୧୬ ଡିସେମ୍ବରରୁ ଆପଣ କିଣିପାରିବେ ଶାଓମୀର ସବୁଠାରୁ ଶସ୍ତା ଫିଟ୍‌ନେସ୍‌ ବ୍ୟାଣ୍ଡ 3i, ଜାଣନ୍ତୁ ଖାସ୍‌ ଫିଚର

ଗତ ମାସରେ ଲଞ୍ଚ୍‌ ହୋଇଛି ଶାଓମୀର ସବୁଠାରୁ ଶସ୍ତା ଫିଟ୍‌ନେସ୍‌ ବ୍ୟାଣ୍ଡ 3i। ୧୬ ଡିସେମ୍ବରରୁ ଏହାର ବିକ୍ରି ଆରମ୍ଭ ହେଉଥିବା ବେଳେ ଲୋକେ ଏହାକୁ ଫ୍ଲିପ୍‌କାର୍ଟ ସହ ଏମ୍‌ଆଇ ଅନ୍‌ଲାଇନ ଷ୍ଟୋର୍‌ରୁ କିଣିପାରିବେ। ଏହି ବ୍ୟାଣ୍ଡର ଖାସିୟତ୍‌ ହେଉଛି, ଏତେ ଶସ୍ତା ହେବା ସତ୍ତ୍ୱେ ଏଥିରେ ଟଚ୍‌ସେନ୍ସିିଟିଭ୍‌ OLED display ମିଳିବ। ଏହାସହ ଏହାକୁ ଥରେ ଚାର୍ଜ କଲେ ୨୦ ଦିନ ପଯ୍ୟର୍ନ୍ତ ଚାଲିବ। ଏମ୍‌ଆଇ ବ୍ୟାଣ୍ଡ 3iରେ 5ATM ଓ୍ଵାଟର ରେଜିଷ୍ଟାଣ୍ଟ ରେଟିଙ୍ଗ୍‌ ଦିଆଯାଇଛି। ଏହାକୁ thermoplastic polyurethane materialରେ ବନାଯାଇଛି।

• ଏହି ବ୍ୟାଣ୍ଡରେ 128×80 ପିକ୍ସଲ ରିଜୋଲ୍ୟୁଶନ ଥିବା ୦.୭୮ ଇଞ୍ଚ୍‌ର OLED display ଅଛି। ଏଥିସହ ଆଣ୍ଟି-ଫିଙ୍ଗରପ୍ରିଣ୍ଟ କୋଟିଙ୍ଗ୍‌ ଥିବା କାପାସିଟିଭ୍‌ ଟଚ୍‌ ପ୍ୟାନେଲ୍‌ ରହିଛି।

x2

• ଏଥିରେ 110mAh ଲିଥିୟମ୍‌ ପଲିମର୍‌ ବ୍ୟାଟେରୀ ଅଛି। କମ୍ପାନୀ ଦାବି କରିଛି ଯେ ସିଙ୍ଗଲ ଚାର୍ଜିଙ୍ଗ୍‌ରେ ଏହା ୨୦ ଘଣ୍ଟା ପଯ୍ୟର୍ନ୍ତ ଚାଲିବ। ଏଥିରେ ହାର୍ଟ ରେଟ୍‌ ମନିଟର ସେନ୍ସର ମିଳିବ ନାହିଁ।

• ଏହା ଆଣ୍ଡ୍ରୋଏଡ୍‌ ୪.୪ କିମ୍ବା ଏହାଠାରୁ ଲାଟେଷ୍ଟ OS ଡିଭାଇସ୍‌ ଉପରେ କାମ କରିବ। ଏହାସହିତ iOS 9.0 ଏବଂ ଏହାର ଉପର ଡିଭାଇସ୍‌ ସହ କମ୍ପାଟେବୁଲ୍‌ ରହିବ।

x3

• କନେକ୍ଟିଭିଟି ପାଇଁ ଏଥିରେ ବ୍ଲୁଟୁଥ୍‌ ୪.୪ର ସୁବିଧା ମିଳିବ। ଏହାକୁ ଏମ୍‌ଆଇ ଫିଟ୍‌ ଆପ୍‌ ସାହାଯ୍ୟରେ ସ୍ମାର୍ଟଫୋନ୍‌ ଏବଂ ଟାବ୍‌ଲେଟରେ ପେୟାର୍‌ କରାଯାଇପାରିବ।

• ଏଥିରେ କଲ୍‌-ମେସେଜ୍‌ର ନୋଟିଫିକେଶନ, ଆଇଡିୟଲ୍‌ ଆଲର୍ଟ, ଇଭେଣ୍ଟ୍‌ ରିମାଇଣ୍ଡର୍ସ ଭଳି ଫଚର ମିଳିବ। ଏହାସହିତ ସାଇକିଲିଙ୍ଗ୍‌, ରନିଙ୍ଗ୍‌, ଓ୍ଵାକିଙ୍ଗ୍‌ ଭଳି ଫିଟ୍‌ନେସ୍‌ ଆକ୍ଟିଭିଟିକୁ ଟ୍ରାକ୍‌ କରିବ। ଏଥିରେ ସ୍ଲିପ୍‌ ଟ୍ରାକିଙ୍ଗ୍‌ ଏବଂ ପାଣିପାଗର ସୂଚନା ମଧ୍ୟ ମିଳିବ।

x4

କମ୍ପାନୀର ଅଫିସିଆଲ୍‌ ଟୁଇଟ୍‌

କମ୍ପାନୀ ନିଜ ଅଫିସିଆଲ୍‌ ଟୁଇଟର ଆକାଉଣ୍ଟ ଜରିଆରେ ଫ୍ୟାନ୍‌ମାନଙ୍କୁ ଏହାର ପ୍ରଥମ ସେଲ୍‌ ବିଷୟରେ ସୂଚନା ଦେଇଛି। ଟୁଇଟ୍‌ ମୁତାବକ, ୧୬ ଡିସେମ୍ବରଠାରୁ ଅଫିସିଆଲ୍‌ ଅନ୍‌ଲାଇନ୍‌ ଷ୍ଟୋର୍‌ ସହ ଫ୍ଲିପ୍‌କାର୍ଟରୁ କିଣାଯାଇପାରିବ। ବର୍ତ୍ତମାନ ଏହା ଇ-କମର୍ସ ପ୍ଲାଟଫର୍ମରୁ ଆଉଟ୍‌ ଅଫ୍‌ ଷ୍ଟକ୍‌ ନଜର ଆସୁଛି। ଫ୍ଲିପ୍‌କାର୍ଟ ନିଜ ପ୍ଲାଟଫର୍ମରୁ ଫ୍ଲିପ୍‌କାର୍ଟ ଆକ୍ସିସ୍‌ ବ୍ୟାଙ୍କ କ୍ରେଡିଟ୍‌ କାର୍ଡରୁ କିଣିବା ଉପରେ ୫% ଅନ୍‌ଲିମିଟେଡ୍‌ କ୍ୟାଶ୍‌ବ୍ୟାକ୍‌ ଏବଂ ଆକ୍ସିସ୍‌ ବ୍ୟାଙ୍କ ବଜ୍‌ କ୍ରେଡିଟ୍‌ କାର୍ଡରୁ କିଣିବା ଉପରେ ୫% ରିହାତି ଦେଉଛି। ଏହାଛଡ଼ା ଏଥିରେ ନୋ-କଷ୍ଟ୍‍ ଇଏମ୍‌ଆଇର ସୁବିଧା ମଧ୍ୟ ଦିଆଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.