Xiaomi Mi TV Horizon ଭାରତରେ ହେଲା ଲଞ୍ଚ, ଜାଣନ୍ତୁ କ’ଣ ରହିଛି ଖାସ୍‌ ଫିଚର୍ସ

ଆଜି ଭାରତରେ Xiaomi Mi TV Horizon ଅନଲାଇନରେ ଲଞ୍ଚ ହୋଇଛି। କମ୍ପାନୀ ନିକଟରେ ଏହାର ଟିଜର ଜାରି କରିଥିଲା। ଏହି ଟିଭି ଏଡିସନ Mi TV ତୁଳନାରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ।

କମ୍ପାନୀ ମୁତାବକ, ଏଥିରେ ୫,୦୦୦ ଆପ୍ସର ସପାର୍ଟ ମିଳିବ। ଏହି ସ୍ମାର୍ଟ ଟିଭି ଆଣ୍ଡ୍ରଏଡ ଟିଭି ଅପରେଟିଂ ସିଷ୍ଟମ ବେସଡ ରହିବ। ଏଥିରେ ଗୁଗଲ ପ୍ଲେ ଷ୍ଟୋରର ମଧ୍ୟ ଆକ୍ସେସ ମିଳିବ। ଉତ୍ତମ ପିକ୍ଚର କ୍ୱାଲିଟି ପାଇଁ କମ୍ପାନୀ ଏହାସହିତ ଜଡିତ ସଫ୍ଟେଓ୍ଵୟାରେ ମଧ୍ୟ ପରିବର୍ତ୍ତନ କରିବ। ଏହାଛଡା ଟିଭିରେ Quick Wake ଫିଚର ଦିଆଯିବ। ଏହି ଫିଚର ଜରିଆରେ ଷ୍ଟାଣ୍ଡବାଏ ମୋଡରୁ ନର୍ମାଲ ମୋଡକୁ ଆସିଯାଏ। Xiaomi Mi TV Horizon ରେ କମ୍ପାନୀ ୪୩ ଇଞ୍ଚର ଫୁଲ ଏଚଡି ଏଲଇଡି ଡିସପ୍ଲେ ଭାରିଅଣ୍ଟ ମିଳିବ। ଏଥିରେ ଭି ସ୍ପେଡ ଷ୍ଟାଣ୍ଡ ଦିଆଯିବ ଏବଂ ଆଣ୍ଡ୍ରଏଡ ବେସଡ Patchwall UI ମିଳିବ।

66

ସ୍ପେସିଫିକେସନ : ଟିଭିରେ ୧ ଜିବି ରାମ ସହିତ Cortex A53 ପ୍ରୋସେସର ସହିତ ୮ ଜିବି ଷ୍ଟୋରେଜ ମିଳିବ। କମ୍ପାନୀ ଏହି ଟିଭି ସହିତ ବିଲ୍ଟଇନ କ୍ରୋମକାଷ୍ଟ ଫିଚର ରହିଛି। କନେକ୍ଟିଭିଟି ପାଇଁ ଏହି ସ୍ମାର୍ଟଟିଭିରେHDMI ପୋର୍ଟ, ୟୁଏସବି ପୋର୍ଟ ସହିତ ହେଡଫୋନ ଜ୍ୟାକ ଭଳି ଷ୍ଟାଣ୍ଡାର୍ଡ ଫିଚର୍ସ ମିଳିବ। ଏହାଛଡା20W ସ୍ପିକର୍ସ ମଧ୍ୟ ମିଳିବ।

Leave A Reply

Your email address will not be published.