Xiaomi Mi 11 ଗ୍ଲୋବାଲ ମାର୍କେଟରେ ହେଲା ଲଞ୍ଚ, ଜାଣନ୍ତୁ କ’ଣ ରହିଛି ଦାମ୍ ଏବଂ ଫିଚର୍ସ

ଚାଇନିଜ ସ୍ମାର୍ଟଫୋନ କମ୍ପାନୀ ସାଓମୀ ନିଜର ଫ୍ଲାଗସିପ୍ ସ୍ମାର୍ଟଫୋନ Xiaomi Mi 11କୁ ଭରର୍ଚୁଆଲ ଲଞ୍ଚ କରାଯାଇଛି। ଏହା ପୂର୍ବରୁ ଏହି ଫୋନକୁ ଚୀନ ମାର୍କେଟରେ ଲଞ୍ଚ କରାଯାଇଥିଲା। ଏହାସହିତ କମ୍ପାନୀ Xiaomi Mi 11ର ସ୍ପେଶାଲ ଏଡିସନକୁ ଲଞ୍ଚ କରାଯାଇଛି। ଯାହାର ଦାମ ୬୫,୭୨୮ ଟଙ୍କା ରହିଛି।

ଏହି ସ୍ମାର୍ଟଫୋନ୍କୁ ଫ୍ଲେଗସିପ୍ କ୍ୱାଲକମ୍ ସ୍ନାପଡ୍ରାଗନ୍ ୮୮୮ ପ୍ରୋସେସର ସହ ଲଞ୍ଚ୍ କରାଯାଇଥିଲା। Xiaomi Mi 11ର ୮ ଜିବି ରାମ୍ ଏବଂ ୧୨୮ ଜିବି ଷ୍ଟୋରେଜ କ୍ଷମତା ବିଶିଷ୍ଟ ସ୍ମାର୍ଟଫୋନର ଦାମ ୬୫,୭୨୮ ଟଙ୍କା ରହିଥିବା ବେଳେ ୮ ଜିବି ଏବଂ ୨୫୬ ଜିବି ଷ୍ଟୋରେଜର ଦାମ ୭୦୩୦୦ ଟଙ୍କା ରହିଛି। ଏହି ଫୋନ କ୍ଲାଉଡ ହ୍ବାଇଟ, ମିଡନାଇଟ ଗ୍ରେ ଏବଂ ହରିଜନ ବ୍ଲୁ କଲର ଅପସନରେ ମିଳିବ।

mi 11 special edition
photo caption : Phone bunch

Xiaomi Mi 11ର ସ୍ପେସିଫିକେସନ୍ ଓ କ୍ୟାମେରା:

ଏହି ଫୋନ୍ ଡୁଆଲ ସିମ୍ ସହ ଆସୁଛି। ଏହି ଫୋନ୍ ଆଣ୍ଡ୍ରଏଡ୍ ୧୦ MIUI ୧୨.୫ ରେ ଚାଲେ। ଫୋନ୍ରେ ୬.୮୧ ଇଞ୍ଚ୍ ୨K WQHD (୧,୪୪୦*୩,୨୦୦ ପିକ୍ସେଲ)AMOLED ଡିସ୍ପ୍ଲେ ଦିଆଯାଇଛି। ଏଥିରେ HDR10+ର ସପୋର୍ଟ ମଧ୍ୟ ଦିଆଯାଇଛି। Mi 11 ରେ ୧୨ ଜିବି LPDDR5 ରାମ୍ ସହ ଅକ୍ଟାକୋର କ୍ୱାଲକମ୍ ସ୍ନାପ୍ଡ୍ରାଗନ୍ ୮୮୮ର ପ୍ରୋସେସର ଦିଆଯାଇଛି। ଫୋନ୍ର ରିୟରରେ ଟ୍ରିପଲ କ୍ୟାମେରା ସେଟ୍ଅପ୍ ଦିଆଯାଇଛି। ଏହି ଫୋନ୍ରେ ଆପଣ ୮Kର ଭିଡିଓ ସୁଟ୍ କରିପାରିବ। ଫୋନ୍ରେ ୧୩ MPର ଅଲଟ୍ରା ଓ୍ଵାଇଡ୍ ଆଙ୍ଗେଲ କ୍ୟାମେରା, ୫ MP ମାଇକ୍ରୋ କ୍ୟାମେରା ଓ ୨୦ MPର ସେଲ୍ଫି କ୍ୟାମେରା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.