Xiaomi ଲଞ୍ଚ୍‌ କଲା ସ୍ମାର୍ଟ ଟୁଥ୍‌ବ୍ରଶ, ଦାନ୍ତମାଢ଼ିରୁ ହେଉଥିବା ରକ୍ତସ୍ରାବକୁ ରୋକିବ

ଚୀନ୍‌ର ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ ‘ଶାଓମୀ’ ସ୍ମାର୍ଟ ଟୁଥ୍‌ବ୍ରଶ ଲଞ୍ଚ୍‌ କରିଛି। କମ୍ପାନୀର ଏହି ଇଲେକ୍ଟ୍ରାନିକ୍‌ ବ୍ରଶକୁ ଚୀନ୍‌ର ଟେକ୍‌ କମ୍ପାନୀ ‘ମିଜିଆ’ ପ୍ରସ୍ତୁତ କରିଛି। ଏହି ବ୍ରଶର କ୍ରାଉଡ୍‌ଫଣ୍ଡିଙ୍ଗ୍‌ ଦାମ୍‌ ରହିଛି ୧,୭୦୦ ଟଙ୍କା। ଏହାଛଡ଼ା ସ୍ମାର୍ଟ ବ୍ରଶର କ୍ରାଉଡ୍‌ଫଣ୍ଡିଙ୍ଗ୍‌ ଅଫିସିଆଲ େଓ୍ଵବ୍‌ସାଇଟରେ ୧୮ ଡିସେମ୍ବରରୁ ଆରମ୍ଭ ହୋଇଯାଇଛି।

tooth2

Xiaomi ଇଲେକ୍ଟ୍ରୋନିକ୍‌ ବ୍ରଶର ସ୍ପେସିଫିକେଶନ

କମ୍ପାନୀ ଏହି ଟୁଥ୍‌ବ୍ରଶରେ ୪ଟି ପ୍ରଫେଶନାଲ୍‌ ଗ୍ରେଡ୍‌ ନଜଲ୍‌ ଦେଇଛି। ଏହାସହ ଏହି ବ୍ରଶକୁ US FDA ତରଫରୁ ସର୍ଟିଫିକେଶନ ମିଳିଛି। ଏଥିରେ ୪ଟି ପଞ୍ଚିଙ୍ଗ୍‌ ମୋଡ୍‌ ରହିଛି। କମ୍ପାନୀ ବ୍ରଶରେ ଇଣ୍ଟେଲିଜେଣ୍ଟ ମ୍ୟାଗ୍‌ନେଟ ମୋଟର ଦେଇଛି, ଯାହାକି ୧୪୦ ପିଏସ୍‌ଆଇ ଓ୍ଵାଟର ପ୍ରେଶର ଜେନେରେଟ୍‌ କରିପାରିବ। ଏହି ପ୍ରେଶର ଯୋଗୁ ୟୁଜରଙ୍କ ଦାନ୍ତ ମାଢ଼ି ମସାଜ୍‌ ହେବ।

to3

ଶାଓମୀ ଦାବି କରିଛି ଯେ ଏହି ବ୍ରଶ ଦାନ୍ତ ଉପରେ ଅଧିକ ପ୍ରେଶର ପକାଇ କ୍ୟାବିଟିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବ। ଏହାଦ୍ୱାରା ମାଢ଼ି ଏବଂ ଦାନ୍ତ ଉଭୟ ଶକ୍ତ ରହିବ। କେବଳ ଏତିକି ନୁହେଁ, ମାଢ଼ିରୁ ହେଉଥିବା ରକ୍ତସ୍ରାବକୁ ଏହା ରୋକିପାରିବ।

ବ୍ରଶର ବ୍ୟାଟେରୀ

କମ୍ପାନୀ ଏହି ଇଲେକ୍ଟ୍ରୋନିକ୍‌ ବ୍ରଶରେ ୨,୨୦୦ ଏମ୍‌ଏଏଚ୍‌ ବ୍ୟାଟେରୀ ଦେଇଛି, ଯାହାକି ଜବରଦସ୍ତ ପାଓ୍ଵାର ବ୍ୟାକ୍‌ଅପ ଦେବ। ୟୁଜର୍ସଙ୍କୁ ଏଥିରେ ୟୁଏସ୍‌ବି ଟାଇପ୍‌-ସି ଚାର୍ଜିଂ ପୋର୍ଟ ମିଳିବ। ଶାଓମୀର ଏହି ବ୍ରଶ ସିଙ୍ଗଲ ଚାର୍ଜରେ ୪୫ ଦିନ ପଯ୍ୟର୍ନ୍ତ କାମ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.