ଲଞ୍ଚ ହେଲା ଦୁନିଆର ପ୍ରଥମ ଅଣ୍ଡର ଡିସପ୍ଲେ କ୍ୟାମେରା ଥିବା ସ୍ମାର୍ଟଫୋନ, ମିଳିବ ଏହିସବୁ ଫିଚର୍ସ

ସମସ୍ତଙ୍କୁ ପଛରେ ପକାଇ ଚାଇନିଜ୍ କମ୍ପାନୀ ZTE ନିଜ Axon 20 5G ସ୍ମାର୍ଟଫୋନ୍ ଲଞ୍ଚ୍ କରିଛି । ଏହା ହେଉଛି ବିଶ୍ୱର ପ୍ରଥମ ଅଣ୍ଡର ଡିସପ୍ଲେ କ୍ୟାମେରା ସ୍ମାର୍ଟଫୋନ୍ । ଏହା ଇଣ୍ଡଷ୍ଟ୍ରୀର ପ୍ରଥମ ଫୁଲ୍ ଡିସପ୍ଲେ ଫୋନ୍ । ଏହା ବ୍ୟତୀତ ଫୋନର ରିୟରରେ ୪ଟି କ୍ୟାମେରା ସେଟଅପ୍ ଦିଆଯାଇଛି । ଫୋନରେ ଅକ୍ଟା-କୋର୍ ପ୍ରୋସେସର ଦିଆଯାଇଛି । ଏହି ଫୋନରେ ୬.୯୨ ଇଞ୍ଚର OLED ଡିସପ୍ଲେ ଦିଆଯାଇଛି । ଏହାର ଆସପେକ୍ଟ ରେସିଓ 20.5:9 । ଏଥିରେ DTS:X ଅଲ୍ଟ୍ରା ୩ଡି ସାଉଣ୍ଡ ରହିଛି, ଯାହାକି ଡିଭାଇସକୁ ସିନେମା ଭଳି ଅନୁଭୂତି ଦେବା ପାଇଁ ସାହାଯ୍ୟ କରିବ ।

ଏହା ଚାରିଟି ଭାରିଅଣ୍ଟ ବ୍ଲୁ, ବ୍ଲାକ୍, ପର୍ପଲ ଓ ଅରେଞ୍ଜ ୪ଟି କଲରରେ ମିଳୁଛି । ଫୋନରେ ସ୍ନାପଡ୍ରାଗନ୭୬୫ ଏସଓସିର ସପୋର୍ଟ ମିଳିବ । ଫୋନରେ ୮ ଜିବି ରାମ ଓ ୨୫୬ ଜିବି ଷ୍ଟୋରେଜ୍ ଦିଆଯାଇଛି । ମାଇକ୍ରୋଏସଡି କାର୍ଡ ମାଧ୍ୟମରେ ଏହାର ଷ୍ଟୋରେଜକୁ ୨ ଟିବି ପର୍ଯ୍ୟନ୍ତ ବଢାଇ ହେବ ।

77

ଏଥିରେ ୬୪ ମେଗାପିକ୍ସେଲର ସୁପର ଏଚଡି ମେନ୍ କ୍ୟାମେରା ରହିଛି ଯାହା ୪ କେ ହାଇ-ରିଜୋଲ୍ୟୁସନ ଭିଡିଓକୁ ସପୋର୍ଟ କରେ । ପାୱର ପାଇଁ ଏଥିରେ ୪୨୨୦ ଏମଏଏଚ୍ ବ୍ୟାଟେରୀ ଦିଆଯାଇଛି । ଏହାର ୬ ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ ଭେରିଏଣ୍ଟର ଦାମ୍ ୨,୧୯୮ ୟୁଆନ୍ ଅର୍ଥାତ୍ ପ୍ରାୟ ୨୩,୫୦୦ ଟଙ୍କା ରଖାଯାଇଛି । ୮ ଜିବି ରାମ୍ ଓ ୧୨୮ ଜିବି ଭେରିଏଣ୍ଟର ଦାମ୍ ୨୪୯୮ ୟୁଆନ୍ ଅର୍ଥାତ୍ ପ୍ରାୟ ୨୬,୭୦୦ ଟଙ୍କା ଏବଂ ୮-୨୫୬ ଜିବି ଷ୍ଟୋରେଜ୍ ଭେରିଏଣ୍ଟର ଦାମ୍ ୩୦,୦୦୦ ଟଙ୍କା ରହିବ । ତେବେ ଭାରତରେ ଏହି ଫୋନ କେବେ ଲଞ୍ଚ କରାଯିବ ସେନେଇ କୌଣସି ସୂଚନା ଦିଆଯାଇନି ।

You might also like