Xiaomi ଘୋଷଣା କରି ଦେଲା ଦିଓ୍ଵାଲି ସେଲ୍‌; ସ୍ମାର୍ଟଫୋନ, ଟିଭି, ଲ୍ୟାପଟପ୍ସ ଏବଂ ଏକ୍ସେସରିଜ୍‌ ଉପରେ ବମ୍ପର ଡିସ୍‌କାଉଣ୍ଟ

Xiaomi ନିଜ ଆଗାମୀ ସେଲ୍‌ର ଘୋଷଣା କରି ଦେଇଛି। ଚଳିତବର୍ଷ ମଧ୍ୟ କମ୍ପାନୀ ଦିଓ୍ଵାଲି ସେଲ୍‌ ଆଣୁଛି। ଏହି ସେଲରେ ଅନେକ ମୋବାଇଲ, ଟିଭି ଏବଂ ଅନ୍ୟାନ୍ୟ ପ୍ରଡକ୍ଟସ୍‌କୁ ଅଫରରେ ବିକ୍ରି କରାଯିବ। ଏହାକୁ ନେଇ କମ୍ପାନୀ ଟ୍ଵିଟର ଜରିଆରେ ସୂଚନା ଦେଇଛି। ତେବେ ସେଲ୍‌କୁ ନେଇ ଏ ପର୍ଯ୍ୟନ୍ତ କୌଣସି ତାରିଖ ଘୋଷଣା ହୋଇନାହିଁ।

କମ୍ପାନୀର କହିବା ହେଲା, DiwaliWithMi2021 ବର୍ଷର ସବୁଠାରୁ ବଡ଼ ପାର୍ଟି ହେବ। ଏହି ସେଲ୍‌ ବିଷୟରେ Xiaomi ଗ୍ଲୋବାଲର ଭାଇସ୍‌ ପ୍ରେସିଡେଣ୍ଟ ତଥା Xiaomi ଇଣ୍ଡିଆର ମ୍ୟାନେଜିଙ୍ଗ୍‌ ଡାଇରେକ୍ଟର ମନୁ କୁମାର ଜୈନ ସୂଚନା ଦେଇଛନ୍ତି। ସେ ନିଜ ଟ୍ଵିଟ୍‌ରେ DiwaliWithMi ହ୍ୟାଶ୍‌ଟ୍ୟାଗ୍‌ ମଧ୍ୟ ବ୍ୟବହାର କରିଛନ୍ତି। ଯଦିଓ ସେ ସେଲରେ ଡିସ୍‌କାଉଣ୍ଟ ଅଫରରେ ମିଳିବାକୁ ଥିବା ପ୍ରଡକ୍ଟସ୍‌ ବିଷୟରେ କୌଣସି ସୂଚନା ସେୟାର କରି ନାହାନ୍ତି।

ଟ୍ଵିଟ୍‌ରେ କୁହାଯାଇଛି କି, ସ୍ମାର୍ଟଫୋନ, ଟିଭି, ଲ୍ୟାପଟପ୍ସ ଏବଂ ଏକ୍ସେସରିଜ୍‌ ଉପରେ ଏକ୍ସକ୍ଲ୍ୟୁସିଭ୍‌ ଧମାକା ଅଫର୍‌ ଦିଆଯିବ। ସେଲ୍‌କୁ ନେଇ ଅନୁମାନ କରାଯାଉଛି କି, ଏହା ଅକ୍ଟୋବର ଶେଷ ସପ୍ତାହରେ ଆରମ୍ଭ ହୋଇପାରେ। ସେପଟେ କମ୍ପାନୀ ଆଜି Redmi Smart TV 32 ଏବଂ Smart TV 43କୁ ଭାରତରେ ଲଞ୍ଚ୍‌ କରି ଦେଇଛି। Redmi Smart TV 32ର ଦାମ୍‌ ୧୫,୯୯୯ ଟଙ୍କା ଥିବା ବେଳେ Smart TV 43ର ଦାମ୍‌ ୨୫,୯୯୯ ଟଙ୍କା ରଖାଯାଇଛି। Amazon Great Indian Festival 2021 ଏବଂ Diwali With Miରେ ଏହାକୁ ବିକ୍ରି କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.