ଟେକ୍

ଆସନ୍ତା ୮ରେ ଗ୍ଲୋବାଲି ଲଞ୍ଚ୍‌ ହେବ Xiaomi Mi 11, ୧୦୮ MP କ୍ୟାମେରା ସହ ରହିଛି ଏସବୁ ଦମ୍‌ଦାର ଫିଚର୍ସ

ଫେବ୍ରୁଆରୀ ମାସରେ ଅନେକ ସ୍ମାର୍ଟଫୋନ୍‌ ଲଞ୍ଚ୍‌ ହେବାକୁ ଯାଉଛି। ଚାଇଜିନ୍‌ ମୋବାଇଲ କମ୍ପାନୀ ସାଓମି ମଧ୍ୟ ଫେବ୍ରୁଆରୀ ୮ ତାରିଖରେ ନିଜ ନୂଆ ସ୍ମାର୍ଟଫୋନ୍‌ Xiaomi Mi 11 କୁ ଗ୍ଲୋବାଲ ଲଞ୍ଚିଂ କରିବ। କମ୍ପାନୀ ନିଜ ଟ୍ଵିଟର ପେଜ୍‌ରେ ଏନେଇ ସୂଚନା ଦେଇଛି। ଏହା ପୂର୍ବରୁ Mi11 କୁ ଚୀନ୍‌ରେ ଲଞ୍ଚ୍‌ କରାଯାଇଥିଲା। ଏହି ଫୋନ୍‌କୁ Mi10 ର ଅପ୍‌ଗ୍ରେଡ୍‌ ଭାବେ କମ୍ପାନୀ ମାର୍କେଟରେ ଲଞ୍ଚ୍‌ କରିଛି।

ଖାସ୍‌ କଥା ହେଉଛି, ଏହି ସ୍ମାର୍ଟଫୋନ୍‌କୁ ଫ୍ଲେଗସିପ୍‌ କ୍ୱାଲକମ୍‌ ସ୍ନାପଡ୍ରାଗନ୍‌ ୮୮୮ ପ୍ରୋସେସର ସହ ଲଞ୍ଚ୍‌ କରାଯାଇଥିଲା। କୁହାଯାଉଛି ଯେ, ଏହି କାର୍ଯ୍ୟକ୍ରମରେ Xiaomi Mi 11 Pro କୁ ମଧ୍ୟ ଲଞ୍ଚ୍‌ କରାଯାଇପାରେ। ଅନ୍ୟପଟେ Mi 11 ର ଗ୍ଲୋବାଲ ଭାରିଏଣ୍ଟର ଫିଚର୍ସ ଚାଇନିଜ୍‌ ଭଳି ହୋଇଥିବା ଆଶା କରାଯାଉଛି। ଗ୍ଲୋବାଲ ଲଞ୍ଚିଂ ପରେ Mi 11କୁ ଭାରତରେ ମଧ୍ୟ ଲଞ୍ଚ୍‌ କରାଯିବ।

Xiaomi Mi 11ର ସ୍ପେସିଫିକେସନ୍‌ ଓ କ୍ୟାମେରା:

ଏହି ଫୋନ୍‌ ଡୁଆଲ ସିମ୍‌ ସହ ଆସୁଛି। ଏହି ଫୋନ୍‌ ଆଣ୍ଡ୍ରଏଡ୍‌ ୧୦ MIUI ୧୨.୫ ରେ ଚାଲେ। ଫୋନ୍‌ରେ ୬.୮୧ ଇଞ୍ଚ୍‌ ୨K WQHD (୧,୪୪୦*୩,୨୦୦ ପିକ୍ସେଲ)AMOLED ଡିସ୍‌ପ୍ଲେ ଦିଆଯାଇଛି। ଏଥିରେ HDR10+ର ସପୋର୍ଟ ମଧ୍ୟ ଦିଆଯାଇଛି। Mi 11 ରେ ୧୨ ଜିବି LPDDR5 ରାମ୍‌ ସହ ଅକ୍ଟାକୋର କ୍ୱାଲକମ୍‌ ସ୍ନାପ୍‌ଡ୍ରାଗନ୍‌ ୮୮୮ର ପ୍ରୋସେସର ଦିଆଯାଇଛି। ଫୋନ୍‌ର ରିୟରରେ ଟ୍ରିପଲ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଏହି ଫୋନ୍‌ରେ ଆପଣ ୮Kର ଭିଡିଓ ସୁଟ୍‌ କରିପାରିବ। ଫୋନ୍‌ରେ ୧୩ MPର ଅଲଟ୍ରା ଓ୍ଵାଇଡ୍‌ ଆଙ୍ଗେଲ କ୍ୟାମେରା, ୫ MP ମାଇକ୍ରୋ କ୍ୟାମେରା ଓ ୨୦ MPର ସେଲ୍ଫି କ୍ୟାମେରା ଦିଆଯାଇଛି।

WCW 11

Recent Posts

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ, ଦୁଃଖ ବ୍ୟକ୍ତ କଲେ ସିଏମ୍‌ ଯୋଗୀ

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି…

6 mins ago

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

20 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

26 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

56 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

1 hour ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago