ବହୁତ ଜଲଦି ଭାରତୀୟ ବଜାରରେ ଲଞ୍ଚ ହେବ Xiaomi ର ସ୍ମାର୍ଟ ଟିଭି Mi TV 5 ସିରିଜ୍, ଜାଣନ୍ତୁ କ’ଣ ରହିଛି ଖାସିୟତ୍

ସାଓମି (Xiaomi) ପକ୍ଷରୁ ନୂଆ ସ୍ମାର୍ଟ ଟିଭି Mi TV 5 ସିରିଜ୍ ଭାରତରେ ଲଞ୍ଚ କରିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ସୂଚନା ମୁତାବକ, ଏହା ବହୁତ ଜଲଦି ଭାରତୀୟ ବଜାରରେ ଉପଲବ୍ଧ ହେବ। ଏହି ସିରିଜ୍ ଜରିଆରେ ୨ଟି ସ୍ମାର୍ଟ ଟିଭି Mi TV5 ଏବଂ Mi TV5 Pro ଲଞ୍ଚ କରାଯିବ। କମ୍ପାନୀ ପକ୍ଷରୁ ଏହି ନୂଆ ଟିଭି ବିଷୟରେ ଖୁଲାସା କରାଯାଇଛି। ଏଥିସହ Xiaomi ପକ୍ଷରୁ ମିଡିଆ ଆଉଟଲେଟ୍ ସେୟାର କରାଯାଇଛି। ଏଥିରେ Quantum Leap Ahead ର ମଧ୍ୟ ଘୋଷଣା କରାଯାଇଛି। Quantum ଶଦ୍ଧ Mi TV5 Pro ଆଡକୁ ଇଶାରା କରୁଛି, ଯାହା ଅଲ୍ଟ୍ଯା-ଏଚଡି କ୍ୱାଂଟମ Dot LED (QLED) ସ୍କ୍ରିନ୍ ସପୋର୍ଟ ସହ ଆସିଥାଏ। ଏହି ସ୍ମାର୍ଟର୍ ଟିଭି ୫୫ ଇଞ୍ଚ, ୬୫ ଇଞ୍ଚ ଏବଂ ୭୫ ଇଞ୍ଚ ସାଇଜରେ ବଜାରରେ ଉପଲବ୍ଧ ହେବ।

xaiomiMi TV5 ଏବଂ Mi TV5 Pro ର ମୂଲ୍ୟ ଏବଂ ଖାସିୟତ୍

Mi TV5 ଏବଂ Mi TV5 Pro ଚୀନ୍ ରେ ଗତ ନଭେମ୍ବର ୨୦୧୯ରେ ଲଞ୍ଚ ହୋଇସାରିଛି। କିନ୍ତୁ ଭାରତରେ ଏହି ସ୍ମାର୍ଟ ଟିଭି ଆସନ୍ତା ବର୍ଷ ଆରମ୍ଭରେ ଲଞ୍ଚ କରାଯାଇପାରେ। Mi TV5 ସହ Mi TV5 Pro ଭେରିଏଣ୍ଟସ୍ ରେ ଅଲ୍ଟ୍ଯା ଏଚଡି ସ୍କ୍ରିନ୍ ର ସପୋର୍ଟ ରହିଛି। ଏହାର ରେଜୋଲ୍ୟୁସନ୍ 3840X 2160 ପିକ୍ସଲ ହେବ। Mi TV5 କୁ ଚୀନରେ CNY 2,999 (ପାଖାପାଖି ୩୩,୮୦୦ଟଙ୍କା) ରେ ଲଞ୍ଚ କରାଯାଇଛି। ସେହିଭଳି Mi TV5 Pro କୁ CYN 3,699 (ପାଖାପାଖି ୪୧,୭୦୦ ଟଙ୍କା)ରେ ଲଞ୍ଚ କରାଯାଇଛି। କିନ୍ତୁ ଭାରତୀୟ ବଜାରରେ ଏହି ଦୁଇଟି ଟିଭିକୁ ୩୯,୯୯୯ ଟଙ୍କା ଏବଂ ୪୯,୯୯୯ ଟଙ୍କାରେ ଲଞ୍ଚ କରାଯାଇପାରେ। Mi TV5 ସହ Mi TV5 Pro ରେ QLED ସ୍କ୍ରିନ୍ ର ସପୋର୍ଟ ରହିଛି। ଏଥିସହ ୨ଟି ସ୍ମାର୍ଟ ଟିଭିରେ HDR ସପୋର୍ଟ ରହିଛି। ସେହିଭଳି Mi TV5 ସ୍ମାର୍ଟ ଟିଭି 3GB ରାମ୍ ଏବଂ 32GB ଷ୍ଟୋରେଜ୍ ଏବଂ Mi TV5 Pro ସ୍ମାର୍ଟ ଟିଭି 4GB ରାମ୍ ଏବଂ 64GB ଷ୍ଟୋରେଜ୍ ସହ ଭାରତରେ ଲଞ୍ଚ ହେବ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.