ଲଞ୍ଚ ହେଲା ଦୁନିଆର ପ୍ରଥମ ଟ୍ରାଇ ଫୋଲ୍ଡ ସ୍ମାର୍ଟଫୋନ୍ Huawei Mate XT, ଜାଣନ୍ତୁ ଫିଚର୍ସ ଏବଂ ଦାମ୍

Apple iPhone 16 ସିରିଜ୍ ଲଞ୍ଚ ହେବାର ଗୋଟିଏ ଦିନ ପରେ Huawei Mate XT ଲଞ୍ଚ ହୋଇଯାଇଛି । ଏହା ହେଉଛି ଦୁନିଆର ପ୍ରଥମ ଟ୍ରାଇ ଫୋଲ୍ଡ ସ୍ମାର୍ଟଫୋନ୍ । ବର୍ତ୍ତମାନ ଏହି ଫୋନ ଚାଇନାରେ ଲଞ୍ଚ କରାଯାଇଛି । ଏହି ଫୋନ୍ ଲଞ୍ଚ ହେବା ପୂର୍ବରୁ ହିଁ ଖୁବ ଟ୍ରେଣ୍ଡରେ ଅଛି । ଲଞ୍ଚ ହେବା ପୂର୍ବରୁ ହିଁ Huawei Mate XT ୨.୭ ମିଲିୟନ୍ ଅର୍ଥାତ ପ୍ରାୟ ୨୭ ଲକ୍ଷ ପ୍ରି-ବୁକିଂ ପାଇଥିଲା । ଏହି ଫୋନର ପ୍ରି-ବୁକିଂ ୭ ସେପ୍ଟେମ୍ବର ୨୦୧୪ରେ ଆରମ୍ଭ ହୋଇଥିଲା । ତେବେ ଆସନ୍ତୁ ଏହି ଫୋନର ଦାମ ଏବଂ ଫିଚର୍ସ ବିଷୟରେ ଜାଣିବା ।

Huawei Mate XT ଡିସପ୍ଲେ:
Huawei Mate ର ଏକ ବଡ଼ ୧୦.୨ ଇଞ୍ଚ ଡ଼ିସପ୍ଲେ ଅଛି । ପୂର୍ବରୁ, ଫୋଲଡେବଲ୍ ଫୋନ୍ ଗୁଡିକରେ ୬.୪ ଇଞ୍ଚ ଏବଂ ୭.୯ ଇଞ୍ଚ ଡିସପ୍ଲେ ରହୁଥିଲା । କିନ୍ତୁ Mate XT ହେଉଛି ଏକ ଏଭଳି ଟ୍ରାଇ-ଫୋଲଡେବଲ୍ ଫୋନ୍, ଯାହାର ୧୦.୨ ଇଞ୍ଚ ଡିସପ୍ଲେ ଅଛି । ଏହି ଫୋନ୍ OLED ଡିସପ୍ଲେ ସହିତ ଆସିଥାଏ । ଏଥିରେ LTPO ଆଡପ୍ଟିଭ୍ ରିଫ୍ରେସ ରେଟ ସପୋର୍ଟ ଅଛି । ଏହି ସ୍ମାର୍ଟଫୋନ୍ ୧୪୪୦Hz ହାଇ ଫ୍ରିକ୍ୱେନ୍ସି PWM dimming ଏବଂ ୨୪୦Hz ଟଚ୍ ସାମ୍ପଲିଂ ରେଟ ସହିତ ଆସିଥାଏ । ଫୋନର ଓଜନ ହେଉଛି ୨୩୮ ଗ୍ରାମ । ଏହା ବ୍ୟତୀତ ଫୋନକୁ ହାଣ୍ଡେଲ କରିବା ବହୁତ ସହଜ ଅଟେ ।

Huawei Mate XT ବ୍ୟାଟେରୀ ଚାର୍ଜିଂ:
ଫୋନ୍ ୫୬୦୦mAh ବ୍ୟାଟେରୀ ଯୋଗାଇ ଦିଆଯିବ । ଫୋନ୍ ସହିତ ୬୬W ୱାୟର୍ଡ ଚାର୍ଜିଂ ସପୋର୍ଟ ଯୋଗାଇ ଦିଆଯିବ । ଏହା ସହିତ, ଫୋନରେ ୫୦W ୱାୟରଲେସ ଚାର୍ଜିଂ ସପୋର୍ଟ ଯୋଗାଇ ଦିଆଯିବ ।

Huawei Mate XT କ୍ୟାମେରା:
ଏହି ଫୋନର ବ୍ୟାକରେ ଚାରୋଟି କ୍ୟାମେରା ମିଳିବ । ଏଥିରେ ୧୨MP ଅଲ୍ଟ୍ରା ୱାଇଡ୍ ଆଙ୍ଗଲ୍ ଲେନ୍ସ, ୫୦MP ମେନ୍ କ୍ୟାମେରା, ୧୨MP ପେରିସ୍କୋପିକ୍ ଟେଲିଫୋଟୋ କ୍ୟାମେରା ରହିବ । ଫୋନ୍ ୫.୫x ଅପ୍ଟିକାଲ୍ ଜୁମ୍ ଏବଂ ଅପ୍ଟିକାଲ୍ ଇମେଜ୍ ଷ୍ଟାବିଲାଇଜେସନ ସହିତ ଆସିବ । ଏହା ବ୍ୟତୀତ ଏଥିରେ ଅନ୍ୟ ଏକ କ୍ୟାମେରା ସେନ୍ସର ମଧ୍ୟ ଯୋଗାଇ ଦିଆଯିବ । ଫୋନ୍ ସାମ୍ନାରେ ୮MP କ୍ୟାମେରା ସେନ୍ସର ଦିଆଯିବ ।

Mate XT Ultimate ଦାମ୍:
୧୬GB + ୨୫୬GB ଭାରିଆଣ୍ଟ – 19999 yuan (୨,୩୫,୯୨୨ ଟଙ୍କା)
୬GB + ୫୧୨GB ଭାରିଆଣ୍ଟ – 21999 yuan (୨,୫୯,୫୧୬ ଟଙ୍କା)
୧୬GB + ୧TB ଭାରିଆଣ୍ଟ – 23999 yuan (୨,୮୩,୧୦୯ ଟଙ୍କା)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like