ଦୁନିଆର ସବୁଠାରୁ ଛୋଟ ଫ୍ଲିପ୍ ଫୋନ୍, ଜାଣନ୍ତୁ କେତେ ରହିଛି ଦାମ

ଏହି ଛୋଟ ଫୋନ୍ କିଣିବା ପରେ ଆପଣଙ୍କର ଅନେକ କାମ ସହଜ ହୋଇଯିବ । ତେବେ ଦୁନିଆର ସବୁଠାରୁ ଛୋଟ ଫ୍ଲିପ୍ ଫୋନ୍ ହେଉଛି SHIVANSH J9 । ଯେଉଁଥିରେ ଆପଣ ଆବଶ୍ୟକ କରୁଥିବା ସମସ୍ତ ଫିଚର ଦିଆଯାଇଛି ।

ଆପଣ ଅନେକ ଫ୍ଲିପ୍ ଫୋନ୍ ଦେଖିଥିବେ ନିଶ୍ଚୟ । କିନ୍ତୁ ଆପଣ ଦୁନିଆର ସବୁଠାରୁ ଛୋଟ ଫ୍ଲିପ୍ ଫୋନ୍ ଦେଖିଛନ୍ତି କି ? ଯଦି ଆପଣ ଏଭଳି ଛୋଟ ଫୋନ ଦେଖି ନାହାଁନ୍ତି ତେବେ ଏଭଳି ଏକ ଫୋନ୍ ବିଷୟରେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ । ଏହି ଫୋନ ଏତେ ଛୋଟ ଯେ ଆପଣ ଏହାକୁ ନିଜ ପକେଟରେ ସହଜରେ ରଖିପାରିବେ । ଆପଣ ଏହି ଛୋଟ ଫୋନ୍ କେମିତି କିଣିବେ ଏବଂ ଏଥିରେ କେଉଁ ଫିଚର ପାଇବେ ଆସନ୍ତୁ ଜାଣିବା ।

ଏହି ଛୋଟ ଫୋନ୍ କିଣିବା ପରେ ଆପଣଙ୍କର ଅନେକ କାମ ସହଜ ହୋଇଯିବ । ତେବେ ଦୁନିଆର ସବୁଠାରୁ ଛୋଟ ଫ୍ଲିପ୍ ଫୋନ୍ ହେଉଛି SHIVANSH J9 । ଯେଉଁଥିରେ ଆପଣ ଆବଶ୍ୟକ କରୁଥିବା ସମସ୍ତ ଫିଚର ଦିଆଯାଇଛି । ଏଥିରେ ଆପଣ ସିମ୍ ଲଗାଇ ମେସେଜ ଠାରୁ ଆରମ୍ଭ କରି କଲ୍ କରିପାରିବେ । ଏଥିରେ ବ୍ଲୁଟୁଥ୍ କନେକ୍ଟିଭିଟି, ଭଏସ୍ ଚେଞ୍ଜର ଏବଂ ୩୨ MB ଷ୍ଟୋରେଜ୍ ମଧ୍ୟ ମିଳୁଛି । ଏହି ଫୋନ୍ ମାଧ୍ୟମରେ ଆପଣ ଘଣ୍ଟା ଘଣ୍ଟା ଧରି କଥା ହୋଇପାରିବେ ।

ଏହି ଫୋନର ରିଏଲ୍‌ ପ୍ରାଇସ ହେଉଛି ୪,୯୯୦ ଟଙ୍କା, କିନ୍ତୁ ଆପଣ ଏହାକୁ ଇ-କମର୍ସ ପ୍ଲାଟଫର୍ମ ଆମାଜନରୁ ୪୮ ପ୍ରତିଶତ ଡିସକାଉଣ୍ଟ ସହିତ ୨,୫୯୦ ଟଙ୍କାରେ କିଣି ପାରିବେ । ପ୍ଲାଟଫର୍ମ ଆପଣଙ୍କୁ ନୋ କଷ୍ଟ EMI ର ଅପ୍ସନ ମଧ୍ୟ ଦେଉଛି । ଏଥିରେ ଆପଣ ୩୦୦mah ବ୍ୟାଟେରୀ ପାଇବେ ଯାହା ଦ୍ୱାରା ଆପଣ ପ୍ରାୟ ୩ ଦିନ ପର୍ଯ୍ୟନ୍ତ ଫୋନ ଚଲାଇପାରିବେ । ଏହି ଫୋନରେ ଆପଣ ଲଗାତାର ଭାବେ ୨ ଘଣ୍ଟା ପର୍ଯ୍ୟନ୍ତ କଥା ହୋଇପାରିବେ ।

ଏହି ଫୋନର ସାଇଜ୍‌ ଆପଣଙ୍କ ଆଙ୍ଗୁଠିର ଆକାର ଭଳି ହେବ । ଘରର ବୟସ୍କ ବ୍ୟକ୍ତିମାନେ ଏହି ଫୋନକୁ ସହଜରେ ବ୍ୟବହାର କରିପାରିବେ । କିନ୍ତୁ ଯେଉଁମାନଙ୍କର ଦୃଷ୍ଟିଶକ୍ତି ଖରାପ ସେମାନେ ଏହାକୁ ଚଳାଇ ପାରିବେ ନାହିଁ, କାହିଁକି ନା ଏହି ଫୋନର ଡିସପ୍ଲେ ବହୁତ ଛୋଟ ରହିଛି । ଯଦି ଆପଣ ଏହି ଫୋନ୍ କିଣିବାକୁ ଚାହୁଁଛନ୍ତି ତେବେ ଆପଣ ଏହାକୁ ଉଭୟ ଆମାଜନ ଏବଂ ମିଶୋ ପ୍ଲାଟଫର୍ମରୁ କିଣି ପାରିବେ । ଏହି ଫୋନରେ ଭଲ ଡିସକାଉଣ୍ଟ ମଧ୍ୟ ମିଳୁଛି ।