ଲଞ୍ଚ ହେବା ପୂର୍ବରୁ ଲିକ୍‌ ହେଲା Xiaomi 15 Ultra ର ଡିଜାଇନ୍‌, ମିଳିବ ଦମଦାର ବ୍ୟାଟେରୀ

ସ୍ମାର୍ଟଫୋନ ନିର୍ମାତା Xiaomi ଖୁବ୍‌ ଶୀଘ୍ର ଏହାର ନୂଆ ଫୋନ 15 Ultra ଲଞ୍ଚ କରିବାକୁ ଯାଉଛି । କିନ୍ତୁ ଏହି ଫୋନର ଡିଜାଇନ୍‌ ଲଞ୍ଚ ହେବା ପୂର୍ବରୁ ଲିକ୍‌ ହୋଇଛି । ସୂଚନା ଅନୁଯାୟୀ, ଏହି ଫୋନ ୨୦୦MP କ୍ୟାମେରା ଏବଂ ୬୦୦୦mAh ର ବ୍ୟାଟେରି ମିଳିପାରିବ । ଏହି ନୂଆ ଫ୍ଲାଗସିପ୍‌ ଫୋନ କ୍ୟାମେରା ଉପରେ ବିଶେଷ ଗୁରୁତ୍ୱ ଦେଇ ଡିଜାଇନ୍‌ କରାଯାଇଛି । ଆସନ୍ତା ବର୍ଷ Xiaomi 15 Ultra ଲଞ୍ଚ ହୋଇପାରିବ ଏବଂ ଏହା କମ୍ପାନୀର ସବୁଠାରୁ ଆଡଭାନ୍ସଡ୍‌ କ୍ୟାମେରା ସ୍ମାର୍ଟଫୋନ ବୋଲି କୁହାଯାଉଛି । ଏଥିରେ ୫୦MP ର ମେନ୍‌ କ୍ୟାମେରା ସେନ୍ସର ସହିତ କ୍ୱାଡ୍‌ କ୍ୟାମେରା ସେଟଅପ ରହିବ । ଫୋନର ଇଣ୍ଟରନାଲ୍‌ ଡିଜାଇନ୍‌ ମଧ୍ୟ ଲିକ୍‌ ହୋଇଛି, ଯାହା ଏହାର କ୍ୟାମେରା ସିଷ୍ଟମ ବିଷୟରେ ସୂଚନା ଦେଇଥାଏ ।

Xiaomi 15 Ultra ର ଲିକ୍‌ ଡିଜାଇନ୍‌ ଦର୍ଶାଏ ଯେ ଏହାର କ୍ୟାମେରା ସେଟଅପ୍‌ ବହୁତ୍‌ ପାଓ୍ୱାରଫୁଲ ହେବ । ଏହାର କ୍ୟାମେରା ଡିପାର୍ଟମେଣ୍ଟରେ ୫୦MP ର ମେନ୍‌ ସେନ୍ସର ସହିତ ୨୩mm ଫୋକାଲ୍‌ ଲେନ୍ଥ ରହିବ । ଏହା ସହିତ ଅଲଟ୍ରାଓ୍ୱାଇଡ୍‌ ସଟ୍ସ୍‌ ପାଇଁ ୫୦MP ର ISOCELL JN5 ସେନ୍ସର ରହିବ । 3X ଜୁମ୍‌ ସହିତ ୫୦MP ର ପରିସ୍କୋପ୍‌ ଲେନ୍ସ ଆସିବ ଏବଂ ୨୦୦MP ସେନ୍ସର ୪.୩X ଅପ୍ଟିକାଲ୍‌ ଜୁମ୍‌କୁ ସପୋର୍ଟ କରିବ ।

ଲିକ୍‌ ହୋଇଥିବା ଇମେଜ୍‌ରେ ଚାରୋଟି କ୍ୟାମେରା ପଛରେ ଦେଖିବାକୁ ମିଳିଛି । ଉପରେ ଥିବା ବଡ ଲେନ୍ସ ୨୦୦MP ସେନ୍ସର ବୋଲି ବିଶ୍ୱାସ କରାଯାଏ । ଏହାର ତଳେ ଟେଲିଫଟୋ ଲେନ୍ସ ଏବଂ ଉଭୟ ପାର୍ଶ୍ୱରେ ମେନ୍‌ ଏବଂ ଅଲଟ୍ରାଓ୍ୱାଇଡ୍‌ ଲେନ୍ସ ଅଛି ।

ଫୋନର ଅନ୍ୟାନ୍ୟ ସ୍ପେସିଫିକେସନ୍ସ ମଧ୍ୟ ଲିକ୍‌ ହୋଇଛି । Xiaomi 15 Ultra ରେ ୬.୭ ଇଞ୍ଚ ର ୧୨୦Hz LTPO OLED ଡିସପ୍ଲେ ମିଳିବ । ଯେଉଁଥିରେ ମାଇକ୍ରୋ କର୍ବଡ୍‌ ଏଜ୍‌ ଡିଜାଇନ୍‌ ରହିବ ଏବଂ ଏକ ଅଲଟ୍ରାସୋନିକ୍‌ ଇନ୍‌-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସ୍କାନର ମଧ୍ୟ ରହିବ । ଏହି ଫୋନ ତିନୋଟି ଫିନିସରେ ଆସିପାରେ ସେଗୁଡିକ ହେଲା- ଲେଦର, ଫାଇବରଗ୍ଲାସ୍‌ ଏବଂ ସେରାମିକ୍‌ ।

ପ୍ରୋସେସର ପାଇଁ ଏଥିରେ Snapdragon 8 Elite ଚିପସେଟ୍‌ ଏଥିରେ ଦିଆଯାଇପାରିବ ଏବଂ ଏହା ୬୦୦୦mAh ବ୍ୟାଟେରୀ ସହିତ ପ୍ରଦାନ କରାଯାଇପାରିବ । ଏହା ୯୦W ଫାଷ୍ଟ ଚାର୍ଜିଂ ଏବଂ ୮୦W ଫାଷ୍ଟ ଓ୍ୱାୟାରଲେସ୍‌ ଚାର୍ଜିଂର ସପୋର୍ଟ କରିବ । ଏହି ଫୋନ Xiaomi ର HyperOS 2.0 ରେ ଚାଲିବ ଯାହା Android 15 ଉପରେ ଆଧାରିତ । Xiaomi 15 Ultra ୨୦୨୫ ଆରମ୍ଭରେ ଚାଇନାରେ ଲଞ୍ଚ ହେବାର ସମ୍ଭାବନା ଅଛି ।