Xiaomi ଦୁଇଟି ଫ୍ଲାଗସିପ୍ ଫୋନ୍ ଲଞ୍ଚ କରିଛି । ଏହି ଦୁଇଟି ଫୋନ୍ ଚୀନ୍ ବ୍ରାଣ୍ଡର T ସିରିଜ୍ ସହିତ ଜଡିତ । ବିଶ୍ୱ ସ୍ତରରେ, କମ୍ପାନୀ Xiaomi 17T ଏବଂ Xiaomi 17T Pro ଲଞ୍ଚ କରିଛି । ଏହାର ଷ୍ଟାଣ୍ଡାର୍ଡ ଭର୍ସନ ଜୁନ୍ ୪ ତାରିଖରେ ଭାରତରେ ଲଞ୍ଚ ହେବ । କମ୍ପାନୀ ଫୋନ୍ ପାଇଁ ଲଞ୍ଚ ଡେଟ୍ ମଧ୍ୟ ପ୍ରକାଶ କରିଛି । ଫୋନଗୁଡ଼ିକ Amazon ରେ ମଧ୍ୟ ଲିଷ୍ଟ ହୋଇଛି ।
Xiaomi 17T Pro :
ଏହି Xiaomi ଫୋନଟି ୬.୮୩-ଇଞ୍ଚ OLED ଡିସ୍ପ୍ଲେ ସହିତ ଆସିଛି । ଏଥିରେ ଏକ 12-ବିଟ୍ OLED ପ୍ୟାନେଲ୍ ଅଛି ଯାହା ୩୫୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରେ । ଏହା ୧୪୪Hz ରିଫ୍ରେସ୍ ରେଟକୁ ମଧ୍ୟ ସପୋର୍ଟ କରେ । ଏହା Corning Gorilla Glass 7i ଦ୍ୱାରା ସୁରକ୍ଷିତ । ଏଥିରେ ୭,୦୦୦mAh ବ୍ୟାଟେରୀ ମଧ୍ୟ ପ୍ୟାକ୍ ହୋଇଛି ଏବଂ ୧୦୦W ୱାୟର୍ଡ ଚାର୍ଜିଂ ଏବଂ ୫୦W ୱାୟାରଲେସ୍ ଚାର୍ଜିଂକୁ ସପୋର୍ଟ କରେ ।
ଏହି ଫୋନଟି MediaTek Dimensity 9500 ଚିପସେଟରେ କାମ କରେ । ଏହାସହିତ, ହଳିତ, ୧୨GB RAM ଏବଂ ୫୧୨GB ଷ୍ଟୋରେଜ୍ ମିଳିଥାଏ । ଏହା Android 16 ଉପରେ ବେସ୍ଡ HyperOS ରେ ଚାଲିଥାଏ। ଏଥିରେ ତିନୋଟି ୫୦MP ର ବ୍ୟାକ କ୍ୟାମେରା ରହିଛି । ସେଲ୍ଫି ଏବଂ ଭିଡିଓ କଲିଂ ପାଇଁ, ଫୋନଟି ୩୨MP ଫ୍ରଣ୍ଟ କ୍ୟାମେରା ପ୍ରଦାନ କରେ ।
Xiaomi 17T :
ଏହି ଫୋନଟି ୬.୫୯ ଇଞ୍ଚ AMOLED ଡିସପ୍ଲେ ସହିତ ଆସିଥାଏ । ଫୋନର ଡିସପ୍ଲେ ୧୨୦Hz ରିଫ୍ରେସ୍ ରେଟ୍ ସପୋର୍ଟ କରେ । ଏହା MediaTek Dimensity 8500 Ultra ପ୍ରୋସେସର୍ ଦ୍ୱାରା ପରିଚାଳିତ । ଏହି ଫୋନଟି ୧୨GB RAM ଏବଂ ୫୧୨GB ଷ୍ଟୋରେଜ୍ ମଧ୍ୟ ସପୋର୍ଟ କରେ । ଏହି ଫୋନରେ ୬,୫୦୦mAh ବ୍ୟାଟେରୀ ଏବଂ ୬୭W ୱାୟାର୍ଡ ଫାଷ୍ଟ ଚାର୍ଜିଂ ଫିଚର୍ସ ରହିବ । ଏହି ଫୋନଟି Android 16 ଉପରେ ବେସ୍ଡ HyperOS 3 ରେ ମଧ୍ୟ ଚାଲିବ । ଏହାର ବ୍ୟାକେର ତିନୋଟି ୫୦MP କ୍ୟାମେରା ଏବଂ ଏକ ୩୨MP ସେଲଫି କ୍ୟାମେରା ମଧ୍ୟ ଅଛି ।
ପ୍ରାଇସ୍:
Xiaomi 17T ଏବଂ Xiaomi 15T Proର ଅପଗ୍ରେଡ୍ ଭାବରେ କମ୍ପାନୀ ଦ୍ୱାରା Xiaomi 17T ଏବଂ Xiaomi 15T Pro ଉପସ୍ଥାପନ କରାଯାଇଛି । ଏହି ଦୁଇଟି ଫୋନ୍ ଏକ ବଡ଼ ବ୍ୟାଟେରୀ ଏବଂ ପାୱାରଫୁଲ୍ କ୍ୟାମେରା ସହିତ ଲଞ୍ଚ କରାଯାଇଛି । Xiaomi 17T ର ପ୍ରାରମ୍ଭିକ ମୂଲ୍ୟ ୮୩,୫୦୦ ଟଙ୍କାରେ ଲଞ୍ଚ କରାଯାଇଛି ଏବଂ Xiaomi 17T Pro ର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା ରହିଛି । ଏହି ଦୁଇଟି ଫୋନ୍ ୧୨GB RAM + ୨୫୬GB ଷ୍ଟୋରେଜ୍ ଏବଂ 12GB + 512GB ଷ୍ଟୋରେଜ୍ ସହିତ ଆସିଛି । ତେବେ ଯଦି ଆପଣ ପାୱାରଫୁଲ୍ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଫୋନଟି ଆପଣମାନଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।
Also read: Metaର ବଡ଼ ଘୋଷଣା, ଇନଷ୍ଟାଗ୍ରାମ ଓ ହ୍ବାଟ୍ସଆପ୍ ପାଇଁ ଦେବାକୁ ପଡିବ ଚାର୍ଜେସ୍