Xiaomi ଆଣୁଛି ୭,୦୦୦ mAH ବ୍ୟାଟେରୀ ସହିତ ଏକ ପ୍ରିମିୟମ ଫୋନ୍, ଚିନ୍ତାରେ ପଡିଲେ Apple, OnePlus, Samsung

Xiaomi ଚଳିତ ବର୍ଷ ଏକ ପ୍ରିମିୟମ ଫ୍ଲାଗସିପ୍ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି Xiaomi ଫୋନ୍ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ୭,୦୦୦ mAH ବ୍ୟାଟେରୀ ସହିତ ଆସିବ । ନିକଟରେ ଏକ ରିପୋର୍ଟ ମାଧ୍ୟମରେ ଏହାର ପ୍ରୋସେସର ସମେତ ଅନ୍ୟାନ୍ୟ ଅନେକ ଇନଫରମେସନ୍ ମଧ୍ୟ ପ୍ରକାଶ ପାଇଛି । ଚୀନ୍ କମ୍ପାନୀର ଏହି ଫୋନ୍ ବର୍ଷ ଶେଷରେ ହୋମ ମାର୍କେଟରେ ଲଞ୍ଚ ହୋଇପାରେ ।

ଏହି Xiaomi ଫୋନ୍ ଆସନ୍ତା ବର୍ଷ ଆରମ୍ଭରେ ଭାରତ ସମେତ ଗ୍ଲୋବାଲ୍ ମାର୍କେଟରେ ଲଞ୍ଚ ହେବ । ଏହି Xiaomi ଫୋନ୍ ଚଳିତ ବର୍ଷ ଲଞ୍ଚ ହୋଇଥିବା Xiaomi 15 କୁ ରିପ୍ଲେସ୍ କରିବ । ଏଥି ସହ ଏହି ସ୍ମାର୍ଟଫୋନରେ ଫିଚର୍ସଗୁଡିକ mAh Apple iPhone 16, OnePlus 13 ଏବଂ Samsung Galaxy S25 ସିରିଜକୁ କଡ଼ା ଟକ୍କର ଦେବ ।

Xiaomi ଏହାର ପ୍ରିମିୟମ ଫୋନରେ SiCa ଅର୍ଥାତ୍ ସିଲିକନ୍-କାର୍ବନ ବ୍ୟାଟେରୀ ବ୍ୟବହାର କରିପାରିବ । ରିପୋର୍ଟ ଅନୁଯାୟୀ, ଏହି ଫୋନରେ Qualcomm Snapdragon 8 Elite 2 କିମ୍ବା MediaTek Dimensity 9500 ପ୍ରୋସେସର ଦିଆଯାଇପାରିବ । କମ୍ପାନୀ ଏହାର ପୂର୍ବ ମଡେଲ ତୁଳନାରେ ଏଥିରେ ୧,୬୦୦ mAh ର ବଡ଼ ବ୍ୟାଟେରୀ ପ୍ରଦାନ କରିବ । ପ୍ରିମିୟମ ଫୋନ୍ ସେଗମେଣ୍ଟର ଏତେ ବଡ଼ ବ୍ୟାଟେରୀ ସହିତ ଏପର୍ଯ୍ୟନ୍ତ କୌଣସି ଫୋନ୍ ଉପସ୍ଥାପନ କରାଯାଇ ନାହିଁ । ଚଳିତ ବର୍ଷ ଲଞ୍ଚ ହୋଇଥିବା OnePlus 13 ରେ ୬,୫୦୦ mAh ର ବ୍ୟାଟେରୀ ଦିଆଯାଇଛି, ଯାହା ଏହି ରେଞ୍ଜରେ ଏପର୍ଯ୍ୟନ୍ତ ଲଞ୍ଚ ହୋଇଥିବା ସବୁଠାରୁ ବଡ଼ ବ୍ୟାଟେରୀ ଫୋନ୍ ।

Xiaomi ର ଏହି ପ୍ରିମିୟମ୍ ବଡ଼ ବ୍ୟାଟେରୀ ଫୋନ୍ ବିଷୟରେ ଇନଫରମେସନ୍ ଚୀନ୍ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ Weibo ରେ ସେୟାର କରାଯାଇଛି । ଏହା ସହିତ ଏହାର ପ୍ରୋସେସର ବିଷୟରେ ଇନଫରମେସନ୍ ମଧ୍ୟ ପ୍ରକାଶ ପାଇଛି । ଏହି ବର୍ଷ ଲଞ୍ଚ ହୋଇଥିବା Xiaomi 15 ରେ ଏକ ବଡ଼ ୬.୩୬-ଇଞ୍ଚର ଡିସପ୍ଲେ ଅଛି । ଏହି ଫୋନରେ ୫,୪୦୦mAh ର ଏକ ପାୱାରଫୁଲ୍ ବ୍ୟାଟେରୀ ଅଛି ।

୭,୦୦୦mAh ର ବ୍ୟାଟେରୀ ଥିବା ସତ୍ତ୍ବେ, ଅପମିଙ୍ଗ Xiaomi ଫୋନଟି ବହୁତ କମ୍ପାକ୍ଟ ଡିଜାଇନ୍ ପାଇବ । Xiaomi 15 ସିରିଜ୍ ପରି, ଏହାର ଅପକମିଙ୍ଗ ମଡେଲର ମଧ୍ୟ ଏକ ଉନ୍ନତ କ୍ୟାମେରା ଅପଗ୍ରେଡ୍ ଦେଖିବାକୁ ମିଳିବ । ହେଲେ ଟିପଷ୍ଟର ଏହି ଫୋନର ଅନ୍ୟ କୌଣସି ଫିଚର୍ସ ବିଷୟରେ ଡିଟେଲ୍ ପ୍ରକାଶ କରିନାହାଁନ୍ତି ।