ଲଞ୍ଚ ହେବ ଦୁନିଆର ସବୁଠୁ ଛୋଟ 5G ସ୍ମାର୍ଟଫୋନ୍, ଫିଚର୍ସ ରହିଛି ବଢ଼ିଆ

ଖୁବଶୀଘ୍ର ଦୁନିଆର ସବୁଠାରୁ ଛୋଟ 5G ସ୍ମାର୍ଟଫୋନ୍ ଲଞ୍ଚ ହେବାକୁ ଯାଉଛି । ଏହାର ପ୍ରଥମ ଝଲକ ଦେଖିବାକୁ ମିଳିଛି । ଛୋଟ ହୋଇଥିଲେ ବି ଏହି ସ୍ମାର୍ଟଫୋନରେ ଦମଦାର ଫିଚର ଦିଆଯାଇଛି, ଯେଉଁଥିରେ ୧୨ GB RAM, ୪୦୦୦mAh ବ୍ୟାଟେରୀ ଭଳି ଫିଚର୍ସ ଦିଆଯାଇଛି । ୨୦୨୧ ମସିହାରେ ଆପଲ୍ ଆଇଫୋନ୍ 13 ମିନି ଲଞ୍ଚ କରିଥିଲା, ଯାହା ସବୁଠାରୁ ଛୋଟ 5G ସ୍ମାର୍ଟଫୋନ୍ ବୋଲି କୁହାଯାଉଥିଲା । କିନ୍ତୁ ଏବେ ଆଇଫୋନର ଛୋଟ 5G ଫୋନ୍ ଠାରୁ ବି ଛୋଟ ଫୋନ ଆସିବ, ଯେଉଁଥିରେ 5G ସର୍ଭିସ ରହିବ ।

Unihertz ନାମକ ଏକ କମ୍ପାନୀ ଘୋଷଣା କରିଛି ଯେ ଏହା ବଜାରରେ ସବୁଠାରୁ ଛୋଟ 5G ସ୍ମାର୍ଟଫୋନ୍ Jelly Max ଲଞ୍ଚ କରିବ। କମ୍ପାନୀ ଏହି କମ୍ପାକ୍ଟ 5G ସ୍ମାର୍ଟଫୋନରେ ଅନେକ ଫିଚର ଦେବ ବୋଲି ଅଫିସିଆଲ ଭାବେ ଘୋଷଣା କରିଛି । Unihertz ର ଏହି 5G ସ୍ମାର୍ଟଫୋନ୍ ମିଡିଆଟେକ୍ ଡାଇମେନସିଟି ୭୩୦୦ ପ୍ରୋସେସରରେ କାମ କରିବ । ଏହି ଫୋନରେ ୧୨ GB LPDDR5 RAM ଏବଂ ୨୫୬GB ଇଣ୍ଟରନାଲ ଷ୍ଟୋରେଜ୍‌ ରହିବ । କମ୍ପାନୀ କହିଛି ଯେ ଏହି କମ୍ପାକ୍ଟ ଫୋନ୍ ପୂର୍ବ ମଡେଲ Jelly Star ତୁଳନାରେ ୫୪ ପ୍ରତିଶତ ଅଧିକ ସ୍ପିଡରେ ଚାଲିବ ।

ତେବେ ଦୁନିଆର ସବୁଠାରୁ ଛୋଟ 5G ସ୍ମାର୍ଟଫୋନ୍ ତିଆରି କରୁଥିବା କମ୍ପାନୀ ଏହି ଫୋନରେ ଥିବା ଅନେକ ଫିଚର୍ସ ବିଷୟରେ ଏପର୍ଯ୍ୟନ୍ତ କିଛି ବି ପ୍ରକାଶ କରି ନାହିଁ। ୟୁଜରମାନେ Jelly Max ରେ ୪,୦୦୦ mAh ବ୍ୟାଟେରୀ ପାଇବେ । ଏହା ବ୍ୟତୀତ ଫୋନରେ ୬୬ W USB Type C ଫାଷ୍ଟ ଚାର୍ଜିଂ ଫିଚର ଦିଆଯିବ । ରିପୋର୍ଟ ଅନୁଯାୟୀ ଏହି ଫୋନକୁ ମାତ୍ର ୨୦ ମିନିଟରେ ୦ ରୁ ୯୦ ପ୍ରତିଶତ ଚାର୍ଜ କରାଯାଇପାରିବ । ଫୋନର ଟିଜର ଭିଡିଓରେ ଫୋନର ଝଲକ ଦେଖିବାକୁ ମିଳିଛି । Jelly Maxରେ ଏକ ୩ ଇଞ୍ଚର ଡିସପ୍ଲେ ଦେଖିବାକୁ ମିଳିଛି ।

୩ ଇଞ୍ଚର ସ୍କ୍ରିନ୍ ସହିତ ଲଞ୍ଚ ହେବାକୁ ଥିବା ଏହି ସ୍ମାର୍ଟଫୋନରେ ୟୁଜରମାନେ ବଢ଼ିଆ ଫିଚର୍ସ ପାଇବେ । ଯେଉଁ ୟୁଜରମାନେ ୬-ଇଞ୍ଚର ସ୍ମାର୍ଟଫୋନ୍ ଧରିବାକୁ ପସନ୍ଦ କରନ୍ତି ନାହିଁ ସେମାନେ ଏହି କମ୍ପାକ୍ଟ 5G ସ୍ମାର୍ଟଫୋନ୍ ପସନ୍ଦ କରିବେ ।

Leave A Reply

Your email address will not be published.