ରେଡମି ଖୁବ୍ ଶୀଘ୍ର ୧୦୮MP କ୍ୟାମେରା ଏବଂ ଦମଦାର ଫିଚର୍ସ ସହିତ ଏକ ଫୋନ୍ ଲଞ୍ଚ କରିବାକୁ ଯାଉଛି । ସାଓମିର ଏହି ଫୋନ ଖୁବ୍ ଶୀଘ୍ର ଭାରତରେ Xiaomi Redmi Note 15 5G ନାମରେ ଲଞ୍ଚ ହେବ । ଏହି ଫୋନକୁ ନିକଟରେ ଚାଇନାର ବଜାରରେ ଲଞ୍ଚ କରାଯାଇଛି । ରେଡମିର ଏହି ଆଗାମୀ ଫୋନ୍ ବ୍ୟତୀତ କମ୍ପାନୀ ଏହି ସିରିଜରେ ଆଉ ଦୁଇଟି ଡିଭାଇସ୍ Redmi Note 15 Pro ଏବଂ Redmi Note 15 Pro Plus ମଧ୍ୟ ପ୍ରଦାନ କରିପାରିବ ।
ସାଓମିର ସବ୍-ବ୍ରାଣ୍ଡ ନିକଟରେ ଏହି ସିରିଜର ଷ୍ଟାଣ୍ଡାର୍ଡ ମଡେଲର ଚିତ୍ରକୁ ଟିଜ୍ କରିଛି । ଆସନ୍ତା ମାସ ୬ ଜାନୁଆରୀରେ ଏହି ଫୋନ ଭାରତରେ ଲଞ୍ଚ ହେବ । ଏହାର ଆରମ୍ଭ ମୂଲ୍ୟ ୨୦ ରୁ ୨୫ ହଜାର ଟଙ୍କା ପାଖାପାଖି ହୋଇପାରେ । ଏଥି ସହିତ ଫୋନର ଟିଜର ଅନୁସାରେ ଏହା ଏକ ସ୍ଲିମ୍ ଫୋନ୍ ହେବ । ଏହି ଫୋନର ଡିଜାଇନର ଝଲକ ମଧ୍ୟ ଟିଜରରେ ଦେଖିବାକୁ ମିଳିବ ।
Redmi Note 15 5G ଫିଚର୍ସ:
ଏହି ଫୋନ୍ ପୂର୍ବରୁ ଚାଇନାରେ ଲଞ୍ଚ ହୋଇସାରିଛି । ଭାରତରେ ଲଞ୍ଚ ହେବାକୁ ଥିବା ମଡେଲର ହାର୍ଡୱେରରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ । ଏହି ରେଡମି ଫୋନରେ ୬.୭୭ ଇଞ୍ଚର FHD+ AMOLED ଡିସପ୍ଲେ ରହିଛି । ଫୋନର ଡିସପ୍ଲେ ୧୨୦Hz ରିଫ୍ରେସ୍ ରେଟ୍ କୁ ସପୋର୍ଟ କରେ । Redmi Note 15 5Gରେ କମ୍ପାନୀ Qualcomm Snapdragon 6 Gen 3 ପ୍ରୋସେସର ବ୍ୟବହାର କରିପାରେ ।
କମ୍ପାନୀ ପକ୍ଷରୁ ଜାରି କରାଯାଇଥିବା ଟିଜର ଅନୁଯାୟୀ, ଏହି ଫୋନରେ ୧୦୮MP କ୍ୟାମେରା ମିଳିବ । ତେବେ ଚାଇନିଜ୍ ଭାରିଆଣ୍ଟରେ କମ୍ପାନୀ ୫୦MP କ୍ୟାମେରା ଦେଇଛି । ଭାରତରେ ଲଞ୍ଚ ହୋଇଥିବା ଏହି ଫୋନରେ ୫୫୨୦mAh ବ୍ୟାଟେରୀ ମିଳିପାରିବ । ଏହି ଫୋନ୍ ୪୫W ଫାଷ୍ଟ ଚାର୍ଜିଂ ଫିଚରକୁ ସପୋର୍ଟ କରିପାରିବ । ଏହା Android 16 ଉପରେ ବେସ୍ଡ HyperOS 2ରେ କାମ କରିବ |
କହିରଖୁଛୁ ଯେ ଆଗାମୀ Redmi Note 15ର ଫିଚର୍ସ କମ୍ପାନୀର ପୂର୍ବ ମଡେଲ Redmi Note 14 ସହିତ ସମାନ ହେବ । Redmi Note 14ରେ କମ୍ପାନୀ ୧୦୮ ମେଗାପିକ୍ସଲ + ୨ ମେଗାପିକ୍ସଲର ଡୁଆଲ କ୍ୟାମେରା ସେଟଅପ୍ ଦେଇଥିଲା । ଏହି ଫୋନରେ ୨୦MP ସେଲଫି କ୍ୟାମେରା ରହିଛି ।
Also read: ଗ୍ରାହକଙ୍କୁ ଖୁସି କରିଛି BSNLର ୧୬୫ ଦିନିଆ ଶସ୍ତା ପ୍ଳାନ୍, କମ୍ ମୂଲ୍ୟରେ ଆକ୍ଟିଭ ରହିବ ସିମ୍