ଟେକ୍

Xiaomi ରେଡମି ନୋଟ୍ ୧୧ଏସ ଅଫିସିଆଲ୍ ଲଞ୍ଚ ତାରିଖ ଘୋଷଣା, ମାର୍କେଟକୁ ଦମଦାର ଫିଚର୍ ସହ ଖୁବ୍ ଶୀଘ୍ର ଆସିବ ଏହି ଫୋନ୍

ବର୍ତ୍ତମାନ ଭାରତୀୟ ମାର୍କେଟରେ ଅଧିକ ମାତ୍ରାରେ ଫୋନ୍ ଲଞ୍ଚ ହେବାରେ ଲାଗିଛି । ନୂଆ ନୂଆ ଫିଚର୍ ସହିତ ବର୍ତ୍ତମାନ ବଜାରକୁ ଆସୁଛି ଫୋନ୍। ତେଣୁ ୟାରିଭିତରେ ଜିଓମି ଏହାର ନୂତନ ସ୍ମାର୍ଟଫୋନ୍ ରେଡମି ନୋଟ୍ 11S କୁ ଆସନ୍ତା ଫେବୃଆରୀ ୯ ରେ ଭାରତୀୟ ବଜାରରେ ଲଞ୍ଚ କରିବାକୁ ଯାଉଛି।  ଏହାର ଭଲ ଫିଚର୍ ଥିବା ଓ ରିଲିଜ୍ ଡେଟ୍ ଏହାର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରାଯାଇଥିବା ଏକ ରିପୋର୍ଟରୁ ଜଣା ପଡ଼ିଛି।

ଜିଓମି ଏହାର ନୂତନ ସ୍ମାର୍ଟଫୋନ୍ ରେଡମି ନୋଟ୍ 11S କୁ ଫେବୃଆରୀ ୯ ରେ ହିଁ ଭାରତୀୟ ବଜାରରେ ଲଞ୍ଚ କରିବାକୁ ଯାଉଛି। କମ୍ପାନୀ ଏହାର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏହି ଲଞ୍ଚ ତାରିଖ ପ୍ରକାଶ କରିଛି। ରିଅର୍ ଲୁକ୍ ଏବଂ କ୍ୟାମେରା ସେଟ୍ଅପର ଫିଚର୍ ମଧ୍ୟ ଏହି ୱେବସାଇଟ୍ ରେ ପ୍ରକାଶ ପାଇଛି ।

ରେଡମି ନୋଟ୍ 11S ଲଞ୍ଚ ହେବା ପରେ ଏହା ଭାରତୀୟ ବଜାରରେ ରେଡମି ନୋଟ୍ ୧୧ ସିରିଜର ଦ୍ୱିତୀୟ ସ୍ମାର୍ଟଫୋନ୍ ହେବ । ଏହାପୂର୍ବରୁ କମ୍ପାନୀ ରେଡମି ନୋଟ୍ 11T 5G ଲଞ୍ଚ କରିଥିଲା, ଯାହା ବର୍ତ୍ତମାନ ରେଡମି ନୋଟ୍ 11 ସିରିଜର ଏକମାତ୍ର ଫୋନ୍ ଅଟ।
ଲଞ୍ଚ ତାରିଖ ଘୋଷଣା କରିବା ସହିତ ରେଡମି ଏହି ଆଗାମୀ ସ୍ମାର୍ଟଫୋନର ଡିଜାଇନ୍ ବିଷୟରେ ମଧ୍ୟ କହିଛି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଏହି ଫୋନ୍ ଫ୍ଲାଟ ଫ୍ରେମ୍ ସହିତ ମାର୍କେଟରେ ଲଞ୍ଚ କରାଯିବ। ଏହି ଫୋନର ରଙ୍ଗ ରହିବା ନୀଳ । ତେବେ ବ୍ଲୁ କଲର ବ୍ୟତୀତ ଫୋନ୍ ଅନ୍ୟ ରଙ୍ଗରେ ମଧ୍ୟ ମାର୍କେଟରେ ଲଞ୍ଚ ହେବ।

ସୂଚନା ଅନୁଯାୟୀ ରେଡମି ନୋଟ୍ 11S ରେ କ୍ୱାଡ୍ ରିୟର କ୍ୟାମେରା ସେଟ୍ଅପ୍ ରହିବ । ଏହାର କ୍ୟାମେରା ୧୦୮ ମେଗାପିକ୍ସେଲ ରହିବ।ଏହି ଫୋନରେ ସାଇଡ୍-ମାଉଣ୍ଟେଡ୍ ଫିଙ୍ଗର ପ୍ରିଣ୍ଟ ସ୍କାନର୍ ରହିବ ଓ ଏହା ସହିତ ଏହାର ୬.୪୩ ଇଞ୍ଚ୍ ଯୁକ୍ତ AMOLED ଡିସପ୍ଲେ ମଧ୍ୟ ରହିବା ।

ୱେବସାଇଟ୍ BGR.in ଅନୁଯାୟୀ, ମିଡିଆଟେକ ହେଲିଓ G96 ଚିପସେଟ ଫୋନରେ ଉପଲବ୍ଧ ହେବ ବୋଲି ରିପୋର୍ଟରେ କୁହାଯାଇଛି। ଏହି ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ ୧୧ ସହିତ ମାର୍କେଟକୁ ଆସିବା । ଏଥିରେ ୮ଯିବି ପର୍ଯ୍ୟନ୍ତ RAM, ୧୨୮ ଜିବି GB ଷ୍ଟୋରେଜ୍, ୫୦୦୦mAh ବ୍ୟାଟେରୀ ଏବଂ ୩୩W ଫାଷ୍ଟ ଚାର୍ଜିଂ ସପୋର୍ଟ ଭଳି ଫିଚର୍ ମିଳିବ।

 

KNews Bureau

Recent Posts

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 min ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

42 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

56 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

2 hours ago