ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି ଜିଓମିର ୨୦୦ ମେଗାପିକ୍ସଲ କ୍ୟାମେରା ଥିବା ନୂଆ ସ୍ମାର୍ଟଫୋନ

ଜିଓମିର ନୂଆ ସ୍ମାର୍ଟଫୋନ ଖୁବ ଶୀଘ୍ର ଲଞ୍ଚହେବାକୁ ଯାଉଛି । ଏଥର ଜିଓମି ନିଜ ପ୍ରିମିୟମ ସ୍ମାର୍ଟଫୋନର କ୍ୟାମେରା ଉପରେ ବେଶି ଫୋକସ୍ ରଖିଛି । ଖବର ଅନୁଯାୟୀ, କମ୍ପାନୀ ପକ୍ଷରୁ ମାର୍କେଟକୁ ବଡ଼ କ୍ୟାମେରା ସେଂସରର ଏକ ଡିଭାଇସ୍ ଲଞ୍ଚ ହେବାକୁ ଯାଉଛି । ରିପୋର୍ଟ ମୁତାବକ, ଜିଓମି ଏଥର ୨୦୦ ମେଗାପିକ୍ସଲ କ୍ୟାମେରା ଥିବା ସ୍ମାର୍ଟଫୋନ ଉପରେ କାମ କରୁଛି । ଜିଓମିର ଥିବା ଶେଷ ସ୍ମାର୍ଟଫୋନରେ ୧୦୮ ମେଗାପିକ୍ସଲର କ୍ୟାମେରା ଥିଲା ।

ଜିଓମିର ଏହି ଫୋନରେ ୨୦୦ ମେଗାପିକ୍ସଲ ସେଂସର ଯୂୁକ୍ତ କ୍ୟାମେରା ପାଇଁ କମ୍ପାନୀ ଦ୍ୱାରା ସାମସଙ୍ଗ ଡେଭଲପ କରିଥିବା ସେସଂର ବ୍ୟବହାର କରାଯିବ । ଏହା ସାମସଙ୍ଗର ISOCELL GN2 ସେଂସର ହୋଇପାରେ । ଏହି ସୂଚନା ପୁପୁଲାର ଲିକଷ୍ଟାର Ice Universe ପକ୍ଷରୁ ଇନଷ୍ଟାଗ୍ରାମରେ ଦିଆଯାଇଛି ଯେ ସାମସଙ୍ଗ ଏବର୍ଷ ନିଜ ISOCELL କ୍ୟାଟେଗରୀ ଅନ୍ତର୍ଗତ ଏକ ଇନୋଭେଟିଭ ସେଂସର ଲଞ୍ଚ କରିବାକୁ ଯାଉଛି । ଯାହାର ସେଂସର ୨୦୦ ମେଗାପିକ୍ସଲ ରହିବ ।

ସାମସଙ୍ଗ ପକ୍ଷରୁ ମଧ୍ୟ ଏହି ସୂଚନା ମିଳିଛି ଯେ ଏହା ଗ୍ୟାଲେକ୍ସି ଏସ୍ ୨୧ ଅଲଟ୍ରାରେ ଦିଆଯାଇଥିବା ୧୦୮ ମେଗାପିକ୍ସଲ ସେଂସରକୁ ଡେଭଲପ କରି ନୂଆ ସେଂସର ଅପଡେଟ କରିବ । ତେବେ ଆଗକୁ ଲଞ୍ଚ ହେବାକୁ ଥିବା ନୂଆ ସ୍ମାର୍ଟଫୋନରେ ସେ ଏହି ଅପଡେଟ ସେଂସର ବ୍ୟବହାର କରିପାରେ ବୋଲି ଶୁଣାଯାଉଛି ।

ଆଗକୁ କମ୍ପାନୀ କେବଳ ୨୦୦ ମେଗାପିକ୍ସଲ ସେଂସରରେ ସୀମିତ ନରହି ୬୦୦ ମେଗାପିକ୍ସଲର ସେଂସର ବାହାର କରିବାର ଯୋଜନା ବନାଇଛି। ଏହି ସେଂସର କମର୍ସିଆଲ ହେବା ପାଇଁ ଆଉ କିଛି ସମୟ ଲାଗିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । କିନ୍ତୁ ଏବେ ୨୦୦ ମେଗାପିକ୍ସଲ ଥିବା ସେଂସରକୁ ନେଇ ୟୁଜର୍ସମାନେ ବେଶ ଖୁସି ଅଛନ୍ତି ବୋଲି କମ୍ପାନୀ ପକ୍ଷରୁ ସୂଚିତ କରାଯାଇଛି ।

Leave A Reply

Your email address will not be published.