ଟେକ୍

ବିନା ଚାର୍ଜରରେ ମଧ୍ୟ କରିପାରିବେ ଫୋନ୍‌ ଚାର୍ଜ, ଜାଣନ୍ତୁ ଏହା କିପରି କରିବେ

ବର୍ତ୍ତମାନ ସମୟରେ ଆମ ପାଇଁ ଫୋନ ବହୁତ ଜରୁରୀ ହୋଇଯାଇଛି । ଫୋନ୍‌ ଆମ ପାଇଁ ଏତେ ଆବଶ୍ୟକ ହୋଇପଡିଛି ଯେ, ଆମେ ବିନା ଫୋନରେ ବାହାରକୁ ଯିବା କଥା ଚିନ୍ତା ମଧ୍ୟ କରୁନାହାନ୍ତି । ଯଦି ଆପଣ କେବେ ବାହାରକୁ ଯାଉଛନ୍ତି ଓ ଫୋନ୍‌ର ଚାର୍ଜର ନେବାକୁ ଭୁଲି ଯାଉଛନ୍ତି ଆଉ ଏହି ସମୟରେ ଫୋନରୁ ଚାର୍ଜ ସରିଯାଉଛି ତେବେ ଆପଣ କଣ କରିବେ ? ଆମେ ଆପଣଙ୍କୁ ଆଜି ଏହାର ଏକ ସ୍ମାର୍ଟ ଟ୍ରିକ କହିବୁ ଯାହାକୁ ମାନିଲେ ଏ ସମସ୍ୟା ରହିବ ନାହିଁ .. । କିଛି ଏଭଳି ଉପାୟ ଅଛି ଯେଉଁଥିରେ ଆପଣ ବାହାରେ ଥିଲେ ମଧ୍ୟ ନିଜ ଫୋନ୍‌କୁ ଚାର୍ଜ କରିପାରିବେ ସେ ବି ବିନା ଚାର୍ଜରରେ । ତେବେ ଆମେ ଆଜି ଆପଣମାନଙ୍କୁ କିଛି ଏପରି ଉପାୟ ବିଷୟରେ ଜଣାଇବୁ ଯାହା ଅତି ଜରୁରୀ କାଳିନ ପରିସ୍ଥିତିରେ କାମରେ ଆସିପାରିବ ।

ଆପଣମାନେ ତ ଜାଣିଥିବେ ଯେ ଫୋନ୍‌ ଚାର୍ଜ କରିବାକୁ ହେଲେ ପାଓ୍ଵାର୍‌ ବ୍ୟାଙ୍କ, ଚାର୍ଜିଂ USB କେବଲ ଭଳି ଜିନିଷ ଉପଯୋଗୀ ହୋଇଥାଏ । ତେବେ ଏଥିପାଇଁ ଆପଣଙ୍କୁ ଏକ ଚାର୍ଜିଂ କେବୁଲ୍‌ ଦରକାର ହୋଇଥାଏ ଯାହା ଆପଣଙ୍କର ଆଇଫୋନ୍‌ କିମ୍ବା ଆଣ୍ଡ୍ରଏଡ୍‌ ଡିଭାଇସ୍‌ ସହିତ ମିଳିଥାଏ ।ଏବେ ଜାଣି ନିଅନ୍ତୁ ସେହି ତରିକା ସମ୍ପର୍କରେ …

ପାଓ୍ଵାର୍‌ ବ୍ୟାଙ୍କ ସାହାର୍ଯ୍ୟରେ ଚାର୍ଜ କରନ୍ତୁ :
ଯଦି ଆପଣ ନିଜ ପାଖରେ ପାଓ୍ଵାର ବ୍ୟାଙ୍କ ରଖିଛନ୍ତି, ତାହେଲେ ଆପଣ ଚାର୍ଜର କେବଲ ଜରିଆରେ ଫୋନ୍‌କୁ ପାଓ୍ଵାର ବ୍ୟାଙ୍କ ସହ କନେକ୍ଟ କରନ୍ତୁ । ଏହା ବ୍ୟତୀତ ଆପଣ ଏଭଳି ମଧ୍ୟ କରିପାରିବେ ଯେ, ଚାର୍ଜ ନଥିବା ଫୋନ୍‌ଟିକୁ ଏପରି ଫୋନ୍‌ରେ କନେକ୍ଟ କରିବେ ଯେଉଁଥିରେ ରିଭର୍ସ ଚାର୍ଜିଂ ଭଳି ଫିଚର ଥିବ । ଏହି ଫୋନ୍‌ ଆପଣଙ୍କ ପାଇଁ ପାଓ୍ଵାର ବ୍ୟାଙ୍କ ଭଳି କାମରେ ଆସିବ । ଏହାପରେ USB କେବଲ୍‌ ଜରିଆରେ କନେକ୍ଟ ହୋଇଥିବା ଫୋନ୍‌ ଚାର୍ଜ ହୋଇପାରିବେ । ତେବେ ଆପଣମାନେ ଜାଣିନିଅନ୍ତୁ କେଉଁ ସବୁ ଫୋନ୍‌ରେ ରିଭର୍ସ ଚାର୍ଜିଂ ଫିଚର ରହିଛି । ଯେପରି Galaxy S23, Galaxy S23 Plus, Galaxy S23 Ultra ଏବଂ Motorola: Edge 40 ଭଳି ଅନେକ ଫୋନ୍‌ ଆସୁଛି ଯେଉଁ ଥିରେ ରିଭର୍ସ ଚାର୍ଜିଂ ଫିଚର ରହିଛି ।

ବାଓ୍ଵାର ଲେସ୍‌ ଚାର୍ଜିଂର ସାହାର୍ଯ୍ୟ ନେଇ ପାରିବେ :
ଯଦି ଆପଣଙ୍କ ପାଖରେ ଚାର୍ଜର ନାହିଁ, ତାହେଲେ ଆପଣ ବାଓ୍ଵାର ଲେସ୍‌ ଚାର୍ଜର ଜରିଆରେ ଫୋନ୍‌ ଚାର୍ଜ କରିପାରିବେ । ଏଥିପାଇଁ ବାଓ୍ଵାର ଲେସ୍‌ ଫୋନ୍‌ ଚାର୍ଜର ସାହାର୍ଯ୍ୟ ନେଇ ପାରିବେ । ହେଲେ ଏହିଭଳି ଫିଚର ସମସ୍ତଙ୍କ ଫୋନ୍‌ରେ ରହିନଥାଏ । ସେଥିପାଇଁ ଧ୍ୟାନ ରିଖିବେ ଯେ ବାଓ୍ଵାର ଲେସ୍‌ ଚାର୍ଜିଂ ଫିଚର ଆପଣଙ୍କ ଫୋନ୍‌ରେ ମଧ୍ୟ ରହିଥିବା ଆବଶ୍ୟକ । ଯଦି ଏହି ଫିଚର ଆପଣଙ୍କ ଫୋନ୍‌ରେ ଅଛି ତାହେଲେ, ଆପଣ ଏଥିପାଇଁ କାହାକୁ ମଧ୍ୟ ପଚାରି ପରିବେ । ଯଦି ଆପଣଙ୍କୁ ଏଭଳି ଫୋନ୍‌ ମିଳିଯାଉଛି, ତାହେଲେ ଆପଣଙ୍କୁ ବାସ୍‌ ସେହି ଫୋନ୍‌ ଉପରେ ନିଜ ଫୋନ୍‌କୁ ରିଖି ଦିଅନ୍ତୁ । ଏହାପରେ ଦେଖିବେ ଆପଣଙ୍କ ଫୋନ୍‌ ବହୁତ ସହଜରେ ଚାର୍ଜ ହୋଇଯିବ ।

KNews Bureau

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

6 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

15 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

49 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

57 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago