ଖୁବ ଶୀଘ୍ର ବଜାରକୁ ଆସୁଛି Xiaomi 12 Pro, ରହିଛି 120W ଫାଷ୍ଟ ଚାରଜିଙ୍ଗ ସପୋର୍ଟ

Xiaomi 12 ସିରିଜର ଆଉ ଏକ ସ୍ମାର୍ଟଫୋନ ଲଞ୍ଚ କରିବା ନେଇ ଚେଷ୍ଟା ଚଳାଇଛି ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଜିଓମୀ । ଚଳିତ ମାସ ୨୮ ତାରିଖରେ କମ୍ପାନୀ ଏହି ସ୍ମାର୍ଟଫୋନ ଲଂଚ କରିବା ନେଇ ଲକ୍ଷ ରଖିଛି । ଆସନ୍ତା ମାସ ଗୁଡିକରେ କମ୍ପାନୀ ତାର ନୂଆ ନୂଆ ସେଟ ଗୁଡିକୁ ବଜାରରେ ଛାଡିବା ନେଇ ଲକ୍ଷ ରଖିଥିବା ଜଣାଯାଇଛି । ବଜାରରେ Xiaomi 12, Xiaomi 12X, Xiaomi 12Pro ଡିଭାଇସ ଗୁଡିକୁ ଲଞ୍ଚ କରିବା ନେଇ ସ୍ଥିର ହୋଇଛି । କମ୍ପାନୀର ଏକ ଅଫିସିଆଲ ୱେବସାଇଟରେ Xiaomiର Pro ଭେରିୟାଣ୍ଟଟିକୁ ସ୍ପଟ କରାଯାଇଛି । କମ୍ପାନୀ ପକ୍ଷରୁ ଦିଆଯାଇଥିବା ତଥ୍ୟରୁ ଜଣାଯାଇଛିଯେ ଏହି ଡିଭାଇସ ଫାଷ୍ଟ ଚାରଜିଙ୍ଗର ସୁବିଧା ଯୋଗାଇଦେବ । ତେବେ ଆସନ୍ତୁ ଏହି ଡ଼ିଭାଇସ ଉପରେ ଆଉ କିଛି ଅଧିକ ତଥ୍ୟ ଜାଣିରଖିବା ।

ୱେବସାଇଟରେ ଜାରି ହୋଇଥିବା ସୂଚନାରୁ ଜଣାଯାଇଛିଯେ Xiaomi12 Proକୁ 3C ସାର୍ଟିଫିକେସନର ମାନ୍ୟତା ମିଳିଛି । ଏହା ଏକ 5G ହ୍ୟାଣ୍ଡସେଟ ହେବା ସହ 120W ଫାଷ୍ଟ ଚାରଜିଙ୍ଗର ସପୋର୍ଟ ଦେବ । ଅବଶ୍ୟ ଅନେକ ଗ୍ରାହକଙ୍କ ପାଇଁ ଏହା କୌଣସି ସରପ୍ରାଇଜ ନୁହେଁ । ଯେଉଁମାନେ Xiaomi ନିୟମିତ ବ୍ୟବହାର କରୁଥିବେ ନିଶ୍ଚିତ ରୂପେ ଜାଣିଥିବେଯେ ପୂର୍ବରୁ Redmi Note 11ରେ ଉପରୋକ୍ତ ସୁବିଧା ଗୁଡିକ ମିଳୁଥିଲା ।

ଡିଭାଇସର ସ୍ପେସିଫିକେସନ ଦୃଷ୍ଟିରୁ ଦେଖିଲେ Xiaomi 12 Proର 120 Hz ର ରିଫ୍ରେସ ରେଟ ଆମୋଲେଡ ପ୍ୟାନେଲ ସହିତ ପଞ୍ଚ ହୋଲ କଟ ଆଉଟ ସେଲ୍ଫି କ୍ୟାମେରା ରହିଛି । ଡିଭାଇସର ଡ଼ିସପ୍ଲେର ଚାରି ପାଖରେ ଏକ ପ୍ରକାର ଏଡ଼ଜ ରହିଛି । ଅକଟା କୋର ସ୍ନାପ ଡ୍ରାଗନ ୮ ଜେନେରେସନ ୧ ଚିପସେଟ ରହିଛି | ଯାହାକି LPDDR5 RAM ଓ UFS3.1 ଷ୍ଟୋରେଜ ଫ୍ୟାସିଲିଟି ଯୋଗାଇ ଦେବ । କ୍ୟାମେରା ଦୃଷ୍ଟିରୁ ଦେଖିଲେ ଏଥିରେ ୫୦ MP ପ୍ରାଇମେରୀ କ୍ୟାମେରା ସୁବିଧା ରହିଛି । ଏଥିରେ ୪,୫୦୦ mAh ବ୍ୟାଟେରୀ ଥିବା ସହ ୧୨୦W ଫାଷ୍ଟ ଚାରଜିଙ୍ଗ ସପୋର୍ଟ ରହିବ ।

Leave A Reply

Your email address will not be published.