ଭାରତରେ wireless audio product ପ୍ରସ୍ତୁତ କରିବ xiaomi, ଏହି କମ୍ପାନୀ ସହିତ କରିବ ପାର୍ଟନରସିପ

କମ୍ପାନୀ ଖୁବଶୀଘ୍ର ଏହାର ଅଡିଓ ପ୍ରଡକ୍ଟ ଘରୋଇ ବଜାରରେ ପ୍ରସ୍ତୁତ କରିବ । କମ୍ପାନୀ ପୂର୍ବରୁ ସ୍ପିକର, ଇୟରବଡ୍ସ, ହେଡଫୋନ ଏବଂ େଓ୍ଵୟାରଲେସ ବ୍ଲୁଟୁଥ ନିର୍ମାଣ କରୁଥିଲା । ବର୍ତ୍ତମାନ କମ୍ପାନୀ ଅପ୍ଟିମସ୍ କମ୍ପାନୀ ସହିତ ମିଳିତ ଭାବେ ଅଡିଓ ପ୍ରଡକ୍ଟ ନିର୍ମାଣ କରିବ ।

(କେନ୍ୟୁଜ ବ୍ୟୁରୋ) : ଚୀନ ସ୍ମାର୍ଟଫୋନ ନିର୍ମାଣକାରୀ କମ୍ପାନୀ ସାଉମି ଭାରତରେ ପ୍ରଥମ ଥର ପାଇଁ ଲୋକାଲ ଅଡିଓ ପ୍ରଡକ୍ଟ ପ୍ରସ୍ତୁତ କରିବାକୁ ଯାଉଛି । ଏଥିପାଇଁ ସାଉମି ଅପ୍ଟିମସ୍ ଇଲେକ୍ଟ୍ରୋନିକ୍ସ ସହିତ ପାର୍ଟନରସିପ ସ୍ଥାପନ କରିଛି, ଏବଂ ଉତ୍ତରପ୍ରଦେଶର ମାନୁଫେକ୍ଚୁରିଙ୍ଗ ପ୍ଲାଣ୍ଟରେ ଏହି ଅଡିଓ ପ୍ରଡକ୍ଟ ପ୍ରସ୍ତୁତ କରିବ ବୋଲି ଜଣା ପଡ଼ିଛି । ୨୦୨୫ ସୁଦ୍ଧା ଘରୋଇ ବଜାରରେ ଏହି ଉତ୍ପାଦନକୁ ୫୦ ପ୍ରତିଶତ ବୃଦ୍ଧି କରିବା କମ୍ପାନୀର ଲକ୍ଷ ରହିଛି । ଏହି କମ୍ପାନୀ ପୂର୍ବରୁ ଅଡିଓ ପ୍ରଡକ୍ଟ ପ୍ରସ୍ତୁତ କରୁଥିଲେ ମଧ୍ୟ ଏହା ଭାରତରେ ମାନୁଫେକ୍ଚୁରିଙ୍ଗ ହେଉନଥିଲା ।

ସାଉମି ର ଇଣ୍ଡିଆନ ଓ୍ଵିଙ୍ଗ ଟିଭି ଏବଂ ମୋବାଇଲ ପ୍ରସ୍ତୁତ କରିଥାଏ । କମ୍ପାନୀ ଖୁବଶୀଘ୍ର ଏହାର ଅଡିଓ ପ୍ରଡକ୍ଟ ଘରୋଇ ବଜାରରେ ପ୍ରସ୍ତୁତ କରିବ । କମ୍ପାନୀ ପୂର୍ବରୁ ସ୍ପିକର, ଇୟରବଡ୍ସ, ହେଡଫୋନ ଏବଂ େଓ୍ଵୟାରଲେସ ବ୍ଲୁଟୁଥ ନିର୍ମାଣ କରୁଥିଲା । ବର୍ତ୍ତମାନ କମ୍ପାନୀ ଅପ୍ଟିମସ୍ କମ୍ପାନୀ ସହିତ ମିଳିତ ଭାବେ ଅଡିଓ ପ୍ରଡକ୍ଟ ନିର୍ମାଣ କରିବ । ଭାରତ ସରକାର ମଧ୍ୟ ଏମଏନସିଏସ କୁ ଲୋକାଲ ମାନୁଫେକ୍ଚୁରିଙ୍ଗ ବଢ଼ାଇବା ପାଇଁ କହିଛି, କାରଣ ଦେଶର ନାଗରିକମାନେ ଆତ୍ମନିର୍ଭରଶୀଳ ହେବେ ଏବଂ ଅଧିକରୁ ଅଧିକ ଲୋକଙ୍କୁ ରୋଜଗାର ମିଳିପାରିବ ।

ଭାରତରେ ଚୀନ ବ୍ରାଣ୍ଡ ସାଉମି କ୍ୱାର୍ଟଲି ରେଭେନ୍ୟୁରେ ୧୮.୯ ପ୍ରତିଶତ ର କ୍ଷତି ସହିଛି । କାରଣ ମହାମାରୀ ପରେ ସ୍ମାର୍ଟଫୋନର ଚାହିଦା ବଜାରରେ କମ ହୋଇଯାଇଛି । ଏପରିକି କମ୍ପାନୀର ଘରୋଇ ବଜାର ଚୀନରେ ମଧ୍ୟ ଉତ୍ପାଦ ସାମଗ୍ରୀ ବିକ୍ରି ୨୦ ପତିଶତ କମିଛି । ୨୦୨୩ ମସିହାରେ ହିଁ ଚୀନ ର ସ୍ମାର୍ଟଫୋନ ବଜାରରେ ୧୧ ପ୍ରତିଶତ କ୍ଷତି ହୋଇଥିଲା । ଭାରତରେ ମଧ୍ୟ ସାଉମିର ବ୍ୟବସାୟ ଭଲ ଚାଲୁ ନଥିବା ସହିତ ଏହି କମ୍ପାନୀ ଉଚ୍ଚ ତାଲିକାରୁ ନିମ୍ନକୁ ଖସି ଆସିଛି । ସାଉମି ବଦଳରେ ଅଧିକ ସ୍ମାର୍ଟଫୋନ ବିକ୍ରି ହେଉଥିବା କମ୍ପାନୀ ଭାବେ କୋରିଆନ କମ୍ପାନୀ ସାମସଙ୍ଗ ନିଜ ସ୍ଥାନ ଅଧିକାର କରିବାରେ ସଫଳ ହୋଇଛି । ଲମ୍ବା ସମୟ ଧରି ବଜାରରେ ଭଲ ନାଁ କରୁଥିବା ସାଉମି ନିମ୍ନ ତାଲିକାକୁ ଖସି ଆସିଛି । ସାଉମି ଲୋକଙ୍କ ଚାହିଦା ମୁତାବକ ନିଜ ପ୍ରଡକ୍ଟରମାନୁଫେକ୍ଚୁରିଙ୍ଗ କରୁନଥିବାରୁ ଏହାର ଚାହିଦା କମ ହୋଇଥିବା କୁହାଯାଉଛି । ତେବେ ଭାରତରେ ନିର୍ମାଣ ହେବାକୁ ଥିବା ଏହି େଓ୍ଵୟାରଲେସ ପ୍ରଡକ୍ଟ୍ସମୋବାଇଲ ବ୍ୟବହାରକାରୀଙ୍କ ପାଇଁ ଲାଭଦାୟକ ହେବ ।

Leave A Reply

Your email address will not be published.