ୟୁଜର୍ସଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଓମି ଲଞ୍ଚ କଲା ନୂଆ ଚାର୍ଜର, ଦାମ ରହିଛି ଶସ୍ତା

ଭାରତୀୟ ବଜାରରେ ଜିଓମି ନିଜର Mi Sonic Charge 3.0 ଫାଷ୍ଟ ଚାର୍ଜର ଲଞ୍ଚ କରିବାର ତାରିଖ ଘୋଷଣା କରିଛି । ୧୨ ଜୁଲାଇ ଅର୍ଥାତ ଆଜି ଭାରତରେ ଏହା ଲଞ୍ଚ ହେବାକୁ ଯାଉଛି । ୟୁଜର୍ସଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି 67W ଫାଷ୍ଟ ଚାର୍ଜିଂ ସପୋର୍ଟ ସିଷ୍ଟମ ସହ ଏହା ଆଜି ବଜାରକୁ ପ୍ରବେଶ କରିବ ।

ତେବେ ଗ୍ରାହକଙ୍କୁ ସୁବିଧା ଯୋଗାଇବା ପାଇଁ କମ୍ପାନୀ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହାର ଦାମ୍ କୁ ନେଇ କୌଣସି ତଥ୍ୟ ସାମ୍ନାକୁ ଆସିନଥିବା ବେଳେ ଗିଜମୋଚାଇନା ରିପୋର୍ଟରେ ଏହା ଦାମ୍ ସମ୍ପର୍କରେ ସୂଚନା ମିଳିଛି । ଜଣେ ଟ୍ୱିଟର ୟୁଜର ଏହାର ଦାମ ସହ ଚାର୍ଜିଂ ଆଡାପ୍ଟରର ଲାଇଭ ଫଟୋ ସେୟାର କରିଥିବାର ଜଣା ପଡିଛି ।

ଭାରତରେ ଜିଓମି 67W ଫାଷ୍ଟ ଚାର୍ଜିଂ Mi Sonic Charge 3.0ର ଦାମ ୧,୯୯୯ଟଙ୍କା ରହିବ ବୋଲି ଅନୁମାନ ହେଉଛି । ତେବେ ଲାଇଭ ଫଟୋରୁ ଜଣାପଡୁଥିଲା ଯେ, ଏହାର ସାଇଜ କମ୍ପାକ୍ଟ ରହିଛି । ଧଳା ରଙ୍ଗର ହେବା ସହ ଷ୍ଟାଣ୍ଡାର୍ଡ ବକ୍ସ ପ୍ୟକେଜିଂରେ ବିକ୍ରି ହେବ । Type-C ଚାର୍ଜର ହୋଇଥିବା ବେଳେ ଏହାର ତାର ୧ ମିଟର ଲମ୍ବା । ଲାପଟପ ସମେତ Type-C ସପୋର୍ଟ କରୁଥିବା ସମସ୍ତ ଡିଭାଇସରେ ଏହା କାମ କରିବ।

Leave A Reply

Your email address will not be published.