Xiaomi 15 Ultra ର ସେଲ୍ ଡେଟ୍ ଆରମ୍ଭ, ୧୦,୦୦୦ ଟଙ୍କାର ମିଳିବ ଡିସକାଉଣ୍ଟ

ସ୍ମାର୍ଟଫୋନ୍ ମେକର କମ୍ପାନୀ Xiaomi ଭାରତୀୟ ବଜାରରେ Xiaomi 15 ସିରିଜକୁ ଲଞ୍ଚ କରିଛି । ଏହି ସିରିଜରେ, କମ୍ପାନୀ Xiaomi 15 ଏବଂ Xiaomi 15 Ultra ବଜାରରେ ଉପସ୍ଥାପନ କରିଥିଲା । ଯଦି ଆପଣ Xiaomi ର ଫ୍ୟାନ୍ସ ଏବଂ ଏକ ନୂଆ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁଡ୍ ନ୍ୟୁଜ୍ । ଏହି ଲାଟେଷ୍ଟ ଫ୍ଲାଗସିପ୍ ସିରିଜର ସେଲ୍ ଭାରତରେ ଆରମ୍ଭ ହୋଇଛି । Xiaomi ଉଭୟ ସ୍ମାର୍ଟଫୋନରେ Snapdragon 8 Elite ପ୍ରୋସେସରର ସପୋର୍ଟ ଦେଇଛି ।
ଯଦି ଆପଣ ଏପରି ଏକ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି ଯାହା ଆପଣଙ୍କୁ ପରଫରାମନ୍ସ ସହିତ ଲଙ୍ଗ ଟାଇମ୍ ପର୍ଯ୍ୟନ୍ତ ରହିଥିବା, ତେବେ ଆପଣ ଏହି ନୂଆ ସିରିଜର ସ୍ମାର୍ଟଫୋନ୍ କିଣିପାରିବେ । Xiaomi 15 Ultra ବିଷୟରେ କହିବାକୁ ଗଲେ, ଏଥିରେ ନିଜର ଫ୍ୟାନ୍ସମାନଙ୍କ ପାଇଁ ଭରପୂର ଫିଚର୍ସ ପ୍ରଦାନ କରିଛି । ଯଦି ଆପଣ ଗେମ୍ ଖେଳନ୍ତି, ତେବେ ଆପଣଙ୍କ ପାଇଁ ଏହି ସ୍ମାର୍ଟଫୋନ୍ ବେଷ୍ଟ ଅପ୍ସନ ହୋଇପାରିବ । ତେବେ ଆସନ୍ତୁ ଜାଣିବା ଏହି ସ୍ମାର୍ଟଫୋନର ଫିଚର୍ସ ଏବଂ ପ୍ରାଇସ୍ ବିଷୟରେ ।
Xiaomi ଦ୍ବାରା Xiaomi 15 Ultra କୁ ସିଙ୍ଗଲ ଭ୍ୟାରିଆଣ୍ଟରେ ଲଞ୍ଚ କରାଯାଇଛି । ଏହି ଫୋନରେ ୧୬ GB RAM ଏବଂ ୫୧୨ GB ଷ୍ଟୋରେଜ୍ ମିଳିଥାଏ । ଏହାକୁ କିଣିବା ପାଇଁ ଆପଣଙ୍କୁ ୧,୦୯,୯୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଆପଣ ଏହାକୁ ଇ-କମର୍ସ ୱେବସାଇଟ୍ ଆମାଜ୍ ଏବଂ Xiaomi ର ଅଫିସିଆଳ୍ ୱେବସାଇଟ ମାଧ୍ୟମରେ କିଣିପାରିବେ । Xiaomi 15 Ultra ର ସେଳ୍ ଅଫର ବିଷୟରେ କହିବାକୁ ଗଲେ, କମ୍ପାନୀ ICICI ବ୍ୟାଙ୍କ୍ କାର୍ଡ ସହିତ ଏହି ଫୋନ୍ କିଣିବା ଉପରେ ଗ୍ରାହକମାନଙ୍କୁ ୧୦,୦୦୦ ଟଙ୍କାର ଇଣ୍ଟ୍ରେଷ୍ଟ ଡିସକାଉଣ୍ଟ ମଧ୍ୟ ଦେଉଛି ।
Xiaomi 15 Ultra ର ଫିଚର୍ସ :
୧. Xiaomi 15 Ultra ରେ ୬.୭୩ ଇଞ୍ଚର ହାଇ ରିଜୋଲ୍ୟୁସନ୍ ଡିସପ୍ଲେ ଅଛି ।
୨. ଏହାର ଡିସପ୍ଲେରେ କମ୍ପାନୀ ୩୨୦୦ ନିଟ୍ସର ପିକ୍ ବ୍ରାଇଟନେସ୍ ଦେଇଛି, ଯାହା ଦ୍ବାରା ଆପଣ ଏହାକୁ ସୂର୍ଯ୍ୟକିରଣରେ ମଧ୍ୟ ବ୍ୟବହାର କରିପାରିବେ ।
୩. ପରଫରମାନ୍ସ ପାଇଁ Xiaomi 15 Ultra ରେ Snapdragon 8 Elite ପ୍ରୋସେସର ଦିଆଯାଇଛି ।
୪. ଆଉଯ୍ ଅଫ୍ ଦି ବକ୍ସ ଏହି ସ୍ମାର୍ଟଫୋନ୍ ଆଣ୍ଡ୍ରଏହ୍ 15 ବେସ୍ଡ Hyper OS 2.0 ରେ କାମ କରେ ।
୫. ଏହି ସ୍ମାର୍ଟଫୋନରେ ୧୬ GB RAM ଏବଂ ଏବଂ 1TB ପର୍ଯ୍ୟନ୍ତ ଷ୍ଟୋରେଜ୍ ଅପ୍ସନ୍ ମିଳିଥାଏ ।
୬. ଫଟୋଗ୍ରାଫି ପାଇଁ ସ୍ମାର୍ଟଫୋନରେ କ୍ବର୍ଡ କ୍ୟାମେରା ସେଟଅପ୍ ଦିଆଯାଇଛି । ଯେଉଁଥିରେ ୨୦୦ + ୫୦ + ୫୦ + ୫୦ ମେଗାପିକ୍ସେଲର ସେନ୍ସର ମିଳିଥାଏ ।
୭. ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୩୨ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି ।
୮. Xiaomi 15 Ultra ରେ ୫୪୧୦ mAh ର ବଡ଼ ବ୍ୟାଟେରୀ ଦିଆଯାଇଛି, ଯାହା ୮୦ W ର ଚାର୍ଜିଂକୁ ସପୋର୍ଟ କରିଥାଏ ।
Also read : Samsung Galaxy A56 ଉପରେ ୩୫% ର ବଡ଼ ଡିସକାଉଣ୍ଟ, ଶସ୍ତା ମୂଲ୍ୟରେ ଘରକୁ ଆଣନ୍ତୁ Samsung ର ଲାଟେଷ୍ଟ 5G ଫୋନ୍