ଶାନଦାର ବ୍ୟାଟେରୀ ସହ ବଜାର ପ୍ରବେଶ କଲା Redmi 8A Dual, ପ୍ରାରମ୍ଭିକ ମୂଲ୍ୟ ରହିଛି ୬,୪୯୯ ଟଙ୍କା

ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ‘ସାଓମୀ’ ନିଜର ଏକ Redmi 8A Dualକୁ ଲଞ୍ଚ କରିଛି । ଏହି ଫୋନରେ ୫,୦୦୦ ଏମଏଚ ବ୍ୟାଟେରୀ ସୁବିଧା ସହ ଏଚଡ଼ି ଡିଷ୍ପ୍ଲେ ଓ ଦମଦାର ପ୍ରୋସେସରର ସପୋର୍ଟ ବି ରହିଛି । ଏସବୁ ବାଦ କମ୍ପାନୀ ଏଥିରେ ୧୦,୦୦୦ ଓ ୨୦,୦୦୦ ଏମଏଚ ବିଶିଷ୍ଟ ପାୱାରବ୍ୟାଙ୍କ ସୁବିଧା ମଧ୍ୟ ଦେଇଛି । ଯେବେକି ଗ୍ରାହକ ମାନେ ଏହି ଫୋନକୁ ସ୍କ୍ୱାଡ଼ ହ୍ୱାଇଟ, ସି-ବ୍ଲୁ ତଥା ମିଡ଼ନାଈଟ ଗ୍ରେ ପରି ରଙ୍ଗ ଗୁଡିକରେ ବି ପାଇପାରିବେ । ଆସନ୍ତୁ ଯାଣିବା ଏହି ଫୋନର ବିଶେଷତା ବିଷୟରେ :

 

redmi

କଣ ରହିଛି ଦର :

କମ୍ପାନୀ ଏହି ଫୋନକୁ ୨ ଜିବି ରାମ, ୩୨ ଷ୍ଟୋରେଜ ସହ ବଜାରରେ ପ୍ରବେଶ କରାଇଛି । କମ୍ପାନୀ ଏହି ଫୋନର ପ୍ରଥମ ଭେରିୟାଣ୍ଟର ମୂଲ୍ୟ ୬,୪୯୯ ଟଙ୍କା ରଖିଥିବା ବେଳେ ଦ୍ଵିତୀୟ ଭେରିୟାଣ୍ଟର ମୂଲ୍ୟ ୬,୯୯୯ ଟଙ୍କା ରଖାଯାଇଛି ।

କଣ ସବୁ ରହିଛି ବିଶେଷତା:

କମ୍ପାନୀ ଏହି ଫୋନରେ ୬.୨୨ ଇଞ୍ଚ ଏଚଡ଼ି ପ୍ଲସ ଡିଷ୍ପ୍ଲେ ସୁବିଧା ଦେଇଥିବା ବେଳେ ରିଜୋଲୁସନ ରହିଛି ୧୫୨୦ X ୭୨୦ ପିକ୍ସଲ । ଏହାବାଦ ସ୍କ୍ରିନ ପ୍ରୋଟେକ୍ସନ ପାଇଁ କନିଙ୍ଗ ଗରିଲା ଗ୍ଲାସ ୫ର ପ୍ରୋଟେକ୍ସନ ସୁବିଧା ମଧ୍ୟ ଦିଆଯାଇଛି । ଏସବୁ ବ୍ୟତୀତ ୟୁଜରଙ୍କୁ ଏଥିରେ ସ୍ନାପଡ୍ରାଗନ ୪୩୯ ଏସଓସି ସୁବିଧା ମଧ୍ୟ ମିଳିପାରିବ । ଏହା ସହ ଫୋନଟି ଲାଟେସ୍ଟ ଅପରେଟିଙ୍ଗ ସିଷ୍ଟମ ସହିତ ହିଁ କାମ କରିଥାଏ ।

redmi new

Redmi 8A Dualର ବ୍ୟାଟେରୀ :

କନେକ୍ଟିଭିଟି କଥା କହିଲେ କମ୍ପାନୀ ତରଫରୁ ଏଥିରେ ୱାଇ- ଫାଇ, ଜିପିଏସ, ବ୍ଲୁ ତୁଠ ଓ ୟୁଏସବି ପୋର୍ଟ ଟାଇପ – ସି ପରି ସାନଦାର ଫିଚର୍ସ ସୁବିଧା ବି ଦିଆଯାଇଛି । ୫୦୦୦ ଏମଏଚ ବ୍ୟାଟେରୀ ସହ ୧୮ ବାଟ ଫାଷ୍ଟ ଚାରଜିଙ୍ଗ ଫିଚର ବି ମିଳିପାରିବ ।

 

Leave A Reply

Your email address will not be published.