ଭାରତରେ ଲଞ୍ଚ ହେଲା ସାଓମିର ତିନିଟି ଦମଦାର ଫୋନ୍ : ଜାଣନ୍ତୁ ମୂଲ୍ଯ ଏବଂ ଫିଚର

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍ ର୍ନିମାତା କମ୍ପାନୀ ସାଓମି ଭାରତରେ ଲଞ୍ଚ କରିଛି ରେଡ଼ମି ୬ଏ , ରେଡ଼ମି ୬ ଏବଂ ରେଡ଼ମି ୬ ପ୍ରୋ । ଏହି ସ୍ମାର୍ଟଫୋନ୍ ଗୁଡ଼ିକର ମୂଲ୍ଯ ୫,୯୯୯ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଏହାର ବିକ୍ରି ଏକ୍ସକ୍ଯୁସିଭ୍ ଆମାଜନ ଏବଂ ଫ୍ଳିପକାର୍ଟରେ ଆରମ୍ଭ କରାଯାଇଛି। କମ୍ପାନୀ କହିଛି ଯଦି ଭବିଷ୍ଯତରେ ଟଙ୍କା ହିସାବରେ ଡ଼ଲାରର ମୂଲ୍ଯ ବଢ଼ୁଛି ତେବେ  ଏହାର ମୂଲ୍ଯରେ ମଧ୍ୟ ପରିବର୍ତ୍ତନ କରାଯିବ। ତେବେ ସବୁଠାରୁ ଖାସ କଥା ହେଉଛି ପ୍ରଥମ ଥର ପାଇଁ ସାଓମିର ଏହି ଫୋନ ମେଡ଼ ଇନ୍ ଇଣ୍ଡିଆର ହେବ।

xiaomi

ରେଡ଼ମି ୬ଏ:

ରେଡ଼ମି ୬ଏରେ ୫.୪୫ ଇଞ୍ଚର ଏଚଡ଼ି+ ଡ଼ିସପ୍ଲେ ରହିଛି। ଏହାର ପ୍ରୋସେସର ୧୨ଏନଏମ୍ କ୍ବାଡ଼କୋର ପ୍ରୋସେସର ରହଥିବା ବେଳେ ଏହାର ରିଅର କ୍ଯାମେରା  ୧୨ ମେଗାପିକ୍ସଲ ରହିଛି। ମୋବାଇଲରେ ଆର୍ଟିଫିସିଆଲ ଫେସ ଅନଲକ୍ ସହ ୩୦୦୦ଏମଏଏଚ୍ ଫୁଲ ଡ଼ି ବ୍ଯାଟେରୀ ଦିଆଯାଇଛି। ଏହି ଫୋନର ଦୁଇଟି ବ୍ଯାରିଏଣ୍ଟ ରହିଛି। ୨/୧୬ ଜିବି ଷ୍ଟୋରେଜର ମୂଲ୍ଯ  ୫୯୯୯ଟଙ୍କା ରହିଥିବା ବେଳେ ୨/୩୨ ଜିବି ଟୋରେଜର ମୂଲ୍ଯ ୬୯୯୯ଟଙ୍କା ରହିଛି।

ରେଡ଼ମି ୬ :

ରେଡ଼ମି ୬ରେ ସବୁଠାରୁ  ଖାସ ହେଉଛି ଏହା ୫.୪୫ ଇଞ୍ଚ ଏଚଡ଼ି ଡ଼ିସପ୍ଲେ ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୧୨ଏମି+୫ଏମପିର ଆର୍ଟିଫିସିଆଲ ଇନଣ୍ଟେଲେଜେନ୍ସି ଡ଼ୁଆଲ କ୍ଯାମେରା ଦିଆଯାଇଛି। ଫୋନରେ ୧୨ଏନଏମ୍ ଅକ୍ଟାକୋର ପ୍ରୋସେସର ଦିଆଯାଇଥିବା ବେଳେ ଫିଙ୍ଗର ଏବଂ ଫେସ ଅନଲକ୍ ରହିଛି। ରେଡ଼ମି ୬ର ୩/୩୨ ଜିବି ଷ୍ଟୋରେଜର ମୂଲ୍ଯ ୭୯୯୯ଟଙ୍କା ରହିଥିବା ବେଳେ ୩/୬୪ଜିବିର ମୂଲ୍ଯ ରହିଛି ୯୪୯୯ ଟଙ୍କା।

ନିଶ୍ଚିତ ପଢ଼ନ୍ତୁ: ୮ଜିବି ରାମ୍ ସହ ଲଞ୍ଚ ହେଲା ସାଓମିର ପୋକୋ ଏଫ୧ ସ୍ମାର୍ଟଫୋନ୍

ରେଡ଼ମି ୬ ପ୍ରୋ :

ରେଡ଼ମି ୬ପ୍ରୋର ବିଷୟରେ କହିବାକୁ ଗଲେ ଏଥିରେ ୫.୮୪ଇଞ୍ଚ ଫୁଲ ଏଚଡ଼ି+ ଡ଼ିସପ୍ଲେ ରହିଛି। ଫୋନରେ କ୍ବାଲକାମ୍ ସ୍ନାପଗ୍ରନ୍ ୬୨୫ ଅକ୍ଟାକୋର ପ୍ରୋସେସର ରହିଛି। ଏଥିରେ ୧୨ଏମପି+୫ଏମପି ଆର୍ଟିଫିସିଆଲ ଇନଟେଲିଜେନ୍ସି ଡ଼ୁଆଲ କ୍ଯାମେରା ଦିଆଯାଇଛି। ଏହାର ବ୍ଯାଟେରୀ ୪୦୦୦ଏମଏଏଚ୍ ବ୍ଯାଟେରୀ ରହିଛି। ଏହି ଫୋନର ୩/୩୨ ଜିବି ଷ୍ଟୋରେଜଟି ୧୦,୯୯୯ଟଙ୍କା ରହିଥିବା ବେଳେ ୪/୬୪ଜିବି ଷ୍ଟୋରେଜର ମୂଲ୍ଯ ୧୨,୯୯୯ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.