ଟେକ୍

୧୨୦୬ ଆଣ୍ଡ୍ରଏଡ ଫୋନ ଯୋଡ଼ି ଏହି କମ୍ପାନୀ ତିଆରି କଲା ସବୁଠାରୁ ବଡ଼ ଆନିମେଟେଡ୍ ଜାତୀୟ ପତାକା

୧୫ ଅଗଷ୍ଟ ପାଇଁ ସାରା ଦେଶରେ ଏକ ଭିନ୍ନ ଉତ୍ସାହ ଦେଖିବାକୁ ମିଳୁଛି । ଭାରତ ଚଳିତ ବର୍ଷ ୭୭ତମ ସ୍ୱାଧୀନତା ଦିବସ ପାଲନ କରିବ । ସ୍ୱାଧୀନତା ଦିବସ ପୂର୍ବରୁ ଭାରତୀୟ ମୋବାଇଲ୍ ନିର୍ମାତା କମ୍ପାନୀ Lava ଏକ ନୂଆ ରେକର୍ଡ ସୃଷ୍ଟି କରିଛି। କମ୍ପାନୀ ୧୨୦୬ ଆଣ୍ଡ୍ରଏଡ୍ ମୋବାଇଲ ଫୋନ ବ୍ୟବହାର କରି ନୋଏଡାର ଏକ ମଲରେ ସବୁଠାରୁ ବଡ଼ ଆନିମେଟେଡ୍ ଜାତୀୟ ପତାକା ତିଆରି କରିଛି । ଏହି ସଫଳତା ପାଇଁ କମ୍ପାନୀ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି। ପତାକା ତିଆରି କରିବା ପାଇଁ କମ୍ପାନୀ Lava Blaze 2 ସ୍ମାର୍ଟଫୋନ୍ ବ୍ୟବହାର କରିଥିଲା । ପୂରା ଘଟଣା ସମୟରେ ଗିନିଜ ୱାର୍ଲ୍ଡ ରେକର୍ଡର ଜଣେ ଅଧିକାରୀ ସେଠାରେ ଉପସ୍ଥିତ ଥିଲେ। ଅଧିକାରୀ ପ୍ରମାଣ କରିଥିଲେ ଯେ ସ୍ମାର୍ଟଫୋନରେ ନିର୍ମାଣ କରାଯାଇଥିବା ଏହି ଭିନ୍ନ ଡିଜାଇନ ପ୍ରକୃତରେ ଏକ ବିଶ୍ୱ ରେକର୍ଡ ।

ଏହି ଅବସରରେ ଲାଭା ଇଣ୍ଟରନ୍ୟାସନାଲର ଅଧ୍ୟକ୍ଷ ତଥା ବ୍ୟବସାୟ ମୁଖ୍ୟ ସୁନୀଲ ରାଇନା କହିଛନ୍ତି ଯେ “ଭାରତ ପତାକା ଆକାରରେ ସର୍ବ ବୃହତ ଆନିମେଟେଡ୍ ମୋବାଇଲ୍ ଫୋନ୍ ମୋଜେକ ତିଆରି କରିବାର ରେକର୍ଡ ଭାଙ୍ଗିବା ଦେଖି ଆମେ ବହୁତ ଗର୍ବ ଅନୁଭବ କରୁଛୁ । ଏହା ଦେଶର ୭୭ତମ ସ୍ୱାଧୀନତା ଦିବସ ପାଇଁ ଏକ ଭିନ୍ନ ଅର୍ପଣ ଏବଂ ଅଗ୍ନି ୨ ର ସଫଳତାର ଏକ ଉତ୍ସବ ଯାହା ଭାରତୀୟ ଟେକ୍ ପ୍ରଡକ୍ଟଗୁଡ଼ିକ ସଫଳ ହୋଇପାରିବ ନାହିଁ ବୋଲି ଯେଉଁ ଧାରଣା ରହିଛି ତାକୁ ଭୁଲ ପ୍ରମାଣିତ କରିଛି । ସେ କହିଛନ୍ତି ଯେ ଏହି ରେକର୍ଡ ସ୍ଥାପନ କରି କମ୍ପାନୀ ଗର୍ବ ଅନୁଭବ କରୁଛି।

ନୋଏଡା ଠାରେ ମୋବାଇଲ ଫୋନ ନିର୍ମାଣକାରୀ କମ୍ପାନୀ ଲାଭାର ଏକ ବଡ ଫ୍ୟାକ୍ଟ୍ରି ଅଛି । ୩୧ ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ, ଏହି କାରଖାନାରେ ପ୍ରତିବର୍ଷ ୪୨.୫୨ ମିଲିଅନ ଫିଚର ଫୋନ ତିଆରି କରାଯାଉଥିଲା । ନିକଟରେ କମ୍ପାନୀ ଲାଭା ଅଗ୍ନି ୨, ଲାଭା ବ୍ଲେଜ୍ ୫ ଜି ଏବଂ ଲାଭା ୟୁଭା ୨ ପ୍ରୋ ସହିତ ବିଭିନ୍ନ ପ୍ରକାରର ସ୍ମାର୍ଟଫୋନ ଲଞ୍ଚ କରିଛି ।

Subhalaxmi Das

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

30 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

45 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

60 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago