ସମ୍ପୂର୍ଣ୍ଣ ବଦଳିଯିବ କି Apple Watch SE 3? ମିଳିବ ଅନେକ କଲରଫୁଲ୍ ଅପ୍ସନ୍

ଚଳିତ ବର୍ଷ ଆପଲ୍ ୱାଚ୍ ଲାଇନ୍ଅପ୍ ରେ ଏକ ବଡ ଅପଡେଟ୍ ଦେଖିବାକୁ ମିଳିପାରେ । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ବର୍ଷ କମ୍ପାନୀ ପ୍ଲାଷ୍ଟିକ୍ ବଡି ଏବଂ ନୂଆ ଲୁକ୍ ସହିତ Apple Watch SE 3 କୁ ଅପଡେଟ୍ କରିପାରିବ । ଏହା ବ୍ୟତୀତ Apple Watch 11 ସିରିଜ୍ ଏବଂ ଅଲ୍ଟ୍ରା 3 ରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ । ଏଗୁଡିକ ସହିତ ଜଡିତ କିଛି ଲିକ୍ ସାମ୍ନାକୁ ଆସିଛି, ଯାହା ଦର୍ଶାଏ ଯେ ଆପଲ୍ ଏହାର ୱାଚ୍ ଲାଇନ୍ଅପ୍ ରେ କ’ଣ ପରିବର୍ତ୍ତନ କରିପାରିବ । ତେବେ ଆସନ୍ତୁ ଏହା ବିଷୟରେ ଜାଣିବା ।
ଏହି ୱାଚ୍ ବିଷୟରେ କିଛି ସୂଚନା ସାମ୍ନାକୁ ଆସିଛି । ଦୀର୍ଘ ସମୟ ପରେ ଏହାର ଡିଜାଇନରେ ପରିବର୍ତ୍ତନ ଦେଖାଯାଇପାରେ । ୨୦୨୦ରେ ଆରମ୍ଭ ହୋଇଥିବା ପ୍ରାରମ୍ଭିକ SE ମଡେଲ୍ ୨୦୧୮ରେ ଆରମ୍ଭ ହୋଇଥିବା ଆପଲ୍ ୱାଚ୍ ସିରିଜ୍ 4 ର ଡିଜାଇନ୍ ଉପରେ ଆଧାରିତ ଥିଲା । ଏଥର କମ୍ପାନୀ ୨୦୨୧ର ୱାଚ୍ ସିରିଜ୍ 7 ଉପରେ ଆଧାରିତ ଏକ ଡିଜାଇନ୍ ସହିତ ଏହାକୁ ଲଞ୍ଚ କରିପାରିବ ବୋଲି ସୂଚନା ରହିଛି । ଏହା ମଧ୍ୟ ବିଶ୍ୱାସ କରଯାଏ ଯେ ଏହା ଏକ ସମ୍ପୂର୍ଣ୍ଣ ନୂଆ ଡିଜାଇନ୍ ସହିତ ଅଣାଯାଇପାରେ ।
ଏଥିରେ ଏକ ପ୍ଲାଷ୍ଟିକ୍ ବଡି ମଧ୍ୟ ରହିବ ବୋଲି ଆଶା କରାଯାଉଛି । ଯାହା ଅନେକ କଲର୍ ଅପ୍ସନରେ ଆସିବା ପାଇଁ ସକ୍ଷମ ହେବ । ୱାଚ୍ ସିରିଜ୍ 11 ଏବଂ ଅଲ୍ଟ୍ରା 3 ର ଡିଜାଇନରେ ଆପଲ୍ ଅଧିକ ପରିବର୍ତ୍ତନ କରିବ ନାହିଁ, କିନ୍ତୁ ସେଥିରେ ଅନେକ ନୂଆ ଫିଚର୍ସ ଦିଆଯାଇପାରେ । ଆଶା କରାଯାଏ ଯେ ଅଲ୍ଟ୍ରା 3 ସାଟେଲାଇଟ୍ କନେକ୍ଟିଭିଟି ଏବଂ 5G ରେଡକ୍ୟାପ୍ ଷ୍ଟାଣ୍ଡାର୍ଡକୁ ସପୋର୍ଟ କରିପାରିବ । ଏହା ବ୍ୟତୀତ ବ୍ଲଡ ପ୍ରେସର ଚିହ୍ନଟ କରିବାର ମଧ୍ୟ ଫିଚର୍ସ ଏହି ୱାଚଗୁଡ଼ିକରେ ଯୋଗ କରାଯାଇପାରେ ।
ଏହି ଫିଚର୍ ସ୍ପେସିଫିକ୍ ରିଡିଂ ଦେବ ନାହିଁ, କିନ୍ତୁ ହାଇ ବ୍ଲଡ୍ ପ୍ରେସର୍ ଇତ୍ୟାଦି କ୍ଷେତ୍ରରେ ଏହା ୟୁଜର୍ସଙ୍କୁ ସଚେତନ କରିବ । ଅନେକ ରିପୋର୍ଟରେ କୁହାଯାଇଛି ଯେ ଆପଲ୍ ଏହାର ୱାଚ୍ ଲାଇନ୍ଅପ୍ ପାଇଁ AI ପାୱାର୍ଡ କୋଚିଂ ସର୍ଭିସରେ କାମ କରୁଛି । ଏହା ବ୍ୟତୀତ, ଆଗାମୀ ଆପ୍ ଲାଇନ୍ଅପ୍ ରେ ହେଲ୍ଥ ଆପ୍ ମଧ୍ୟ ଏକ ନୂତନ ରୂପରେ ପରିଚିତ ହୋଇପାରିବ । ତଥାପି, ଏହାର ଲଞ୍ଚ ପାଇଁ ଏପର୍ଯ୍ୟନ୍ତ ଟାଇମଲାଇନ୍ ସ୍ଥିର ହୋଇନାହିଁ ।