୧୧ ହଜାର ଟଙ୍କା ଶସ୍ତାରେ କିଣନ୍ତୁ OnePlusର 5G ଫୋନ! ୩୦ ସେପ୍ଟେମ୍ବର ଯାଏ ରହିଛି ଅଫର୍‌; ଫଟାଫଟ୍‌ ଉଠାନ୍ତୁ ଲାଭ

OnePlusର ଦିଓ୍ଵାଲି ସେଲରେ ଆପଣ ପ୍ରିମିୟମ୍‌ ସ୍ମାର୍ଟଫୋନ OnePlus 10 Pro 5Gକୁ ବମ୍ପର ଡିସ୍‌କାଉଣ୍ଟ ସହିତ କିଣି ପାରିବେ। ଫୋନର 8 GB RAM + 128 GB ଇଣ୍ଟରନାଲ ଷ୍ଟୋରେଜ ଯୁକ୍ତ ଭାରିଆଣ୍ଟର ମୂଲ୍ୟ ୬୬,୯୯୯ ଟଙ୍କା ରହିଛି। ଡିସ୍‌କାଉଣ୍ଟ ପରେ ଫୋନର ଦାମ୍‌ କମ୍ପାନୀର େଓ୍ଵବସାଇଟରେ ୬୧,୯୯୯ ଟଙ୍କା ହୋଇଯାଇଛି। ଫୋନ କିଣିବା ପାଇଁ ଯଦି ଆପଣ ଆକ୍ସିସ୍‌ ବ୍ୟାଙ୍କର କ୍ରେଡିଟ୍‌ କିମ୍ବା ଡେବିଟ୍‌ କାର୍ଡ ବ୍ୟବହାର କରିବେ, ତା’ ହେଲେ ଆପଣଙ୍କୁ ୬ ହଜାର ଟଙ୍କାର ଇନ୍‌ଷ୍ଟାଣ୍ଟ ଡିସ୍‌କାଉଣ୍ଟ ମିଳିବ। ଏହି ଅଫର ସହିତ ଫୋନ୍‌ରେ ମିଳୁଥିବା ମୋଟ ଡିସ୍‌କାଉଣ୍ଟ ୧୧ ହଜାର ଟଙ୍କା ହୋଇଯିବ ଏବଂ ଏହା ୬୬,୯୯୯ ଟଙ୍କା ପରିବର୍ତ୍ତେ ୫୫,୯୯୯ ଟଙ୍କାରେ ଆପଣଙ୍କର ହୋଇଯିବ। ଏହି ଧମାକାଦାର ଅଫର ୩୦ ସେପ୍ଟେମ୍ବରରେ ଶେଷ ହୋଇଯିବ।

OnePlus 10 Proର ଫିଚର ଓ ସ୍ପେସିଫିକେସନ

OnePlus 10 Proରେ କମ୍ପାନୀ 3216×1440 ପିକ୍ସଲ ରିଜଲ୍ୟୁସନ ସହିତ 6.7 ଇଞ୍ଚର QHD+ AMOLED ଡିସ୍‌ପ୍ଲେ ଦେଉଛି। ଫୋନରେ ମିଳୁଥିବା ଏହି ଡିସ୍‌ପ୍ଲେ 120Hzର ରିଫ୍ରେଶ୍‌ ରେଟ୍‌ ଏବଂ ୧୩୦୦ ନିଟ୍ସର ପିକ୍‌ ବ୍ରାଇଟନେସ୍‌ ଲେବଲ ଅଫର କରିଥାଏ। ଫୋନ 12GB ପର୍ଯ୍ୟନ୍ତ ର‍୍ୟାମ୍‌ ଏବଂ 512 GB ପର୍ଯ୍ୟନ୍ତ ଇଣ୍ଟରନାଲ ଷ୍ଟୋରେଜ ଅପ୍‌ସନରେ ଆସୁଛି। ପ୍ରୋସେସର ରୂପେ ଏହି ଫୋନରେ ଆପଣଙ୍କୁ ଓକ୍ଟା-କୋର୍‌ ସ୍ନାପ୍‌ଡ୍ରାଗନ ୮ ଜେନ୍‌ ୧ ଚିପ୍‌ସେଟ ମିଳିବ।

ଫୋନର ରିୟରରେ ଫଟୋଗ୍ରାଫି ପାଇଁ ଏଲ୍‌ଇଡି ଫ୍ଲାସ୍‌ ସହିତ ଟ୍ରିପଲ କ୍ୟାମେରା ସେଟ୍‌ଅପ ଦିଆଯାଇଛି। ଏଥିରେ ୪୮ ମେଗାପିକ୍ସଲର ପ୍ରାଇମେରୀ କ୍ୟାମେରା ସହିତ ୫୦ ମେଗାପିକ୍ସଲର ଅଲ୍ଟ୍ଯା-ଓ୍ଵାଇଡ୍‌ ଆଙ୍ଗଲ ଲେନ୍ସ ଏବଂ ୮ ମେଗାପିକ୍ସଲର ଟେଲିଫଟୋ ଲେନ୍ସ ଦିଆଯାଇଛି। ସେଲ୍ଫି ପାଇଁ କମ୍ପାନୀ ଏହି ଫୋନରେ ୩୨ ମେଗାପିକ୍ସଲର ଫ୍ରଣ୍ଟ୍‌ କ୍ୟାମେରା ଅଫର୍‌ କରୁଛି।

OnePlusର ଏହି ଫୋନରେ 5000mAhର ବ୍ୟାଟେରୀ ଦିଆଯାଇଛି। ଫୋନ ୮୦ ଓ୍ଵାଟ୍‌ର ଫାଷ୍ଟ୍‍ ଏବଂ ୫୦ ଓ୍ଵାଟର ଓ୍ଵାୟରଲେସ୍‌ ଚାର୍ଜିଂକୁ ସପୋର୍ଟ କରିଥାଏ। ଇନ୍‌-ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ସହିତ ଆସୁଥିବା ଏହି ଫୋନ ଆଣ୍ଡ୍ରୋଏଡ୍‌ ୧୨ ଉପରେ ବେସ୍‌ଡ ColorOS 12.1 ଉପରେ କାମ କରିଥାଏ। କନେକ୍ଟିଭିଟି ପାଇଁ ଫୋନରେ ଏନ୍‌ଏଫ୍‌ସି ସପୋର୍ଟ ଏବଂ ବ୍ଲୁଟୁଥ୍‌ ୫.୨ ବ୍ୟତୀତ ସମସ୍ତ ଷ୍ଟାଣ୍ଡାର୍ଡ ଅପସନ ଦିଆଯାଇଛି।

୨୦ ହଜାର ଟଙ୍କାରେ କିଣନ୍ତୁ iPhone!

ସେପଟେ Flipkart ସେଲରେ ଆପଣ iPhone 11ର 64GB ଭାରିଆଣ୍ଟକୁ ପାଖାପାଖି ୨୦ ହଜାର ଟଙ୍କାରେ କିଣି ପାରିବେ। କିନ୍ତୁ ଏଥିପାଇଁ ଆପଣଙ୍କୁ କେତେକ ଅଫର୍‌ର ଫାଇଦା ଉଠାଇବାକୁ ପଡ଼ିବ। ଏହାର ଦାମ୍‌ ଏଠାରେ ୪୩,୯୦୦ ଟଙ୍କା ରହିଛି। କିନ୍ତୁ ଡିସ୍‌କାଉଣ୍ଟ ପରେ ଏହା ୩୬,୯୯୦ ଟଙ୍କାରେ ଆସିଯିବ। କମ୍ପାନୀ ICICI ବ୍ୟାଙ୍କ ଡେବିଟ୍‌ କାର୍ଡ ୟୁଜରମାନଙ୍କୁ କ୍ୟାଶବ୍ୟାକ ଅଫର୍‌ ଦେଉଛି। ଏହା ବ୍ୟତୀତ ଯଦି ଆପଣ ଚାହିଁବେ, ତା’ ହେଲେ ପୁରୁଣା ଫୋନ ଏକ୍ସଚେଞ୍ଜ କରାଇ ପାରିବେ। ଏକ୍ସଚେଞ୍ଜର ସର୍ବାଧିକ ଭାଲ୍ୟୁ ରହିଛି ୧୬,୯୦୦ ଟଙ୍କା। ଯଦି ଆପଣଙ୍କ ପାଖରେ ପୁରୁଣା ଆଇଫୋନ କିମ୍ବା ଅନ୍ୟ କୌଣସି ହାଇ ଏଣ୍ଡ୍‌ ସ୍ମାର୍ଟଫୋନ ରହିଛି, ତା’ ହେଲେ ଏହାକୁ ଏକ୍ସଚେଞ୍ଜ କରାଇ ଆହୁରି ବି ଶସ୍ତାରେ iPhone 11 କିଣି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.