ଦୁଇ ଥର ମୋଡି ପାରିବେ Xiaomi ର ଏହି ଫୋଲ୍ଡେବଲ୍ ସ୍ମାର୍ଟଫୋନ୍, ଦେଖନ୍ତୁ ଭିଡିଓ

୨୦୧୯ରେ ଅନେକ କମ୍ପାନୀ ଲଂଚ୍ କରିବେ ଫୋଲଡେବଲ୍ ସ୍ମାର୍ଟଫୋନ୍ । କିଛି ଦିନ ପୂର୍ବରୁ ସାମସଙ୍ଗ୍ ଏବଂ ହୁଆୱେ ନିଜ ଫୋଲଡେବଲ୍ ଫୋନର ଗୋଟିଏ ଝଲକ ଦେଖାଇଥିଲେ । ଏବେ ଚାଇନା କମ୍ପାନୀ ସାଓମୀ ନିଜର ଫୋଲ୍ଡେବଲ୍ ଫୋନ୍ ଲଂଚ୍ କରିବାକୁ ଯାଉଛି । ତେବେ ସାଓମୀର ଏହା ପ୍ରଥମ ଫୋଲ୍ଡେବଲ୍ ଫୋନ୍ ନୁହେଁ ।

ନିଜ ଆଗାମୀ ଫୋଲ୍ଡେବଲ୍ ଫୋନର ଏକ ନୂଆ ଭିଡିଓ ସେୟାର୍ କରିଛି ସାଓମୀ । ଭିଡିଓରେ ଦେଖିବାକୁ ମିଳିଛି ଏହା ସିଙ୍ଗଲ୍ ନୁହେଁ ବରଂ ଡବଲ୍ ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ । ଯଦି ଏହି ଫୋନ୍ ଲଂଚ୍ ହେଲା ସ୍ମାର୍ଟଫୋନ୍ ଦୁନିଆରେ ବିପ୍ଲବ ଆଣିବ ସାଓମୀ । କାରଣ ଦୁଇଥର ଫୋଲ୍ଡ ହେଉଥିବା ପ୍ରଥମ ସ୍ମାର୍ଟହେବ ସାଓମୀର । ତେବେ ସାଓମୀର ଏହି ସ୍ମାର୍ଟଫୋନର ଫିଚର ଏବଂ ମୂଲ୍ୟ ବିଷୟରେ ଏଯାଏଁ କୌଣସି ସୂଚନା ମିଳିନାହିଁ ।

ସାଓମୀ ପୂର୍ବରୁ ନିଜର ଫୋଲ୍ଡେବଲ୍ ଫୋନର ଏକ ଭିଡିଓ ଜାରି କରିଥିଲା ସାମସଙ୍ଗ୍ । ଯେଉଁଥରେ ଦାବି କରିଥିଲା ଯେ ଫୋନକୁ ବିନା କୌଣସି ସମସ୍ୟାରେ ୨ ଲକ୍ଷ ଥର ଫୋଲ୍ଡ କରାଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.