମି ଲାଗୁଛି, କିନ୍ତୁ ଏହା ଆଜିକାଲି ଟେକ୍ନୋଲୋଜି ଦୁନିଆରେ ଏକ ଆଲୋଚନାର ବିଷୟ । ଖୁବ ଶୀଘ୍ର ଆସିବାକୁ ଯାଉଛି ଟ୍ରାନ୍ସପେରେଣ୍ଟ ସ୍ମାର୍ଟଫୋନ୍ । ଏହା ଦୁନିଆର ସବୁଠାରୁ ଭିନ୍ନ ସ୍ମାର୍ଟଫୋନ୍ ହେବ । ବର୍ତ୍ତମାନ ଏହା ଉପରେ କାମ କରାଯାଉଛି । ତେବେ କଣ ପ୍ରକୃତରେ ଟ୍ରାନ୍ସପେରେଣ୍ଟ ସ୍ମାର୍ଟଫୋନ୍ ଆସିବ ନା ଏହା କେବଳ ଏକ ସ୍ୱପ୍ନ? ଆସନ୍ତୁ ଜାଣିବା ଏହା ବିଷୟରେ ।
ଆଜିକାଲି ସମୟରେ ପ୍ରତ୍ୟକ ସ୍ମାର୍ଟଫୋନର ଡିଜାଇନ୍ ଏବଂ ଫିଚର୍ସ ପ୍ରାୟ ସମାନ ଦେଖାଯାଉଛି । ଏଭଳି ପରିସ୍ଥିତିରେ ଟ୍ରାନ୍ସପେରେଣ୍ଟ ସ୍ମାର୍ଟଫୋନ୍ ଏକ ନୂଆ ଉତ୍ସାହ ସୃଷ୍ଟି କରିଛି । ସୋସିଆଲ ମିଡିଆ ଏବଂ ଟେକ୍ ୱେବସାଇଟରେ ବହୁତ ଆଲୋଚନା ହେଉଛି । ବିଶେଷକରି ସାମସଙ୍ଗର ଟ୍ରାନ୍ସପେରେଣ୍ଟ ସ୍ମାର୍ଟଫୋନ୍ ବିଷୟରେ । କିଛି ଲୋକ ଦାବି କରୁଛନ୍ତି ଯେ କମ୍ପାନୀ ଗୁପ୍ତ ଭାବରେ ଏକ ଫୋନ୍ ପ୍ରସ୍ତୁତ କରୁଛି ଯାହା ସମ୍ପୂର୍ଣ୍ଣ କାଚ ପରି ଦେଖାଯିବ । ଅର୍ଥାତ ଏହି ସ୍ମାର୍ଟଫୋନ୍ କାଚ ପରି ଟ୍ରାନ୍ସପେରେଣ୍ଟ ରହିବ ।
ଅର୍ଥାତ୍ ଫୋନ୍ ସ୍କ୍ରିନ ପଛ ପଟେ ମଧ୍ୟ ଯାହା ଅଛି ଆପଣ ଦେଖି ପାରିବେ । ତଥାପି, ସାମସଙ୍ଗ ଏ ବିଷୟରେ ଆନୁଷ୍ଠାନିକ ଭାବରେ କିଛି କହିନାହିଁ । ସାମସଙ୍ଗ ଟ୍ରାନ୍ସପେରେଣ୍ଟ ଡ଼ିସପ୍ଲେ ସହିତ କିଛି ପ୍ରୋଟୋଟାଇପ୍ ଦେଖାଇଥିଲେ, କିନ୍ତୁ ସେଗୁଡ଼ିକ କେବଳ କନସେପ୍ଟ ଥିଲା ଏବଂ ସେଲ୍ ପାଇଁ ନୁହେଁ । ତେବେ ଏହି ପରି ଫୋନ୍ ଆଗକୁ ଆସିବ କି ନାହିଁ ଏହା ଉପରେ କୌଣସି ସମ୍ଭାବନା ନାହିଁ । କିନ୍ତୁ ଯେଉଁଭଳି ଭାବେ ଟେକ୍ନୋଲୋଜିର ଅଗ୍ରଗତି ହେଉଛି ହୁଏତ ଏପରି ଫୋନ୍ ଖୁବ୍ ଶୀଘ୍ର ଆସିପାରେ ।
ଏବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହାର ଦାମ୍ । ପ୍ରକୃତରେ, ଏକ ଟ୍ରାନ୍ସପେରେଣ୍ଟ ସ୍ମାର୍ଟଫୋନ୍ ତିଆରି କରିବା ସହଜ ନୁହେଁ । ଏଥିରେ କେବଳ ଏକ ବିଶେଷ ପ୍ରକାରର ସ୍କ୍ରିନ୍ ଲଗାଇବାକୁ ପଡିବ ନାହିଁ, ବରଂ ବ୍ୟାଟେରୀ, କ୍ୟାମେରା, ସର୍କିଟ୍, ସବୁକିଛି ଭିନ୍ନ ଭାବରେ ଡିଜାଇନ୍ କରିବାକୁ ପଡିବ । ଏହି କାରଣରୁ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏପରି ଫୋନର ମୂଲ୍ୟ ପ୍ରାୟ ୧.୨୫ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ହୋଇପାରେ । ଏହାର ଅର୍ଥ ହେଉଛି ଏହା ଏକ ଲଗଜୁରିୟସ ପ୍ରଡକ୍ଟ ହେବ ଏବଂ ସମସ୍ତଙ୍କ ବଜେଟରେ ଫିଟ୍ ହେବ ନାହିଁ ।
ତେବେ ବିଶ୍ୱାସ କରାଯାଉଛି କି ଆଗାମୀ କିଛି ବର୍ଷ ମଧ୍ୟରେ ଯେତେବେଳେ ଟେକ୍ନୋଲୋଜି ଆହୁରି ଶସ୍ତା ଏବଂ ଆଡ଼ଭାନ୍ସ ହେବ ସେହି ସମୟରେ ଟ୍ରାନ୍ସପେରେଣ୍ଟ ଫୋନ୍ ସାଧାରଣ ହୋଇଯାଇପାରେ । କିନ୍ତୁ ଅନ୍ୟପକ୍ଷରେ ଅନେକ ବିଶେଷଜ୍ଞ କହିଛନ୍ତି ଯେ ଏହା କେବଳ ଏକ ଆଖି ଦେଖାଣିଆ । ଅଧିକାଂଶ ଲୋକ ଏକ ମଜବୁତ, ସ୍ଥାୟୀ ଏବଂ ସୁନ୍ଦର ଦେଖାଯାଉଥିବା ଫୋନ୍ ଚାହାଁନ୍ତି, ଏପରି ନୁହେଁ ଯାହା କାଚ ପରି ଭାଙ୍ଗିଯିବ କିମ୍ବା ସୂର୍ଯ୍ୟ କିରଣରେ ଦେଖାଯିବ ନାହିଁ ।
ତେବେ ଦର୍ଶକବନ୍ଧୁ କହି ରଖିବାକୁ ଚାହିଁବୁ ଯେ ଟ୍ରାନ୍ସପେରେଣ୍ଟ ସ୍ମାର୍ଟଫୋନର କନସେପ୍ଟ ନୂଆ ନୁହେଁ କାରଣ ଆଗରୁ ଟ୍ରାନ୍ସପେରେଣ୍ଟ iPhone କୁ ନେଇ ବହୁତ ଚର୍ଚ୍ଚା ହୋଇସାରିଛି । ଏଭଳିକି କିଛି ଦିନ ତଳେ ଆପଲ ଏହି ଭଳି ଫୋନ୍ ଲଞ୍ଚ କରିବ ବୋଲି ବହୁତ ଚର୍ଚ୍ଚା ହେଉଥିଲା କିନ୍ତୁ ତାହା ମଧ୍ୟ କନସେପ୍ଟ ଭିତରେ ସୀମିତ ଅଛି ଏବଂ ବାସ୍ତବରେ ଏହିଭଳି ସ୍ମାର୍ଟଫୋନ୍ ଏପର୍ଯ୍ୟନ୍ତ ଲଞ୍ଚ ହୋଇନାହିଁ । ତେବେ ଆପଲ ଭଳି ଏକ ଅଗ୍ରଣୀ ସ୍ମାର୍ଟଫୋନ୍ ମାନିଫ୍ୟାକଚରର ଏଭଳି କଳ୍ପନାକୁ ବାସ୍ତବତାର ରୂପ ଦେଇପାରିନଥିବା ବେଳେ ସାମସଙ୍ଗ କେତେ ଦୂର ସଫଳ ହେବ ଦେଖିବାକୁ ବାକି ରହିଲା ।
Also read: ଲଞ୍ଚ ହେଲା ୩୦୦ ଟଙ୍କାର ଶସ୍ତା ରିଚାର୍ଜ ପ୍ଲାନ, ମୋବାଇଲ୍ ୟୁଜର୍ସଙ୍କୁ ପ୍ରତ୍ୟେକ ଦିନ ମିଳିବ ୩GB ଡାଟା