RTO ଅଫିସ୍ ନ ଯାଇ ବି ଏହି ୧୮ ସେବାକୁ ଘରେ କରିପାରିବେ ଆପଣ, ପଢ଼ନ୍ତୁ ପୂରା ପ୍ରୋସେସ୍
ଆଜି ଆପଣଙ୍କ ପାଇଁ ଏକ ବଢ଼ିଆ ଖବର ନେଇ ଆସିଛୁ। ଏବେ ଯେପରି ଖରା ଆଉ ଗରମ ହେଉଛି ଆପଣଙ୍କ ଘରୁ ବାହାରିବା ମୁସକିଲ ହେଇପଡୁଛି। ତେଣୁ ଆପଣଙ୍କ ଏଇ ସମସ୍ୟାକୁ ଲକ୍ଷ୍ୟ କରି ଆମେ ଆପଣଙ୍କ ପାଇଁ ଏକ ଜରୁରୀ ଖବର ନେଇ ଆସିଛୁ। ଏବେ ଆପଣଙ୍କୁ ଡ୍ରାଇଭିଙ୍ଗ୍ ଲାଇସେନ୍ସ ନେବା ପାଇଁ ଆଉ ଆରଟିଓର ଚକ୍କର କାଟିବାକୁ ପଡିବନି। କାହିଁକିନା ଏବେ ଆପଣ ଡ୍ରାଇଭିଙ୍ଗ ଲାଇସେନ୍ସ, ଲର୍ଣ୍ଣର ଲାଇସେନ୍ସ କିମ୍ବା ଫୁଲ୍ ଲାଇସେନ୍ସ କିମ୍ବା ଭେଇକିଲ୍ ରେଜିଷ୍ଟ୍ରେସନ ସାର୍ଟିଫିକେଟ (ବାହନର ପଞ୍ଜୀକରଣ ପ୍ରମାଣପତ୍ର) ଏହି ସମସ୍ତ ସୁବିଧାକୁ ଆପଣ ଅନଲାଇନ୍ ଦ୍ୱାରା କରିପାରିବେ।
ଗୁରୁବାର କେନ୍ଦ୍ର ୧୮ଟି ଆରଟିଓ ସେବାଙ୍କୁ ଡିଜିଟାଲ ବା ଅନଲାଇନ୍ କରିବା ପାଇଁ ଏକ ନୋଟିଫିକେସନ୍ ଜାରି କରିଛନ୍ତି। ଏହି ନୋଟିଫିକେସନ୍ ଅନୁଯାୟୀ ଏବେ ଆପଣଙ୍କୁ ନିଜ ଗାଡି ସହ ଜଡିତ ସମସ୍ତ କାମ କରିବା ପାଇଁ ଆରଟିଓ ଯିବାର ଆବଶ୍ୟକତା ପଡିବନାହିଁ। ଘରେ ବସି ଗୋଟିଏ କ୍ଲିକ ବଟନ ଜରିଆରେ ଆପଣ ଆରଟିଓ ସମ୍ବନ୍ଧୀୟ ଅନେକ ସେବାର ଲାଭ ଉଠାଇପାରିବେ।
ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ ୧୮ ସୁବିଧାକୁ ଅନଲାଇନ୍ କରୁଛନ୍ତି। ଏଥିରେ ଲର୍ଣ୍ଣିଙ୍ଗ ଡ୍ରାଇଭିଂ ଲାଇସେନ୍ସ, ଡ୍ରାଇଭିଙ୍ଗ ଲାଇସେନ୍ସର ରିନୁଆଲ, ଡୁପ୍ଲିକେଟ ଡ୍ରାଇଭିଙ୍ଗ ଲାଇସେନ୍ସ, ଡ୍ରାଇଭିଙ୍ଗ ଲାଇସେନ୍ସ ଏବଂ ବାହନ ପଞ୍ଜୀକରଣ ସାର୍ଟିଫିକେଟରେ ଠିକଣା ପରିବର୍ତ୍ତନ, ଇଣ୍ଟରନ୍ୟାସନାଲ ଡ୍ରାଇଭିଙ୍ଗ୍ ପରମିଟ, ଲାଇସେନ୍ସରେ ବାହନର ଶ୍ରେଣୀକୁ ସରେଣ୍ଡର କରିବା, ଅସ୍ଥାୟୀ ବାହନ ପଞ୍ଜୀକରଣ ଏବଂ ମୋଟର ବାହନ ପଞ୍ଜୀକରଣ ପାଇଁ ଆବେଦନ ସେବା ସାମିଲ ରହିଛି।
Certain services regarding Driving License and Certificate of Registration have been made completely online. Now these services can be availed without going to RTO. With Aadhaar authentication, on voluntary basis, anyone can get the benefit of these contactless services. pic.twitter.com/UBBvbbsGfG
— MORTHINDIA (@MORTHIndia) March 4, 2021
ସେହିପରି ଅନ୍ୟ ସେବା ମଧ୍ୟରେ ପଞ୍ଜୀକରଣ ଡୁପ୍ଲିକେଟ ପ୍ରମାଣ ପତ୍ର ଜାରୀ କରିବା ଆବେଦନ, ପଞ୍ଜୀକରଣ ପ୍ରମାଣ ପତ୍ର ପାଇଁ ଏନଓସି ଦେବା ପାଇଁ ଆବେଦନ, ମୋଟର ବାହନର ସ୍ୱାମିତ୍ୱ ହସ୍ତାନ୍ତରଣ ସୂଚନା, ମୋଟର ବାହନ ମାଲିକାନା ହକର ହସ୍ତାନ୍ତରଣ ପାଇଁ ଆବେଦନ, ପଞ୍ଜୀକରଣ ପ୍ରମାଣ ପତ୍ରରେ ଠିକଣା ପରିବର୍ତ୍ତନ ସୂଚନା, ମାନ୍ୟତା ପ୍ରାପ୍ତ ଡ୍ରାଇଭର ପ୍ରଶିକ୍ଷଣ କେନ୍ଦ୍ରରେ ଚାଳକ ପ୍ରଶିକ୍ଷଣ ପାଇଁ ପଞ୍ଜୀକରଣ ପାଇଁ ଆବେଦନ, ରାଜନାୟିକ ଅଧିକାରୀର ମୋଟର ବାହନ ପଞ୍ଜୀକରଣ ପାଇଁ ଆବେଦନ, ରାଜନାୟିକ ଅଧିକାରୀ ମୋଟର ବାହନର ନୂଆ ପଞ୍ଜୀକରଣ ଚିହ୍ନର ଆସାଇନମେଣ୍ଟ ପାଇଁ ଆବେଦନ କରିପାରିବେ।
ସେହିପରି ବର୍ତ୍ତମାନ ଡ୍ରାଇଭିଙ୍ଗ ଲାଇସେନ୍ସ ଏବଂ ବାହନର ରେଜିଷ୍ଟ୍ରେସନ କରାଇବା ପାଇଁ କୌଣସି ଅନ୍ୟ କାଗଜପତ୍ର ଦେବାର ଆବଶ୍ୟକ ପଡିବନି। parivahan.gov.in କୁ ଯାଇ ନିଜ ଆଧାରକାର୍ଡକୁ ଭେରିଫାଏ କରିବାକୁ ହେବ। ଯାହାପରେ ଯାଇ ଆପଣ ଏହି ୧୮ଟି ସେବାର ଫାଇଦା ଉଠାଇପାରିବେ।