ଇନ୍‌ଷ୍ଟାଗ୍ରାମର ନୂଆ ପ୍ଲାଟଫର୍ମରେ ୟୁଜର୍ସ କରି ପାରିବେ ହ୍ୟାକ୍‌ ହେବା ଆକାଉଣ୍ଟକୁ ପୁଣି ଥରେ ଆକ୍ଟିଭ୍‌ , ଜାଣନ୍ତୁ କିପରି

ନୂଆଦିଲ୍ଲୀ : ବଢ଼ୁଥିବା ସାଇବର ଅପରାଧଠାରୁ ବଞ୍ଚିବା ପାଇଁ ଇନଷ୍ଟାଗ୍ରାମର ମୂଳ କମ୍ପାନୀ ମେଟା ଏକ ନୂଆ ପ୍ଲାଟଫର୍ମ ଲଞ୍ଚ କରିଛି । କମ୍ପାନୀର ଏହି ନୂଆ ପ୍ଲାଟଫର୍ମ ୟୁଜର୍ସକୁ ହ୍ୟାକ୍‌ ହୋଇଥିବା ଆକାଉଣ୍ଟକୁ ପୁଣି ଥରେ ଆକ୍ଟିଭ କରିହେବ । ରିପୋର୍ଟ ଅନୁସାରେ ସାଇବର ଅପରାଧୀ ଇନ୍‌ଷ୍ଟାଗ୍ରାମରେ ନକଲି କ୍ରିପ୍ଟୋ କରେନ୍ସି ରିଟର୍ଣ୍ଣ ସହ ୟୁଜର୍ସଙ୍କୁ ଲୋଭ ଦେଖାଉଛନ୍ତି । ଥରେ ତାଙ୍କ ଜାଲରେ ଫସିଗଲେ ପୀଡିତଙ୍କ ଆକାଉଣ୍ଟ ସହ ବୁଝାମଣା କରିବେ ।

କ’ଣ ଏହି ନୂଆ ପ୍ଲାଟଫର୍ମ

ଇନଷ୍ଟାଗ୍ରାମ ତାର ନୂଆ ପ୍ଲାଟଫର୍ମ Instagram.com/hacked ନାମରେ ଆରମ୍ଭ କରିଛି । ଯେଉଁ ୟୁଜର୍ସଙ୍କ ଆକାଉଣ୍ଟ ହ୍ୟାକ୍‌ ହେବ,ସେମାନଙ୍କୁ ଏହି ନୂଆ ପ୍ଲାଟଫର୍ମରେ ହ୍ୟାକ୍‌ ହୋଇଥିବା ଆପଣଙ୍କ ଖାତରେ ପୁଣି ଥରେ ପହଞ୍ଚି ପାରିବେ ।

କମ୍ପାନୀ ଏକ ବ୍ଲଗ ପୋଷ୍ଟରେ କହିଛି, ଆକାଉଣ୍ଟ ହ୍ୟାକ୍‌ ହେବା କାରଣରୁ ଯେଉଁ ୟୁଜର୍ସ ସମସ୍ୟାର ସାମନା କରୁଛନ୍ତି ଓ ପୁଣି ଥରେ ଲଗ ଇନ କରି ପାରୁନାହାଁନ୍ତି । ଏପରି ଆକାଉଣ୍ଟକୁ ସପୋର୍ଟ କରିବା ପାଇଁ କମ୍ପାନୀ Instagram.com/hacked ପ୍ରସ୍ତୁତ କରିଛି । ଏହା ଏକ ନୂଆ ବ୍ୟାପକ ପ୍ଲାଟଫର୍ମ, ଯାହା ଉପରେ ସବୁ ୟୁଜର୍ସ ଭରଷା କରିପାରିବେ । ଏଥିରେ ସବୁ ସମସ୍ୟାର ସମାଧାନ ମଧ୍ୟ କରିପାରିବେ । ଏହି ଟୁଲ ୟୁଜର୍ସଙ୍କ ଆକାଉଣ୍ଟକୁ ସୁରକ୍ଷିତ ରଖିବାରେ ସହାୟତା ପ୍ରଦାନ କରିବ ।

ଇନଷ୍ଟାଗ୍ରାମ ଆକାଉଣ୍ଟକୁ କେମିତି ଫେରି ପାଇବେ

ଯଦି ଆପଣ ନିଜ ଆକାଉଣ୍ଟରେ ଲଗ ଇନ କରିପାରୁ ନାହାଁନ୍ତି, ତେବେ ଆପଣଙ୍କ ମୋବାଇଲ ଫୋନ ବା ଡେସ୍କଟପ ବ୍ରାଉଜରରେ Instagram.com/hacked ଏଣ୍ଟର କରନ୍ତୁ ।

ଏହାଛଡା ସେଠାରେ ଦିଆଯାଇଥିବା ଉପଲବ୍ଧ ସୂଚୀରେ ବିକଳ୍ପ ବାଛନ୍ତୁ । ସେଠାରେ ଆପଣଙ୍କୁ ‘ମେରା ଆକାଉଣ୍ଟ ହ୍ୟାକ୍‌ ହୋଗୟା ଥା’, ମୁଁ ମୋର ‘ପାସଓ୍ଵାର୍ଡ ଭୁଲିଯାଇଥିଲି ’ ଲଗଇନ କୋର୍ଡ ଗୋଟିଏ ମୋବାଇଲ ନମ୍ବର ବା ଇମେଲ ରେ ପଠାଯାଇଥିଲା, ଯାହା ପାଖରେ ମୁଁ ପହଞ୍ଚି ପାରୁନଥିଲି । କେହି ନୂଆ ଆକାଉଣ୍ଟ ଖୋଲିବା ପାଇଁ ମୋର ନାମ,ଠିକଣା ଫଟୋ ଓ ସୂଚନା ବ୍ୟବହାର କରିଥିଲା । ମୋର ଆକାଉଣ୍ଟ ଡିସାଇବଲ୍‌ ‘ଅକ୍ଷମ’ କରି ଦିଆଯାଇଥିଲା । କିମ୍ବା କିଛି ବିକଳ୍ପ ମିଳିପାରେ ।

ନୂଆ ପ୍ଲାଟଫର୍ମର ଆପଣ କିଛି ଷ୍ଟେପ ପାଳନ କରି ଆପଣଙ୍କ ହଜିଯାଇଥିବା ଆକାଉଣ୍ଟକୁ ପୁଣି ଫେରି ପାଇ ପାରିବେ ।

ଯଦି ଆପଣଙ୍କ ପାଖରେ ୧ ରୁ ଅଧିକ ଆକାଉଣ୍ଟ ଅଛି, ତେବେ ଏଠାରେ ଆପଣ ଏହା ବାଛିବାରେ ସକ୍ଷମ ହେବେ ଯେ କେଉଁ ଆକାଉଣ୍ଟକୁ କମ୍ପାନୀର ସହଯୋଗ ଆବଶ୍ୟକ ରହିଛି ।

Leave A Reply

Your email address will not be published.