Xiaomiର ୩୨ ମେଗାଫିକ୍ସେଲ୍ ଫ୍ରଣ୍ଟ କ୍ୟାମେରା ବିଶିଷ୍ଟ ସ୍ମାର୍ଟଫୋନର ଆଜି ଭାରତରେ ଆରମ୍ଭ ହେଉଛି ବିକ୍ରି, ମୂଲ୍ୟ ମାତ୍ର ୧୨,୯୯୯ଟଙ୍କା

Mi A3 ମୋବାଇଲ୍ ର ବିକ୍ରି ଆଜି ଭାରତରେ ଆରମ୍ଭ ହେଉଛି । ଗ୍ରାହକ ଏହି ସ୍ମାର୍ଟଫୋନ୍ କୁ ଆମାଜନ୍ ଇଣ୍ଡିଆ,ସାଓମୀ ୱେବସାଇଟ୍ ଏବଂ ଏମଆଇ ହୋମ୍ ଷ୍ଟୋରରେ କିଣି ପାରିବେ । ସାଓମୀ ନିକଟରେ ଭାରତରେ Mi A2 ର ଅପଗ୍ରେଡ୍ ହିସାବରେ Mi A3 କୁ ଲଞ୍ଚ କରିଛି । ଏହି ଫୋନ୍ ଷ୍ଟକ୍ ଆଣ୍ଡ୍ରଏଡ୍ ରେ ଚାଲିଥାଏ ଏବଂ ଏଥିରେ ଟ୍ରିପଲ୍ କ୍ୟାମେରା ସେଟଅପ୍ ଦିଆଯାଇଛି । Mi A3 ର ଏହି ୪ଜିବି ରାମ୍ ସହିତ ୬୪ ଜିବି ଷ୍ଟୋରେଜ୍ ଭ୍ୟାରିଏଂଟ ର ମୂଲ୍ୟ ୧୨,୯୯୯ ଟଙ୍କା ରହିଛି । ଅନ୍ୟପଟେ ୬ଜିବି ରାମ୍ ସହିତ ୧୨୮ ଜିବି ଷ୍ଟୋରେଜ୍ ଭ୍ୟାରିଏଂଟ ର ମୂଲ୍ୟ ୧୫,୯୯୯ ଟଙ୍କା ରଖାଯାଇଛି ।

xiaomi-mi-a3ଦୁଇଟି ଯାକ ଫୋନ୍ କୁ ଗ୍ରାହକ ମାନେ ନା କେବଳ ବ୍ଳୁ, ବରଂ ଧଳା ଏବଂ ଗ୍ରେ କଲରରେ ମଧ୍ୟ କିଣିପାରିବେ । Mi A3 ର ବିକ୍ରି ଦ୍ବିପ୍ରହର ୧୨ଟା ଠାରୁ ଆରମ୍ଭ ହୋଇଯିବ । ଏହାର ଲଞ୍ଚ ସମୟରେ କମ୍ପାନୀ ସୂଚନା ଦେଇଥିଲା କି ଖୁବ୍ ଶିଘ୍ର ଅଫଲାଇନ ଷ୍ଟୋରରେ ମଧ୍ୟ ଏହା ଉପଲବ୍ଧ ହେବ ।

Mi-A3

ଏହାସହ ପଢନ୍ତୁ: Jio Gigafiberର 4K ସେଟଟପ୍ ବକ୍ସରେ ରହିଛି ଏହି ଚାରୋଟି ଫିଚର୍, ଯାହା ଅନ୍ଯ କୌଣସିରେ ନାହିଁ

ସେଲ ଅଫର୍ସ ବିଷୟରେ କଥା ହେଲେ, Mi A3 ସହିତ ଏଚଡିଏଫସି ବ୍ୟାଙ୍କ କ୍ରେଡିଟ୍ କାର୍ଡରେ ୭୫୦ ଟଙ୍କା କ୍ୟାସବ୍ୟାକ୍ ମିଳୁଛି । ଏହା ସହିତ ଇଏମଆଇ ଟ୍ରାଜାକସନ୍ ରେ ଗ୍ରାହକ ୨୫୦ଟଙ୍କାର ଅତିରିକ୍ତ ରିହାତି ମଧ୍ୟ ମିଳିବ। ଏହା ସହିତ ଏୟାରଟେଲ୍ ଗ୍ରାହକ ୨୪୯ ଟଙ୍କାର ରିଚାର୍ଜରେ ଡବଲ ଡାଟା ଏବଂ ଅନଲିମିଟେଡ୍ କଲିଙ୍ଗ ମଧ୍ୟ ପାଇବେ ।

Mi A3ର ସ୍ପେସିଫିକେସନସ୍ ଏବଂ ଫିଚର :

Xiaomi_Miଡୁଆଲ୍ ସିମ୍ ସପୋର୍ଟ ଥିବା Mi A3 ଆଣ୍ଡ୍ରଏଡ୍ ୯ ପାଇ ରେ ଚାଲୁଛି ଏବଂ ଏଥିରେ ଗୋରିଲ୍ଲା ଗ୍ଳାସ୍ ୫ ପ୍ରୋଟେକସନ୍ ସହିତ ୬.୦୮ ଇଞ୍ଚ ଏଚଡି ପ୍ଳସ୍ ରହିଛି । ଫଟୋ ଏବଂ ଭିଡିଓଗ୍ରାଫି ପାଇଁ Mi A3ରେ ରିୟର କ୍ୟାମେରା ସେଟଅପ୍ ଦିଆଯାଇଛି । ଏଠାରେ ୪୮ ମେଗାଫିକ୍ସେଲ୍ ପ୍ରାଇମେରୀ ସେଣ୍ଟର,୮ ମେଗାପିକ୍ସେଲ୍ ସେକେଣ୍ଡରୀ ସେଣ୍ଟର ଏବଂ ୨ ମେଗାପିକ୍ସେଲ୍ ର ଥାର୍ଡ ଡେପଥ୍ ସେଣ୍ଟର ଦିଆଯାଇଛି । ଏହାବ୍ୟତିତ ସେଲ୍ଫି ପାଇଁ ୩୨ ମେଗାଫିକ୍ସେଲ୍ କ୍ୟାମେରା ରହିଛି ।