ଟେକ୍

Call Drop କୁ ନେଇ ଚିନ୍ତିତ ରହୁଛନ୍ତି କି? ଆପଣାନ୍ତୁ ଏହି ସବୁ ଟିପ୍ସ

ଯେତେବେଳେ ଆପଣ କଲରେ କାହା ସହିତ କଥାବାର୍ତ୍ତା କରନ୍ତି ଏବଂ କଲ୍ ଡିସକନେକ୍ଟ ହୋଇଯାଏ ତେବେ ଏହି ସମସ୍ୟାକୁ କଲ୍ ଡ୍ରପ୍ କୁହାଯାଏ । କଲ୍ ଡ୍ରପ୍ ପଛରେ ଅନେକ କାରଣ ଥାଇପାରେ ଯେଉଁଥିରେ ନେଟୱାର୍କ ସମସ୍ୟା, ଖରାପ ପାଗ, ଆପଣଙ୍କ ଫୋନରେ ଟେକ୍ନିକାଲ ତ୍ରୁଟି ଇତ୍ୟାଦି ଅନ୍ତର୍ଭୁକ୍ତ । ବାରମ୍ବାର କଲ୍ ଡ୍ରପ୍ ହେତୁ ଆପଣ ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏହି ସମସ୍ୟାକୁ ଏଡାଇବା ପାଇଁ ଆପଣଙ୍କୁ କିଛି ଜିନିଷ ଧ୍ୟାନରେ ରଖିବାକୁ ପଡିବ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଆପଣ କିପରି କଲ ଡ୍ରପକୁ ଏଡାଇ ପାରିବେ ।

କଲ୍ ଡ୍ରପରୁ ମୁକ୍ତି ପାଇବା ପାଇଁ କିଛି ଟିପ୍ସ:

1. ସିଗନାଲ ଷ୍ଟ୍ରେନ୍‌ଥ:

ଉନ୍ନତ ସିଗନାଲ ଆସୁଥିବା ସ୍ଥାନକୁ ଯାଇ କଲ କରନ୍ତୁ ।
ଘର ଭିତରେ ଥିବା ୱିଣ୍ଡୋ କିମ୍ବା ଖୋଲା ସ୍ଥାନକୁ ଯାଇ କଲ କରନ୍ତୁ ।
ଏକ ଉଚ୍ଚ ସ୍ଥାନ ଯେପରି ଘର ଛାତ ଉପରକୁ ଯାଇ କଲ୍ କରନ୍ତୁ ।
ଆପଣଙ୍କ ଫୋନର କଭର ହଟାନ୍ତୁ, କାରଣ ଏହା ସିଗନାଲରେ ବାଧା ସୃଷ୍ଟି କରିପାରେ ।

2. ଫୋନ୍:

ଯଦି ଆପଣଙ୍କର ଫୋନ୍ ପୁରୁଣା, ଏକ ନୂତନ ଫୋନକୁ ଅପଗ୍ରେଡ୍ କରିବାକୁ ଚିନ୍ତା କରନ୍ତୁ, କାରଣ ନୂତନ ଫୋନ୍ଗୁଡ଼ିକରେ ଉନ୍ନତ ସିଗନାଲ୍ ରିସେପ୍ସନ୍ ଟେକ୍ନୋଲୋଜି ଥାଏ ।
ଆପଣଙ୍କର ଫୋନକୁ ଅପଡେଟ୍ ରଖନ୍ତୁ, କାରଣ ଅପଡେଟ ସିଗନାଲ୍ ରିସେପ୍ସନରେ ଉନ୍ନତି ମଧ୍ୟ ଅନ୍ତର୍ଭୁକ୍ତ କରିପାରେ ।
ସିମ୍ କାର୍ଡ ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତୁ, ଆପଣଙ୍କର ସିମ୍ କାର୍ଡରେ ସମସ୍ୟା ହୋଇପାରେ ।

3. ନେଟୱାର୍କ:

ଯଦି ଆପଣଙ୍କ ଅଞ୍ଚଳରେ ନେଟୱାର୍କ ସମସ୍ୟା ଅଛି, ତେବେ ଆପଣଙ୍କର ନେଟୱାର୍କ ଅପରେଟର ସହିତ ଯୋଗାଯୋଗ କରନ୍ତୁ ଏବଂ ଅଭିଯୋଗ କରନ୍ତୁ ।
ଆପଣ TRAI MyCall ଆପ୍ ଡାଉନଲୋଡ୍ କରି କଲ୍ ଡ୍ରପ୍ ଇସ୍ୟୁଗୁଡିକ ମଧ୍ୟ ରିପୋର୍ଟ କରିପାରିବେ ।

ଫ୍ଲାଇଟ ମୋଡ୍ ଟର୍ନ୍ ଅନ୍ କରି ବନ୍ଦ କରନ୍ତୁ । ଆପଣଙ୍କର ଫୋନ୍ ରିଷ୍ଟାର୍ଟ କରନ୍ତୁ । ‘Do Not Disturb’ ମୋଡ୍ ବନ୍ଦ କରନ୍ତୁ । ସିମ୍ କାର୍ଡ ସ୍ଲଟକୁ ସଫା କରନ୍ତୁ । ଯଦି ଆପଣ ୱାଇ-ଫାଇ କଲିଂ ବ୍ୟବହାର କରୁଛନ୍ତି, ନିଶ୍ଚିତ କରନ୍ତୁ ଯେ ଆପଣଙ୍କର ଏକ ଶକ୍ତିଶାଳୀ ୱାଇ-ଫାଇ ସିଗନାଲ ଅଛି । ଯଦି ଉପରୋକ୍ତ ସମାଧାନଗୁଡ଼ିକ କଲ୍ ଡ୍ରପ୍ ସମସ୍ୟାର ସମାଧାନ ନକରନ୍ତି, ତେବେ ଆପଣ କରିପାରିବେ: ଆପଣ ନିଜ ଫୋନକୁ ଏକ ମୋବାଇଲ୍ ମରାମତି ଦୋକାନକୁ ନେଇ ଚେକ କରିପାରିବେ । ନେଟୱର୍କ ଅପରେଟରରୁ ପୋର୍ଟେବିଲିଟି ମାଧ୍ୟମରେ ଅନ୍ୟ ଏକ ନେଟୱାର୍କକୁ ସ୍ଵିଚ କରିପାରିବେ ।

KNews Bureau

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

6 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

6 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

10 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

33 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

41 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

47 mins ago