ନୂଆ ରୁପରେ ମାତ୍ର ୧୬ହଜାର ଟଙ୍କାରେ ଲଞ୍ଚ କରୁଛି ୟାମାହା ଆରଏକ୍ସ ୧୦୦

ନୂଆଦିଲ୍ଲୀ : ସମୟ କ୍ରମେ ବଦଳିଛି ଗ୍ରାହକଙ୍କ ପସନ୍ଦ। ପୂର୍ବରୁ ବାଇକ କମ୍ପାନି ୟାମାହାର ଖୁବ ଚାହିଦା ରହିଥିବା ବେଳେ ଏବେ ସମୟକ୍ରମେ ତାହା କମ ହୋଇଛି। କିନ୍ତୁ କମ୍ପାନିରୁ ମିଳିଥିବା ସୂଚନା ଅନୁଯାୟୀ ପୁଣି ଥରେ ବଜାରକୁ ଫେରୁଛି ୟାମାହାର ବହୁ ଲୋକପ୍ରିୟ ବାଇକ୍ ୟାମାହା ଆରଏକ୍ସ ୧୦୦। ଏହାକୁ କମ୍ପାନି ଖୁବ କମ୍ ମୂଲ୍ଯରେ ଲଞ୍ଚ କରିବାକୁ ନିର୍ଣ୍ଣୟ ନେଇଥିବା ବେଳେ ଏହା ବଜାରରେ ଥିବା ବଜେଟ ବାଇକ ମାନଙ୍କୁ ଟକ୍କର ଦେବ ବୋଲି ଶୁଣିବାକୁ ମିଳୁଛି।

Yamaha-RX100

୯୦ ଦଶକରେ ଗ୍ରାହକଙ୍କ ହୃଦୟରେ ରାଜ କରୁଥିଲା ୟାମାହା ଆରଏକ୍ସ ୧୦୦ ବାଇକ୍। ଏବେ ମଧ୍ୟ କିଛି ଲୋକ ରହିଛନ୍ତି ଯେଉଁମାନେ ବାଇକକୁ ସ୍ମୃତି ହିସାବରେ ସାଇତି ରଖିଛନ୍ତି ।  କମ୍ପାନି ସୂଚନା ଅନୁଯାୟୀ , ଖୁବ୍ ଶୀଘ୍ର ବଜାରରେ ୟାମାହା ଆରଏକ୍ସ ୧୦୦ ବାଇକ୍ ଆସିବାକୁ ଯାଉଛି। ଏବଂ ଏହା ଭାରତର ବିଭିନ୍ନ ଗାଡି ସୋରୁମରେ ଖୁବ୍ ଶୀଘ୍ର ନଜର ଆସିପାରେ। ସବୁଠାରୁ ଖାସ କଥା ହେଉଛି ଏହାର ମୂଲ୍ଯ । କମ୍ପାନି ଏହାର ମୂଲ୍ଯ ରହିଛି ମାତ୍ର ୧୬ ହଜାର ଟଙ୍କା।

Yamaha-RX

ଫିଚର :

ଆରଏକ୍ସ୧୦୦ ବାଇକ ୯୯ସିସି ରହିଥିବା ବେଳେ ଏଥିରେ ଏୟାର କୁଲ୍ଡ,, ୨ଷ୍ଟ୍ରୋକ ସିଙ୍ଗିଲ ସିଲିଣ୍ଡର, ଇଂଜିନ ଲଗାଇଛି । ଏହା ୭୫୦୦ ଆରପିଏମରେ ୧୧ ଏଚପିର ପାୱାର ଏବଂ ୬୫୦୦ଆରପିଏମରେ ୧୦.୩୯ ଏନଏମର ଟର୍କ୍ୟୁ ଉତ୍ପନ୍ନ କରିଥାଏ । ଏହି ବାଇକରେ ୧୦.୫ ଲିଟରର ଫ୍ୟୁଏଲ ଟ୍ୟାଙ୍କ ରଖିଛି । ତେବେ ଏହାକୁ ୪ ଗିୟର ବିଶିଷ୍ଟ ରହିଥିବା ବେଳେ ଓଜନ ରହିଛି ୧୦୩ କିଲୋ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.