ବିଶ୍ୱର ସବୁଠାରୁ ବଡ଼ ଡିଜିଟାଲ୍ କ୍ୟାମେରା ହେଲା ଲଞ୍ଚ, ଜୁମ୍ ଏତେ ଅଧିକ ଯେ ଦେଖାଯାଏ ପୁରା ଗ୍ୟାଲେକ୍ସି

ବିଶ୍ୱର ସବୁଠାରୁ ବଡ଼ ଡିଜିଟାଲ୍ କ୍ୟାମେରା Vera C. Rubin Observatory ରେ ଇନଷ୍ଟଲ କରାଯାଇଛି । ଏହି କ୍ୟାମେରା ମାଧ୍ୟମରେ ଜୋତିର୍ବିଜ୍ଞାନ ଘଟଣାଗୁଡିକ ଉପରେ ନଜର ରଖାଯିବ । ଏହି ଡିଜିଟାଲ କ୍ୟାମେରାରେ ଜୁମ୍ ଏତେ ଅଧିକ ଯେ ଦୂରବର୍ତ୍ତୀ ଗ୍ରହ ଏବଂ ଗ୍ୟାଲେକ୍ସି ମଧ୍ୟ ଦେଖାଯାଇପାରିବ । ଏହି ଡିଜିଟାଲ୍ କ୍ୟାମେରାକୁ ଲାର୍ଜ ସିନୋପ୍ଟିକ୍ ସର୍ଭେ ଟେଲିସ୍କୋପ (LSST) ମଧ୍ୟ କୁହାଯାଏ । ଏହା ବର୍ତ୍ତମାନ ସବୁଠାରୁ ବଡ଼ ଡିଜିଟାଲ୍ ଇମେଜିଂ ଡିଭାଇସ୍, ଯାହା ମାଧ୍ୟମରେ ଆଗାମୀ ୧୦ ବର୍ଷ ପାଇଁ ସାଉଥ୍ ପୋଲ୍ ଆଡକୁ ଆକାଶର ବିସ୍ତୃତ ପର୍ଯ୍ୟବେକ୍ଷଣ କରାଯିବ ।

ଏହି ବଡ଼ LSST କ୍ୟାମେରାକୁ ସିମୋନି ସର୍ଭେ ଟେଲିସ୍କୋପରେ ସଫଳତାର ସହ ଇନଷ୍ଟଲ୍ କରାଯାଇଛି । ଖୁବ୍ ଶୀଘ୍ର ଏହାର ଫାଇନାଲ୍ ଟେଷ୍ଟିଙ୍ଗ୍ କରାଯିବ । ଏହା ପରେ ଅବଜରଭେଟେରୀ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟ ଆରମ୍ଭ କରିପାରିବ । ଏହି ବଡ଼ ଡିଜିଟାଲ୍ କ୍ୟାମେରାକୁ ଇନଷ୍ଟଲ୍ କରିବା ପାଇଁ ଆମେରିକାର ନ୍ୟାସନାଲ ସାଇନ୍ସ ପାଉଣ୍ଡେସନ୍ (NSF) ଏବଂ ଡିପାଟମେଣ୍ଟ ଅଫ୍ ଏନର୍ଜି (DOE) ଫିନାନସିଆଲ୍ ସପୋର୍ଟ ପ୍ରୋଭାଇଡ୍ କରିଛନ୍ତି । ଏହାର ଉର୍ଦ୍ଦେଶ୍ୟ ହେଉଛି ୟୁନିଭର୍ସର ଟାଇମ୍ ଲ୍ୟାପ୍ସକୁ ରେକର୍ଡ କରିବା ।

Vera C. Rubin ଅବଜରଭେଟେରୀ ଅନୁଯାୟୀ, ଏହି LSST କ୍ୟାମେରା କିଛି ରାତିରେ ସମଗ୍ର ଆକାଶର ସର୍ଭେ କରିବ ଏବଂ ହାଇ-ରିଜୋଲ୍ୟୁସନ୍ ଇମେଜ୍ କ୍ୟାପଚର କରିବ । ଏହି କ୍ୟାମେରାର ଜୁମ୍ କୁ ଲକ୍ଷ କରିବାକୁ ଗଲେ ଏହା ମାଧ୍ୟମରେ ଉଠାଯାଇଥିବା ଇମେଜକୁ ଡିସପ୍ଲେ କରିବା ପାଇଁ ୪୦୦ ଅଲ୍ଟ୍ରା HD ଟିଭିର ଆବଶ୍ୟକତା ହେବ । ଏହି କ୍ୟାପାସିଟି ସହିତ ଏହି ଡିଜିଟାଲ୍ କ୍ୟାମେରା ସୁପରନୋଭା, ଆଷ୍ଟେରାଇଡ୍ ଏବଂ ପଲ୍ସେଟିଙ୍ଗ ଷ୍ଟାରମାନଙ୍କର ଇମେଜ୍ କ୍ୟାପଚର କରିବାରେ ସକ୍ଷମ ହେବ । ଏହି କ୍ୟାମେରା ଜୋତିର୍ବିଜ୍ଞାନ ଘଟଣା ରେକର୍ଡ କରିବାରେ ଏକ ନୂଆ ଦିଗ ପ୍ରଦାନ କରିପାରିବ ।

ଆପଣଙ୍କୁ କହିରଖୁଛୁ ଯେ ଆମେରିକାର Vera C. Rubin ଅବଜରଭେଟେରୀର ନାମକରଣ ଜ୍ୟୋତିର୍ବିଜ୍ଞାନୀ Vera Rubin ଙ୍କ ନାମରେ କରାଯାଇଛି । ସେ ହିଁ ତାଙ୍କ ସହଯୋଗୀ କେଣ୍ଟ ଫୋର୍ଡଙ୍କ ସହ ଗବେଷଣା କରି ଆବିଷ୍କାର କରିଥିଲେ ଯେ ଗ୍ୟାଲେକ୍ସିଗୁଡିକ ଗୁରୁତ୍ବାକର୍ଷଣ ନିୟମ ଦ୍ବାରା ଆଶା କରାଯାଇଥିବା ଗତିରେ ଘୂରୁନାହାଁନ୍ତି । ଏହା ସୂଚିତ କରେ ଯେ କିଛି ଡାର୍କ ମ୍ୟାଟର ଏହି ଗ୍ୟାଲେକ୍ସିକୁ ପ୍ରଭାବିତ କରେ । ଏହି ଡିଜିଟାଲ୍ କ୍ୟାମେରା ଏହି ଗ୍ୟାଲେକ୍ସିରେ ଥିବା ଡାର୍କ ମ୍ୟାଟରର ପ୍ରଭାବକୁ ମଧ୍ୟ ମାପିବାରେ ସାହାଯ୍ୟ କରିବ ।