18GB ରାମ୍ ବାଲା ଦୁନିଆର ପ୍ରଥମ ସ୍ମାର୍ଟଫୋନ୍ ହେଲା ଲଞ୍ଚ୍, ରିଫ୍ରେସ ରେଟ୍ ମଧ୍ୟ 165Hz
ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି ପ୍ରତିକ୍ଷା କରାଯାଇଥିବା18 GB ବାଲା ସ୍ମାର୍ଟ ଫୋନ୍ ସ୍ୱପ୍ନ ଏବେ ପୂରଣ ହେବାକୁ ଯାଉଛି । ଦୁନିଆର ପ୍ରଥମ ୧୮ ଜିବି ରାମ୍ ବାଲା ସ୍ମାର୍ଟ ଫୋନ୍ RedMagic 6 Pro ନାମରେ ଲଞ୍ଚ୍ ହୋଇଛି । ଏହାର ବଡ଼ କଥା ହେଉଛି RedMagic 6 Pro କୁ ଟେନ୍ସେଟ୍ ଗେମ୍ ସହ ମିଳିତ ଭାବେ ତିଆରି କରାଯାଇଛି । ଏଥିରେ 165Hz ରିଫ୍ରେସ ରେଟ୍ ବାଲା ଡିସ୍ପ୍ଲେ ରହିଛି । ଏତେ ରିଫ୍ରେସ ରେଟ୍ ବାଲା ଏହା ହେଉଛି ଦୁନିଆର ପ୍ରଥମ ସ୍ମାର୍ଟ ଫୋନ୍ । ରେଡ୍ମେଜିକ 6 ସିରିଜ୍ ରେ କମ୍ପାନୀ ଦୁଇଟି ସ୍ମାର୍ଟ ଫୋନ୍ ଲଞ୍ଚ୍ କରିଛି ଯାହାର ନାମ ରଖାଯାଇଛି RedMagic 6 ଓ RedMagic 6 Pro –
RedMagic 6 ଓ RedMagic 6 Pro ର ଫିଚର୍ସ
ଏହି ଦୁଇ ଫୋନ୍ର ଟଚ୍ କୋରିଅଗ୍ରାଫର ଟେକ୍ନୋଲୋଜି ଦିଆଯାଇଛି । ଏହାଛଡ଼ା ଏଥିରେ ଇଣ୍ଟେଲିଜେଣ୍ଟ ଆଡାପ୍ଟିଭ୍ ଟେକ୍ନୋଲୋଜି ଦିଆଯାଇଛି ଯାହା କି ଆପଣଙ୍କ ଆବଶ୍ୟକ ଅନୁଯାୟୀ ଡିସ୍ପ୍ଲେ କୁ ରିଫ୍ରେସ ରେଟ୍ ଅନୁଯାୟୀ ଏଡ୍ଜଷ୍ଟ କରିଥାଏ । ଫୋନ୍ ର ରେସ୍ପନ୍ସ ରେଟ୍ 8 ms ଯାହା ଗେମ୍ କୁ ଫାଷ୍ଟ ଖେଳିବା ପାଇଁ ସୁଯୋଗ ଦେବ । ଏହି ଫୋନ୍ରେ CPHY-DSI ଟେକ୍ନୋଲୋଜି ମଧ୍ୟ ଦିଆଯାଇଛି ।
ଏହି ଦୁଇ ଫୋନ୍ରେ ICE 6.0 ମଲ୍ଟି ଡାଇମେସ୍ନଲ୍ କୁଲିଂ ସିଷ୍ଟମ ସହ ଇନ୍ବିଲ୍ଟି ଟର୍ବୋଫୋନ୍ ମଧ୍ୟ ରହିଛି । ଏଥିରେ ୨୦ ହଜାର rpm ଫ୍ୟାନ୍ ଦିଆଯାଇଛି । RedMagic 6 ର ଦାମ୍ ୩,୭୯୯ ୟାନ୍ ବା ୪୯,୫୧୦ ଟଙ୍କା ରଖାଯାଇଛି । ସେହିପରି RedMagic 6 Pro ର ଦାମ୍ ୪,୩୯୯ ୟାନ୍ ବା ୪୯,୫୧୦ ଟଙ୍କା ରଖାଯାଇଛି ।
RedMagic 6 ଓ RedMagic 6 Pro ର ସ୍ପେସିଫିକେସନ୍
ଦୁଇଟି ଫୋନ୍ର 6.8 ଇଞ୍ଚ୍ ଫୁଲ୍ ଏଚ୍ ଡି ପ୍ଲସ୍ ଏମୋଲେଡ୍ ଡିସ୍ପ୍ଲେ ଯାହାର ରେଜୁଲେସନ୍ 1080 x 2400 ପିକ୍ସଲ । ଏହାଛଡ଼ା ଦୁଇଟି ଫୋନ୍ରେ ସ୍ନେପ୍ଡ୍ରାଗନ୍ 888 ପ୍ରୋସେସର ଦିଆଯାଇଛି । ଫୋନ୍ରେ 8GB/12GB/16GB/18GB ପର୍ଯ୍ୟନ୍ତ ରାମ୍ ମିଳିବ । ଏଥିସହିତ ଏଥିରେ 128GB/256GB/512GB ର ଷ୍ଟୋରେଜ୍ ମିଳିବ । ଫୋନ୍ରେ କମ୍ପାନୀର ନିଜର ଏଣ୍ଡ୍ରଏଡ୍ ଆଧାରିତ Redmagic OS 4.0 ମିଳିବ ।
କ୍ୟାମେରା କଥା କହିବାକୁ ଗଲେ ଏହି ଦୁଇ ଫୋନ୍ରେ ୬୪ ମେଗାପିକ୍ସଲର ୩ଟି ରିଅର କ୍ୟାମେରା ଦିଆଯାଇଛି । ଦ୍ୱିତୀୟ ଲେନ୍ସ 8 ମେଗା ପିକ୍ସଲ ର ଅଲ୍ଟା ଓ୍ଵାଇଡ୍ ଏବଂ ୩ୟ ଲେନ୍ସ ୨ ମେଗାପିକ୍ସେଲ ମାକ୍ରୋ ର ବୋଲି ଜଣାଯାଇଛି । RedMagic 6 ଫୋନ୍ ରେ 5050 mAh ବ୍ୟାଟେରୀ ଯାହା 66W ର ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି । ସେହିପରି RedMagic 6 Pro ରେ 4500 mAh ର ବ୍ୟାଟେରୀ ଯାହା120 W ର ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି ବୋଲି କମ୍ପାନୀ କହିଛି ।