ଏବେ ଘରେ ବସି ଉଠାଇପାରିବେ ଦୁର୍ଗାପୂଜାର ଆନନ୍ଦ, Xiaomi ଆରମ୍ଭ କଲା ଲାଇଭ୍‌ ଦର୍ଶନ କାର୍ଯ୍ୟକ୍ରମ

କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଲୋକମାନେ ନବରାତ୍ର ପୂଜାରେ ସାମିଲ ହୋଇପାରୁନାହାନ୍ତି। ଭକ୍ତଙ୍କ ଏହି ସମସ୍ୟାକୁ ହୃଦୟଙ୍ଗମ କରି ସ୍ମାର୍ଟଫୋନ୍‌ କମ୍ପାନୀ ସାଓମି ଏକ ନୂଆ ଉପାୟ ଆରମ୍ଭ କରିଛି। ଏହି ଉପାୟରେ ଭକ୍ତମାନେ ଘରେ ବସି ଦୁର୍ଗା ପୂଜାର ଆନନ୍ଦ ଉଠାଇ ପାରିବେ। କମ୍ପାନୀର ଏହି ନୂଆ ଉଦ୍ୟମ ଯୋଗୁ ସାମାଜିକ ଦୂରତ୍ୱ ନିୟମ ବି ବଜାୟ ରହିପାରିବ ଓ ସବୁ ଲୋକ ଦୁର୍ଗା ପୂଜାର ଆନନ୍ଦ ଉଠାଇପାରିବେ। ଶ୍ରଦ୍ଧାଳୁ ଲାଇଭ୍‌ ଷ୍ଟ୍ରିମିଂ ଜରିଆରେ ମା’ଙ୍କ ଦର୍ଶନ କରିପାରିବେ।

ଏମ୍‌ଆଇ ଇଣ୍ଡିଆର ନିର୍ଦ୍ଦେଶକ(ଅଫ୍‌ଲାଇନ୍‌ ବିକ୍ରି) ସୁନୀଲ ବେବି ଶନିବାର କହିଛନ୍ତି କମ୍ପାନୀ ଏଥିପାଇଁ ଏକ ଅନ୍‌ଲାଇନ୍‌ ପୋର୍ଟାଲ ‘ତ୍ରିନୟନ’ ଆରମ୍ଭ କରିଛି। ଲୋକମାନେ ଏହି ପୋର୍ଟାଲ ସାହାଯ୍ୟରେ ଲାଇଭ୍‌ ଦୁର୍ଗା ପୂଜା ଦେଖିପାରିବେ। ଏଥିପାଇଁ କଲିକତାର ୧୦ଟି ଲୋକପ୍ରିୟ ଆୟୋଜନସ୍ଥଳୀରେ ୪୦ କ୍ୟାମେରା ଲଗାଯିବ। ଏହା ସାହାଯ୍ୟରେ ଲୋକମାନେ ଘରେ ବସି ମଣ୍ଡପରେ ଚାଲିଥିବା ପୂଜାପାଠର ସବୁ ବିଧିବିଧାନ ଦେଖିପାରିବେ।

mi

କମ୍ପାନୀ ତରଫରୁ କୁହାଯାଇଛି ଯେ କଲିକତାର ବଲ୍ଲିଗଞ୍ଜ କଲଚର ଆସୋସିଏସନ୍‌, ଏଫ୍‌ଡି ବ୍ଲକ, ମୁଡିୟାଲି, ତେଲପ୍ରୋଟେ, ବେହାଲା କ୍ଲବ, ଗେନେକ୍ସ-ବେହାଲା, ଶପୁରଜୀ, ୟୁନିଟେକ୍‌, ଶେରବୁଡ ଇଷ୍ଟେଟ୍‌ ଓ ଭିଆଇପି ଏନ୍‌କ୍ଲେଭ ମଣ୍ଡପରୁ ଲାଇଭ ଷ୍ଟ୍ରିମିଂ କରାଯିବ। ଏହି ଲାଇଭ୍‌ ଦର୍ଶନ ପାଇଁ ଆପଣଙ୍କୁ ପ୍ରଥମେ ତ୍ରିନୟନ ପୋର୍ଟାଲରେ ରେଜିଷ୍ଟ୍ରେସନ୍‌ କରିବାକୁ ପଡ଼ିବ। ଏହା ପରେ ହିଁ ଆପଣ ଲାଇଭ୍‌ ଆଳତୀ ଦେଖିପାରିବେ। ଏଥିରେ କେତେକ ବଡ଼ ବଡ଼ ମନ୍ଦିରର ଆଳତୀ ବି ଦେଖିପାରିବେ।

Leave A Reply

Your email address will not be published.