ପୁରୁଣା ବାଇକ ଆଉ ସ୍କୁଟରକୁ ଏପରି କରନ୍ତୁ ଇଲେକ୍ଟ୍ରିକ, ସବୁଦିନ ପାଇଁ ପେଟ୍ରୋଲ ଚିନ୍ତା ହେବ ଗାୟବ

ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ ଦାମ ଆକାଶ ଛୁଇଁଲାଣି। ଯାହାଫଳରେ ବାଇକ ଏବଂ କାର ଚଲାଉଥିବା ଲୋକଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। କାହିଁକିନା ଖର୍ଚ୍ଚ ଅଧିକ ବଢିଯାଇଛି। ଆଉ ଏଥିପାଇଁ ଲୋକେ ଇଲେକ୍ଟ୍ରିକ ଇନ୍ଧନ ଆଡକୁ ଅଧିକ ଆକର୍ଷିତ ହେଉଥିବା ଦେଖିବାକୁ ମିଳୁଛି। କିନ୍ତୁ ଇଲେକ୍ଟ୍ରିକ ବାହନ ସାଧାରଣତଃ ମହଙ୍ଗା ରହିଛି ତେଣୁ ଜଣେ ସାଧାରଣ ଲୋକଙ୍କ ପାଇଁ ଏହା ବଜେଟ ବାହାରେ ହୋଇଥାଏ। ତେଣୁ ଆଜି ଆମେ ଆପଣଙ୍କ ପାଇଁ ଏକ ବଢିଆ ଟେକନିକ ନେଇ ଆସିଛୁ ଯାହା ଜରିଆରେ ଆପଣ ନିଜ ପେଟ୍ରୋଲ ବାଇକକୁ ଇଲେକ୍ଟ୍ରିକ ବାଇକରେ ପରିଣତ କରିପାରିବେ। ଏହାଦ୍ୱାରା ପେଟ୍ରୋଲ ଖର୍ଚ୍ଚ ବି କମିଯିବ ଏବଂ ବାଇକର ମେଣ୍ଟେନାନ୍ସ ବି ଶସ୍ତା ହୋଇଯିବ।

ଯଦି ଆପଣ ନୂଆ ବାଇକ କିଣିବାକୁ ମନ ବଳାଉଛନ୍ତି ତାହେଲେ ଏବେବି କିଛି ଇଲେକ୍ଟ୍ରିକ ଟୁ-ହୁଇଲର୍ସ ରହିଛି ଯାହା ଆପଣଙ୍କ ବଜେଟ ଭିତରେ ଆସିଯିବ। କିନ୍ତୁ ଯଦି ଆପଣଙ୍କ ପାଖରେ ପୂର୍ବରୁ ଦୁଇଚକିଆ ଗାଡି ଅଛି ଏବଂ ଆପଣ ତା ଉପରେ ହେଉଥିବା ଖର୍ଚ୍ଚକୁ ନେଇ ଚିନ୍ତାରେ ପଡିଲେଣି ତାହେଲେ ଆପଣ ଆପଣଙ୍କ ପୁରୁଣା ବାଇକକୁ ଇଲେକ୍ଟ୍ରିକ ବାଇକ କରିପାରିବେ। ଏଥିପାଇଁ ଆପଣଙ୍କୁ ଟୁ-ହୁଇଲରରେ ଇଲେକ୍ଟ୍ରିକ କିଟ ଲଗାଇବାକୁ ହେବ। କିନ୍ତୁ ଏଥିପାଇଁ ଆପଣଙ୍କୁ କିଛି ଟଙ୍କା ଖର୍ଚ୍ଚ କରିବାକୁ ହେବ। ଆଉ ତାପରେ ଥରେ ଇଲେକ୍ଟ୍ରିକ ହୋଇଯିବା ପରେ ଆପଣଙ୍କୁ ଆଉ ଟଙ୍କା ଖର୍ଚ୍ଚ କରିବାକୁ ପଡିବନାହିଁ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଭାରତରେ ଏମିତି ଅନେକ ଯାଗା ଅଛି ଯେଉଁଠି ଆପଣ ନିଜ ବାଇକ କିମ୍ବା ସ୍କୁଟରକୁ ଇଲେକ୍ଟ୍ରିକ ବନାଇ ମାତ୍ର ସିଙ୍ଗଲ ଚାର୍ଜରେ ୧୫୧ କିମି ପର୍ଯ୍ୟନ୍ତ ରେଞ୍ଜ ପାଇପାରିବେ।

ଭାରତରେ ଏମିତି ଅନେକ କମ୍ପାନୀ ଅଛି ଯାହା ନାକେବଳ ବାହନକୁ ଇଲେକ୍ଟ୍ରିକ କରିଥାଏ ବରଂ ପୁରୁଣା ସାମାନ୍ୟ ଇଞ୍ଜିନଯୁକ୍ତ ସ୍କୁଟରକୁ ବି ଇଲେକ୍ଟ୍ରିକରେ ବଦଳାଇବା କାମ ବି କରିଥାଏ। ଏଥିରେ ବାଉଁନ୍ସ ଇଲେକ୍ଟ୍ରିକ, ଜୁଇଙ୍କ ଏବଂ ଗୋଗୋଏ1 ସାମିଲ ରହିଛି। ଏହି କମ୍ପାନୀ ଆପଣଙ୍କ ପୁରୁଣା ବାଇକର ଇଞ୍ଜିନ ଏବଂ ଗୀୟରବକ୍ସ ବାହାର କରି ଏଥିରେ ଇଲେକ୍ଟ୍ରିକ କିଟ ଲଗାଇଦିଅନ୍ତି। ଏବଂ ରେଟ୍ରୋ ଫିଟିଙ୍ଗ ପରେ ଏହି ବାହନ ଇଲେକ୍ଟ୍ରିକ ବନିଯାଏ।

ଇଲେକ୍ଟ୍ରିକ କିଟ ବନାଇବା ପାଇଁ ବାଇକ ତୁଳନାରେ ସ୍କୁଟରରେ ବହୁତ କମ ଟଙ୍କା ଖର୍ଚ୍ଚ ହୋଇଥାଏ। କାରଣ ସ୍କୁଟରରେ ବୁଟ ସ୍ପେସ ଅଧିକ ରହିଥାଏ ତେଣୁ ଏହାକୁ ଇଲେକ୍ଟ୍ରିକରେ ବଦଳାଇବାକୁ ସହଜ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.