ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Xiaomi Mix Fold 4, ଜାଣନ୍ତୁ କ’ଣ ରହିଛି ଫିଚର୍ସ

ଗତ ସପ୍ତାହରେ Samsung Galaxy Z fold 6 ଏବଂ Z Flip 6 ଫୋଲଡେବଲ୍ ସ୍ମାର୍ଟଫୋନ୍ ସର୍ବଭାରତୀୟ ସ୍ତରରେ ଲଞ୍ଚ କରାଯାଇଛି । ସାମସଙ୍ଗ ପରେ ଏବେ ଚାଇନାର ସ୍ମାର୍ଟଫୋନ୍ ବ୍ରାଣ୍ଡ ସାଓମି ମଧ୍ୟ ଏହାର ପରବର୍ତ୍ତୀ ଫୋଲଡେବଲ୍ ଫୋନ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ସାଓମିର ଏହି ଫୋନ୍ Mix Fold 4 ନାମରେ ଆସିବ । କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ଲି ଜୁନ୍ ଫୋନର ଲଞ୍ଚ ଡେଟ ନିଶ୍ଚିତ କରିଛନ୍ତି । ସାଓମିର ଏହି ଫୋଲଡେବଲ୍ ଫୋନ୍ ବିଷୟରେ ଅନେକ ଲିକ୍ ରିପୋର୍ଟ ମଧ୍ୟ ବାହାରିଛି, ଯେଉଁଥିରେ ଫୋନର ଫିଚର୍ସ ମଧ୍ୟ ପ୍ରକାଶ ପାଇଛି ।

ସାଓମି ପ୍ରତିଷ୍ଠାତା ତଥା ସିଇଓ ଲି ଜୁନ୍ ତାଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲକୁ କହିଛନ୍ତି ଏହି ଫୋଲଡେବଲ୍ ଫୋନ୍ ଜୁଲାଇ ୧୯ ରେ ସନ୍ଧ୍ୟା ୭ଟାରେ ଲଞ୍ଚ ହେବ । ସାଓମିର ଏହି ଫୋଲଡେବଲ୍ ଫୋନ୍ ବିଶ୍ୱ ବଜାରରେ ଲଞ୍ଚ ହେବ କି ନାହିଁ ସେ ସମ୍ବନ୍ଧରେ କୌଣସି ସୂଚନା ନାହିଁ । କମ୍ପାନୀ ଏହାର ସମସ୍ତ ଫୋଲଡେବଲ୍ ଫୋନ୍ ଘରୋଇ ବଜାରରେ ପରିଚିତ କରାଇଛି । ବୋଧହୁଏ ଏହା ପ୍ରଥମ ଫୋଲଡେବଲ୍ ଫୋନ୍ ହେବ, ଯାହା ବିଶ୍ୱ ବଜାରରେ ଲଞ୍ଚ ହୋଇପାରେ ।

କମ୍ପାନୀର ସିଇଓଙ୍କ ଅନୁଯାୟୀ, ଫୋନଟି ଅତି ପତଳା ହେବ ଅର୍ଥାତ୍ ପୂର୍ବ ଜେନେରେସନ ତୁଳନାରେ ଏହାର ଘନତା ବହୁତ କମ୍ ହେବ । ଏହା ବ୍ୟତୀତ ଫାଷ୍ଟ ୱାୟର୍ଡ ଏବଂ ୱାୟରଲେସ ଚାର୍ଜିଂ ଫିଚର୍ ମଧ୍ୟ ଏଥିରେ ଉପଲବ୍ଧ ହୋଇପାରେ । Xiaomi 14 ଏବଂ Xiaomi 14 Ultra ପରି, ଏହି ଫୋଲଡେବଲ୍ ଫୋନ୍ ଏକ Leica ପାୱାର୍ଡ କ୍ୟାମେରା ମଡ୍ୟୁଲ୍ ପାଇପାରିବ । ଫୋନର କ୍ୟାମେରା ଫିଚରର ଲାଟେଷ୍ଟ ଡାଟା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ ।

ଯଦି ଆମେ ଫୋନର ଡିଜାଇନ୍ କୁ ଦେଖିବା, ଏହାର ପଛରେ ୪ଟି କ୍ୟାମେରା ସହିତ ଡୁଆଲ୍ ଏଲଇଡି ଫ୍ଲାସ୍ ଲାଇଟ୍ ଦେଖିବାକୁ ମିଳିଛି । ଏଥିରେ Qualcomm Snapdragon 8 Gen 3 ପ୍ରୋସେସର୍ ବ୍ୟବହାର କରାଯାଇପାରିବ । ଏହା ସହିତ, ଏହି ଫୋନରେ ୧୨GB / ୧୬GB RAM ପର୍ଯ୍ୟନ୍ତ ମଧ୍ୟ ସପୋର୍ଟ ପାଇପାରିବ ।