ଦୁନିଆର ପ୍ରଥମ ୧୬ ଜିବି ସ୍ମାର୍ଟଫୋନ୍‌ ସାଓମି ବ୍ଲାକ୍‌ ସାର୍କ-୩ର ଫିଚର ହେଲା ଲିକ୍‌, ଜାଣନ୍ତୁ କେତେ ଟଙ୍କାରେ କିଣିପାରିବେ ଗ୍ରାହକ

ମୋବାଇଲ୍‌ ଫୋନ୍‌ ଜଗତରେ ଇତିହାସ ସୃଷ୍ଟି କରିବା ପାଇଁ ଯାଉଛି ସାଓମି। ଦୁନିଆର ପ୍ରଥମ ୧୬ ଜିବି ରାମ୍‌ ଯୁକ୍ତ ଫୋନ୍‌ ଲଞ୍ଚ୍‌ ହେବାକୁ ଯାଉଛି। ସାଓମି ନିଜ ବ୍ଲାକ୍‌ ସାର୍କ-୩ ସିରିଜ୍‌ର ସ୍ମାର୍ଟଫୋନ୍‌ ବଜାର ପ୍ରବେଶ କରିବାକୁ ପ୍ରସ୍ତୁତି ଶେଷ କରିଛି। ଏଥିରେ ୫ଜି କନେକ୍ଟିଭିଟି କନେକ୍ସନ୍‌ ରହିବ। ଏତେ ଅଧିକ ରାମ୍‌ଯୁକ୍ତ ଫୋନ୍‌ ଖୁବ୍‌ ସ୍ପିଡ୍‌ରେ କାମ କରିବ ବୋଲି ଆଶା କରାଯାଉଛି।

Related image

ଏହି ଫୋନ୍‌ ମୁଖ୍ୟତଃ ୫ଜି ନେଟ୍‌ଓ୍ଵର୍କ ଓ ନୂଆ ଗ୍ରାଫିକ୍ସଯୁକ୍ତ ଗେମ୍‌ ଖେଳୁଥିବା ଲୋକଙ୍କୁ ପସନ୍ଦ ଆସିବ। କମ୍ପାନୀ ତରଫରୁ ମିଳିଥିବା ସୂଚନାନୁଯାୟୀ, ବ୍ଲାର୍କ ସାର୍କ ୩ରେ କ୍ୱାଲକମ୍‌ ସ୍ନାପଡ୍ରାଗନ୍‌ ୮୫୫ ପ୍ଲସ୍‌ ଚିପ୍‌ସେଟ୍‌ ରହିବ। ଫୋନ୍‌ର ବ୍ୟାଟେରୀ ୪୦୦୦ଏମ୍‌ଏଏଚ୍‌ ବିଶିଷ୍ଟ ରହିବ। ଫାଷ୍ଟିଂ ଚାର୍ଜ ପାଇଁ ଫୋନ୍‌ରେ ୨୭ ଓ୍ଵାଟ୍‌ ଟେକ୍ନିକ୍‌ ବ୍ୟବହାର କରାଯାଇଛି।

Related image

ସାର୍କ ୩ର ଦାମ୍‌କୁ ନେଇ ଏବେ ଯାଏଁ ସ୍ପଷ୍ଟ ଘୋଷଣା ହୋଇନଥିବା ବେଳେ ଚୀନ୍‌ ୱେବ୍‌ସାଇଟ୍‌ରୁ ମିଳିଥିବା ସୂଚନା ମୁତାବକ ଏହି ନୂଆ ସ୍ମାର୍ଟଫୋନ୍‌ର ଦାମ ଅନ୍ୟ ସାଧାରଣ ଫୋନ୍‌ ତୁଳନାରେ ଅଧିକ ରହିବ ବୋଲି ଜଣାଯାଇଛି। ଏହି ଫୋନ୍‌ ୫ଜି ସହ ୪ଜି ଲେବଲରେ ମଧ୍ୟ ଉପଲବ୍ଧ ହେବ। ମାତ୍ର ୪ଜିର ଦାମ୍‌ କମ୍‌ ରହିବ ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.