ଏଲନ୍‌ ମସ୍କଙ୍କ ବଡ଼ ଘୋଷଣା, X ରେ ବ୍ଲକ୍‌ ହୋଇଥିବା ୟୁଜର୍ସ ବି ଦେଖିପାରିବେ ଆପଣଙ୍କ ପୋଷ୍ଟ

ପୂର୍ବର ଟୁ୍ୟଟର ବର୍ତ୍ତମାନର X’ । ଏହାକୁ ନେଇ ଏଲନ୍‌ ମସ୍କ ବଡ଼ ପରିବର୍ତ୍ତନ ଘୋଷଣା କରିଛନ୍ତି । ଆମେରିକୀୟ ବ୍ୟବସାୟୀ କହିଛନ୍ତି ଯେ X ର ବ୍ଲକ୍‌ ଫିଚର ବ୍ଲକ୍‌ ଆକାଉଣ୍ଡଗୁଡିକୁ ଆପଣଙ୍କର ପବ୍ଲିକ୍‌ ପୋଷ୍ଟ ଦେଖିବା ପାଇଁ ଅନୁମତି ମିଳିବ । ନୂଆ ଅପଡେଟ୍‌ ଅଧୀନରେ, ଯଦିଓ ଆପଣ X ରେ ବ୍ଲକ୍‌ କରିଛନ୍ତି, ତଥାପି ସେମାନ ଆପଣଙ୍କର ପୋଷ୍ଟଗୁଡିକୁ ଦେଖିପାରିବେ । ୟୁଜର୍ସମାନଙ୍କ ଏକ୍ସପ୍ରିଏନ୍ସକୁ ଉନ୍ନତ କରିବା ପାଇଁ ଏହି ପରିବର୍ତ୍ତନ ଅଣାଯାଉଛି ।

ମସ୍କ ସୋମବାର କନଫର୍ମ କରିଥିଲେ ଯେ, ଯେଉଁ ୟୁଜର୍ସ ବ୍ଲକ୍‌ ହୋଇଛନ୍ତି ସେ ଆପଣଙ୍କର ପୋଷ୍ଟରେ ଏନଗେଜ୍‌ ହୋଇପାରିବେ ନାହିଁ । ଏହାର ଅର୍ଥ ସେ ଆପଣଙ୍କ ଆକାଉଣ୍ଡରେ କିଛି କରିବାକୁ ସମର୍ଥ ହେବେ ନାହିଁ । କିନ୍ତୁ ସେ ଏହି ପୋଷ୍ଟକୁ ନିଶ୍ଚୟ ଦେଖିବେ । ବର୍ତ୍ତନମାନ ପର୍ଯ୍ୟନ୍ତ, ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଜର୍ସଙ୍କୁ ଆପଣଙ୍କ ଆକାଉଣ୍ଡରୁ ଦୂରରେ ରଖେ । ଆପଣ ବ୍ଲକ୍‌ କରିଥିବା ବ୍ୟକ୍ତି ଆପଣଙ୍କର ପୋଷ୍ଟକୁଡିକୁ ଦେଖିପାରିବେ ନାହିଁ, କିନ୍ତୁ X ରେ କିଛି ଅଲଗା ହେବାକୁ ଯାଉଛି ।

X ର ବ୍ଲକ୍‌ ଫିଚର୍ସରେ ପରିବର୍ତ୍ତନ :

ବ୍ଲକ୍‌ ଫିଚର୍ସ ସୃଷ୍ଟି ହେଲା, ଯାହା ଦ୍ୱାରା ଆପଣ ଏକ ଖାସ୍‌ ବ୍ୟକ୍ତିଙ୍କୁ ଅଣଦେଖା କରିପାରିବେ । ନୂଆ ଅପଡେଟ ପରେ ବ୍ଲକ୍‌ ହୋଇଥିବା ବ୍ୟକ୍ତି ଆପଣଙ୍କର ପୋଷ୍ଟ ଦେଖିବାକୁ ସମର୍ଥ ହେବେ । କିନ୍ତୁ, ଏହା ଉପରେ କୌଣସି କମେଣ୍ଟ ଦେବାକୁ ସମର୍ଥ ହୋଇପାରିବେ ନାହିଁ ।

ସେଠାରେ ହେବ ଇଣ୍ଟ୍ରୋଡ଼କ୍ସନ :

ଯଦି କେହି X ର ବ୍ଲକ୍‌ ହୁଅନ୍ତି, ତେବେ ସେ ଦେଖିବେ ‘ୟୁ ଆର୍‌ ବ୍ଲକ୍‌ଡ’ । ଏହା ବ୍ୟତୀତ, ୟୁଜର୍ସ ଆପଣଙ୍କର ଫୋଲର୍ସ, ମିଡିଆ ଏବଂ ଫୋଲଇଙ୍ଗ ଲିଷ୍ଟକୁ ମଧ୍ୟ ଦେଖିପାରିବେ ନାହିଁ । ଆଗାମୀ ଅପଡେଟରେ, ମସ୍କ ପୁନବାର୍ର ନିଷ୍ପତ୍ତି ନେଇଛନ୍ତି ଯେ X ର ବ୍ଲକ୍‌ ୟୁଜର୍ସମାନଙ୍କ ସହିତ ଆପଣଙ୍କର ଇଣ୍ଟ୍ରୋଡ଼କ୍ସନ କିପରି ହେବ । ଏବେ ବ୍ଲକ୍‌ ହୋଇଥିବା ୟୁଜର୍ସମାନେ ନୂଆ ଆକାଉଣ୍ଡ ବନାଇ ପୋଷ୍ଟଗୁଡିକୁ ଦେଖିପାରିବେ ।

ପ୍ରାଇଭେସି ଟେନସନ୍‌ :

ଏଲନ୍‌ ମସ୍କଙ୍କ ଘୋଷଣା ପରେ, X ୟୁଜସଙ୍କ ମନରେ ପ୍ରାଇଭେସି ସମ୍ବନ୍ଧୀୟ ଚିନ୍ତା ଉପୁଜିପାରେ । X ରେ ହେଉଥିବା ବ୍ଲକ୍‌ ଫିଚର୍ସକୁ ନେଇ ମସ୍କ ଅସନ୍ତୁଷ୍ଟ । ଗତ ବର୍ଷ ସେ ଏହି ପ୍ରସଙ୍ଗ ଉଠାଇଥିଲେ ଯେ ବ୍ଲକ୍‌ ବଣ୍ଟନର କୌଣସି ଲାଭ ନାହିଁ । ଏହା ବଦଳରେ ଏକ ଷ୍ଟ୍ରଙ୍ଗ ମିୟୁଟ୍‌ ଫଙ୍କସନ୍‌ ପ୍ରଦାନ କରିବାକୁ ମସ୍କ ପରାମର୍ଶ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like