ଲଞ୍ଚ ହେବ Xiaomi 15, ଫିଚର୍ସ ରହିଛି ଜବରଦସ୍ତ

ଚୀନର ଲିଡିଂ ସ୍ମାର୍ଟଫୋନ ମେକର Xiaomi ଖୁବଶୀଘ୍ର ଭାରତୀୟ ବଜାରରେ ଏକ ନୂଆ ଫ୍ଲାଗସିପ୍‌ ସିରିଜ୍‌ ଲଞ୍ଚ କରିବ । କମ୍ପାନୀ ବର୍ତ୍ତମାନ Xiaomi 15 ସିରିଜ୍‌ ଉପରେ ବହୁତ ସ୍ପିଡରେ କାମ କରୁଛି ଏବଂ ଏହା ଆସନ୍ତା କିଛି ମାସ ମଧ୍ୟରେ ଭାରତୀୟ ବଜାରରେ ଉପଲବ୍ଧ ହୋଇପାରେ । Xiaomi ଏହି ସ୍ମାର୍ଟଫୋନକୁ Bureau of Indian Standards ଯଥା BIS ରେ ଲିଷ୍ଟ କରିଛି ।

BIS ଲିଷ୍ଟ ଅନୁଯାୟୀ, ମାର୍ଚ୍ଚ ମାସରେ Xiaomi 15 ଭାରତୀୟ ବଜାରରେ ଆରମ୍ଭ କରିସାରିଛି । ବର୍ତ୍ତମାନ କମ୍ପାନୀ ଏହାକୁ ଭାରତ ଆଣିବାକୁ ପ୍ରସ୍ତୁତ ହେଉଛି । ଏହାର ମଡେଲ୍‌ ନମ୍ବର BIS ଲିଷ୍ଟରୁ ମଧ୍ୟ ଲିକ ହୋଇଛି ।

ଆପଣଙ୍କୁ କହିବୁ ଯେ କମ୍ପାନୀ ଏପର୍ଯ୍ୟନ୍ତ Xiaomi 15 ର ଗ୍ଲୋବାଲ ଲଞ୍ଚ ଡେଟ୍‌ କନଫର୍ମ କରିନାହିଁ । BIS ଲିଷ୍ଟରୁ ଏହା ଅନୁମାନ କରାଯାଇପାରିବ ଯେ ଏହାକୁ ଗ୍ଲୋବାଲ ମାକେର୍ଟରେ ଲଞ୍ଚ କରିବା ସହିତ କମ୍ପାନୀ ଏହାକୁ ଭାରତୀୟ ବଜାରରେ ମଧ୍ୟ ଲଞ୍ଚ କରିବାକୁ ଯାଉଛି । ଏହାସହ ଆପଣମାନେ ଜାଣିରଖନ୍ତୁ ଯେ Xiaomi ମାର୍ଚ୍ଚରେ Xiaomi 14 ଲଞ୍ଚ କରିଛି, ତେଣୁ ଆଶା କରାଯାଉଛି ଯେ ଅପକମିଙ୍ଗ ସିରିଜ୍‌ ମାର୍ଚ୍ଚ ସୁଦ୍ଧା ଲଞ୍ଚ ହେବ ।

ଗ୍ରାହକମାନେ Xiaomi 15 ସିରିଜରେ ଫ୍ଲାଗସିପ୍‌ ଫିଚର୍ସ ପାଇପାରିବେ । ଏଥିରେ ଆପଣଙ୍କୁ ୬.୩୬ ଇଞ୍ଚର OLED ଡିସପ୍ଲେ ଦିଆଯିବ । ଏହିି ସ୍ମାର୍ଟଫୋନରେ ଆପଣଙ୍କୁ ୧.୫K ରିଜୋଲ୍ୟୁସନ୍‌ ପାଇବାକୁ ଯାଉଛନ୍ତି । ଏହା ୩୨୦୦ ନିଟ୍ସର ପିକ୍‌ ବ୍ରାଇଟନେସ୍‌ ମିଳିବାକୁ ଯାଉଛି । ଡିସପ୍ଲେରେ ଫ୍ରି ପରଫରମାନ୍ସ ପାଇଁ ୧୨୦hz ର ରିଫ୍ରେସ୍‌ ରେଟ୍‌ ମିଳିବ ।

ଯଦି ଆପଣ ବ୍ରାଉଜିଂ ଏବଂ OTT ଷ୍ଟ୍ରିମିଂ କିମ୍ବା ରୋମିଂ ପରି ମଲ୍ଟି ଟାସ୍କିଂ କରନ୍ତି ତେବେ ଏହି ସ୍ମାର୍ଟଫୋନ ଆପଣଙ୍କୁ ଏହି ସମସ୍ତ କଣ୍ଡିସନରେ ବହୁତ ଭଲ ପରଫରମାନ୍ସ ଦେବାକୁ ଯାଉଛି । କମ୍ପାନୀ କ୍ୱାଲକମ୍‌ର Snapdragon 8 Elite ପ୍ରୋସେସର ସହିତ ବଜାରରେ Xiaomi 15 ଲଞ୍ଚ କରିବ । ଏହି ସ୍ମାର୍ଟଫୋନରେ ଆପଣ ୧୬GB ପର୍ଯ୍ୟନ୍ତ ବଡ LPDDR5X RAM ର ସପୋର୍ଟ ପାଇବାକୁ ଯାଉଛନ୍ତି । ଏହା ବ୍ୟତୀତ ଏଥିରେ ଆପଣଙ୍କୁ 1TB ପର୍ଯ୍ୟନ୍ତ ଷ୍ଟୋରେଜ୍‌ ମିଳିବ ।

Xiaomi ନିଜର ଏହି ଲାଟେଷ୍ଟ ଫୋନରେ ଫଟୋଗ୍ରାଫି ପାଇଁ ପ୍ୟାନେଲରେ ଟ୍ରିପଲ କ୍ୟାମେରା ସେଟଅପ୍‌ ଦିଆଯାଇଛି । ଏଥିରେ ଆପଣଙ୍କୁ ୫୦MP ର ମେନ୍‌ କ୍ୟାମେରା, ୫୦MP ର ଟେଲିଫଟୋ ଲେନ୍ସ ଏବଂ ୫୦MP ର ଅଲ୍ଟ୍ରା ଓ୍ୱାଇଡ୍‌ ଏଙ୍ଗଲ୍‌ ସେନ୍ସର ଦିଆଯିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଆପଣଙ୍କୁ ୩୨MP ର ଫ୍ରଣ୍ଟ କ୍ୟାମେରା ଦିଆଯାଇପାରେ ।

You might also like