ଫୋନ ଚୋରି ହୋଇଗଲେ ଘରୁ ବସି ଡିଲିଟ କରିପାରିବେ UPI ID, ଆପଣାନ୍ତୁ ଏହି ଟିପ୍ସ

ସ୍ମାର୍ଟଫୋନରେ ଇଣ୍ଟରନେଟର ବ୍ୟବହାର ବୃଦ୍ଧି ପାଇଛି । ବର୍ତ୍ତମାନ ଅନଲାଇନ୍ ପେମେଣ୍ଟ ପାଇଁ ସ୍ମାର୍ଟଫୋନ୍ ଅଧିକ ବ୍ୟବହାର କରାଯାଉଛି । ଅଧିକାଂଶ ଲୋକ ଅନଲାଇନ୍ ପେମେଣ୍ଟ ପାଇଁ UPI ବ୍ୟବହାର କରନ୍ତି । ଏପରି ପରିସ୍ଥିତିରେ ଯଦି ଆପଣଙ୍କ ଫୋନ୍ ହଜିଯାଏ କିମ୍ବା ଚୋରି ହୁଏ ତେବେ ଏହା ଏକ ବଡ ସମସ୍ୟା ହୋଇପାରେ ।
ଯଦି ଫୋନ୍ ହଜିଯାଏ କିମ୍ବା ଚୋରି ହୁଏ ତେବେ ପର୍ସନାଲ ଏବଂ ବ୍ୟାଙ୍କିଙ୍ଗ୍ ଡିଟେଲ୍ସ ଲିକ୍ ହେବାର ଆଶଙ୍କା ଅଧିକ ଥାଏ । ଆପଣଙ୍କ UPI ର ଅପବ୍ୟବହାର ହେବାର ସମ୍ଭାବନା ମଧ୍ୟ ରୁହେ । କିନ୍ତୁ ଆପଣ ଜାଣିଛନ୍ତି କି ଯଦି ଆପଣଙ୍କର ଫୋନ୍ ହଜିଯାଉଛି ତେବେ ଆପଣ ଘରେ ବସି ସେହି ଫୋନରେ ଥିବା UPI ID ଡିଲିଟ୍ କରିପାରିବେ । ଆସନ୍ତୁ ଜାଣିବା କେଉଁ ଟିପ୍ସ ବ୍ୟବହାର କରିବେ ।
ଯଦି ଆପଣଙ୍କର ଫୋନ୍ ଚୋରି ହୋଇଛି କିମ୍ବା ହଜିଯାଇଛି ତେବେ ଆପଣଙ୍କୁ ପ୍ରଥମେ ଗୁଗଲରୁ ଆପଣଙ୍କର ଡିଟେଲ୍ସ ହଟାଇବାକୁ ପଡିବ । ଏଥିପାଇଁ ଆପଣଙ୍କୁ ଅନ୍ୟ କୌଣସି ଫୋନରୁ ୧୮୦୦୪୧୯୦୧୫୭ ନମ୍ବରକୁ କଲ କରିବାକୁ ପଡିବ । ପୂରା ଘଟଣା ବିଷୟରେ କଷ୍ଟମର କେୟାରକୁ ଜଣାଇବାକୁ ପଡ଼ିବ । କଷ୍ଟମର କେୟାର ଅଧିକାରୀ ଆପଣଙ୍କ ଦ୍ୱାରା ଦିଆଯାଇଥିବା ଡିଟେଲ୍ସ ଯାଞ୍ଚ କରିବା ପରେ ଆପଣଙ୍କ ଗୁଗଲ୍ ପେରୁ UPI ID କୁ ବ୍ଲକ୍ କରିବେ ।
ଯଦି ଆପଣ ଫୋନ୍ ପେ’ରେ UPI ID ବ୍ୟବହାର କରୁଛନ୍ତି, ତେବେ ଏହାକୁ ସେଠାରୁ ହଟାଇବା ପାଇଁ ଆପଣଙ୍କୁ ୦୨୨୬୮୭୨୭୩୭୪ କିମ୍ବା ୦୮୦୬୮୭୨୭୩୭୪କୁ କଲ କରିବାକୁ ପଡିବ । ଏହା ପରେ ଆପଣଙ୍କୁ କଷ୍ଟମର କେୟାର ଅଧିକାରୀଙ୍କୁ ଘଟଣା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବାକୁ ପଡିବ । ଆପଣଙ୍କ ଡିଟେଲ୍ସ ଯାଞ୍ଚ ହେବା ପରେ ଅଧିକାରୀ ଆପଣଙ୍କ ଫୋନରୁ UPI ID କୁ ବ୍ଲକ୍ କରିବେ ।
ଯଦି ଆପଣ Paytm ରେ UPI ID ବ୍ୟବହାର କରୁଛନ୍ତି ତେବେ ସେଠାରୁ ଏହାକୁ ହଟାଇବା ପାଇଁ ଆପଣଙ୍କୁ ହେଲ୍ପଲାଇନ ନମ୍ବର ୦୧୨୦୪୪୫୬୪୫୬କୁ କଲ କରିବାକୁ ପଡିବ । ଏହା ବ୍ୟତୀତ ଆପଣ ପେଟିଏମ୍ ୱେବସାଇଟ୍ କୁ ଯାଇ ୨୪ X ୭ ହେଲ୍ପ ଅପ୍ସନ ଉପରେ କ୍ଲିକ୍ କରି ଆପଣଙ୍କର ଡିଟେଲ୍ସ ଦେଇପାରିବେ । ଏଥିରେ ଆପଣଙ୍କୁ ଫୋନ୍ ହଜାଇଥିବାର ପୋଲିସ ରିପୋର୍ଟ ମଧ୍ୟ ଦେବାକୁ ପଡିବ । ଏହା ପରେ ଆପଣଙ୍କର PTM ଆକାଉଣ୍ଟ ସାମୟିକ ଭାବରେ ବ୍ଲକ୍ ହେବ ।