5G ନେଟୱାର୍କ ଥିଲେ ବି ଚାଲୁନି କି ଇଣ୍ଟରନେଟ୍ ? ଚେଞ୍ଜ  କରନ୍ତୁ ଏହି ସେଟିଂ

ଆପଣଙ୍କ ସହିତ ଏପରି କେବେ ଘଟିଛି କି?, ଆପଣ ନିଜ ଫୋନରେ 5G ସିଗନାଲ ଦେଖୁଥିବେ, କିନ୍ତୁ ଇଣ୍ଟରନେଟ୍ କାମ କରୁନଥିବ । ଭାରତରେ 5G ଲଞ୍ଚ ହେବାର ତିନି ବର୍ଷରୁ ଅଧିକ ସମୟ ବିତିଗଲାଣି ଏବଂ ଦେଶର ପ୍ରାୟ ପ୍ରତ୍ୟେକ ଜିଲ୍ଲାରେ 5G ନେଟୱାର୍କର କନେକ୍ସନ୍ ରହିଛି । TRAI ତଥ୍ୟ ଅନୁଯାୟୀ ଭାରତରେ ବର୍ତ୍ତମାନ ପ୍ରାୟ ୩୯ କୋଟି 5G ୟୁଜର୍ସ ଅଛନ୍ତି । ଏହି ସମୟରେ, 5G ସ୍ମାର୍ଟଫୋନ୍ ୟୁଜର୍ସଙ୍କ ସଂଖ୍ୟା ମଧ୍ୟ ୫୦ କୋଟି ପାଖାପାଖି ପହଞ୍ଚିଛି । ଏପରି ପରିସ୍ଥିତିରେ 5G ଫୋନ୍ ଏବଂ ନେଟୱାର୍କ ଥିବା ସତ୍ତ୍ୱେ ଇଣ୍ଟରନେଟ୍ କନେକ୍ସନର ଅଭାବ ଲୋକଙ୍କୁ ହତାଶ କରୁଛି । ଏନେଇ ଆମେ ଆପଣଙ୍କୁ କିଛି ଟିପ୍ସ କହିବାକୁ ଯାଉଛୁ ଯାହା ଆପଣଙ୍କ ଫୋନରେ ଇଣ୍ଟରନେଟ୍ କାମ କରିବାରେ ସାହାଯ୍ୟ କରିପାରିବ ।

ପ୍ରିଫର୍ଡ 5G ନେଟୱାର୍କ

ପ୍ରଥମେ ଆପଣଙ୍କୁ ନିଜ ଫୋନର ସେଟିଂସରେ 5G ନେଟୱାର୍କକୁ ସିଲେକ୍ଟ କରିବାକୁ  ପଡିବ। ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ଏହି ଅପ୍ସନ ମୋବାଇଲ୍ ନେଟୱାର୍କ ସେଟିଂସ ଅପ୍ସନରେ ମିଳିବ। ଆପଣ ଟେଲିକମ୍ ଅପରେଟରଙ୍କ ସିମ୍ କୁ ଯାଆନ୍ତୁ ଏବଂ ଆପଣଙ୍କ ପ୍ରିଫର୍ଡ ନେଟୱାର୍କ ଭାବରେ 5G ସିଲେକ୍ଟ କରନ୍ତୁ ।

VPN ଆପ୍ ଯାଞ୍ଚ କରନ୍ତୁ :

ଯଦି ଏହା ପରେ ବି ଆପଣଙ୍କ ଫୋନରେ ଇଣ୍ଟରନେଟ୍ କାମ କରୁନାହିଁ, ତେବେ ଆପଣଙ୍କ VPN ଆପ୍ ଚାଲୁ ଅଛି କି ନାହିଁ ଯାଞ୍ଚ କରିବା ଉଚିତ । ଯଦି ଆପଣ କୌଣସି VPN ଆପ୍ ବ୍ୟବହାର କରୁଛନ୍ତି, ତେବେ ଏହା 5G କନେକ୍ସନରେ ସମସ୍ୟା ସୃଷ୍ଟି କରିପାରେ । ଏହି କ୍ଷେତ୍ରରେ ଆପଣଙ୍କୁ VPN ଆପ୍ ବନ୍ଦ କରିବା ଉଚିତ । ଏହା ପରେ ଆପଣଙ୍କ ଫୋନ୍ 5G ସ୍ପିଡରେ ଚାଲିବ ।

ନେଟୱାର୍କ ରିଫ୍ରେଶ୍ :

ଯଦି ଆପଣ ଧୀର ଇଣ୍ଟରନେଟ୍ କିମ୍ବା ଅନ୍ୟ କୌଣସି କନେକ୍ସନ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ଆପଣଙ୍କୁ ଆପଣଙ୍କ ଫୋନ୍‌ର ନେଟୱାର୍କ ରିଫ୍ରେଶ୍ କରିବାକୁ ପଡିବ। ଏହା କରିବା ପାଇଁ, ପ୍ରଥମେ ଆପଣଙ୍କ ଫୋନ୍‌ର ସେଟିଂସକୁ ଯାଆନ୍ତୁ ଏବଂ ଏୟାରପ୍ଲେନ୍ ମୋଡ୍ ଚାଲୁ କରନ୍ତୁ । ପ୍ରାୟ ୧୦ ସେକେଣ୍ଡ ପରେ ଏୟାରପ୍ଲେନ୍ ମୋଡ୍ ବନ୍ଦ କରନ୍ତୁ । ଏହା ଆପଣଙ୍କ ଫୋନ୍‌ର ନେଟୱାର୍କକୁ ରିଫ୍ରେଶ୍ କରିବ ଏବଂ ଆପଣ ଉପଯୁକ୍ତ ଇଣ୍ଟରନେଟ୍ ସ୍ପିଡ୍ ପାଇବା ଆରମ୍ଭ କରିବେ ।

ସଫ୍ଟୱେର୍ ଯାଞ୍ଚ କରନ୍ତୁ :

ଯଦି ଆପଣ ଏହି ସମସ୍ତ ଟିପ୍ସ ଗ୍ରହଣ କରିଛନ୍ତି କିନ୍ତୁ ଇଣ୍ଟରନେଟ୍ କାମ କରୁନାହିଁ, ତେବେ ଆପଣଙ୍କୁ ଆପଣଙ୍କ ଫୋନ୍‌ର ସଫ୍ଟୱେର୍ ଅପଡେଟ୍ କରିବାକୁ ପଡିବ । ଅନେକ ସମୟରେ, ସଫ୍ଟୱେର୍ ଅପଡେଟ୍ ଅଭାବରୁ କନେକ୍ସନ ସମସ୍ୟା ଦେଖାଦେଇପାରେ । ଏପରି ପରିସ୍ଥିତିରେ ନୂଆ ଅପଡେଟ୍ ଇନଷ୍ଟଲ୍ କରିବା ଦ୍ୱାରା ସିଗନାଲ୍ ପାୱାର ଲାଟେଷ୍ଟ ହୋଇପାରେ ଏବଂ ଇଣ୍ଟରନେଟ୍ ସ୍ପିଡ୍ ବଢ଼ିବ ।

ଯଦି ଏହା ପରେ ବି ଆପଣଙ୍କ ଫୋନ୍‌ରେ 5G ସିଗନାଲ୍ ପାଉନାହାଁନ୍ତି, ତେବେ ଆପଣଙ୍କୁ ଆପଣଙ୍କ ଟେଲିକମ୍ କମ୍ପାନୀର କଷ୍ଟମର୍ କେୟାର ସହିତ ଯୋଗାଯୋଗ କରିବା ଉଚିତ । ଅନେକ ସମୟରେ, ଫିଜିକାଲ୍ ସିମ୍‌ ସମସ୍ୟା ଯୋଗୁଁ କନେକ୍ସନ ସମସ୍ୟା ସୃଷ୍ଟି ହୁଏ । ଯେଉଁଥିପାଇଁ ଆପଣଙ୍କୁ SIM ବଦଳାଇବାକୁ ପଡ଼ିପାରେ।

Also Read: Xiaomi ଲଭର୍ସଙ୍କ ପାଇଁ ଆସିଲା ବଢ଼ିଆ ଡିଭାଇସ୍, ରହିଛି ପ୍ରିମିୟମ୍ ଫିଚର