ପିଲା ମୋବାଇଲରେ କ’ଣ କରିଛନ୍ତି ସର୍ଚ୍ଚ, ହିଷ୍ଟ୍ରି ଡିଲିଟ୍ କରିବା ପରେ ମଧ୍ୟ ଜାଣିହେବ, ଜାଣନ୍ତୁ ପୁରା ପ୍ରୋସେସ

ମୋବାଇଲର ବ୍ଯବହାର ଆଜିକାଲି ସମସ୍ତେ କରୁଛନ୍ତି। ଘରର ପିଲାଠାରୁ ଆରମ୍ଭ କରି ବଡ ପର୍ଯ୍ଯନ୍ତ ସମସ୍ତଙ୍କ ପାଖରେ ରହିଛି ସ୍ମାର୍ଟଫୋନ। ଆଉ ଆଜିକାଲି ପିଲାଙ୍କର ଅନଲାଇନ କ୍ଲାସ ଚାଲିଥିବାରୁ ଘରର ପ୍ରତ୍ଯେକ ସଦସ୍ଯ ସ୍ମାର୍ଟଫୋନ ବ୍ଯବହାର କରୁଛନ୍ତି। ଏମିତିରେ ପିଲା କ୍ଲାସ ସରିବା ପରେ ଯଦି ବୋମାଇଲରେ ଅନ୍ଯ କିଛି ସର୍ଚ୍ଚ କରେ, ତେବେ ଏହା ପିଲାର ଭବିଷ୍ଯତ ଉପରେ ଖରାପ ପ୍ରଭାବ ପକାଏ। ତେବେ ଏମିତି କିଛି ପିଲା ଅଛନ୍ତି, ସେମାନେ ଚାଲାକି କରି ସର୍ଚ୍ଚ ପ୍ଲାଟଫର୍ମରୁ ଗୁଗଲରୁ ସର୍ଚ୍ଚ କରିଥିବା ହିଷ୍ଟ୍ରିକୁ ଡିଲିଟ୍ କରିଦେଉଛନ୍ତି। ଯଦି ପିଲା ଏମିତି କରୁଥାଏ, ତେବେ ଆପଣ କେମିତି ଜାଣିବେ। ଏମିତି ଏକ ଉପାୟ ରହିଛି, ଯାହା ସାହାଯ୍ଯରେ ଆପଣଙ୍କ ମୋବାଇଲରେ କ’ଣ ସର୍ଚ୍ଚ ହୋଇଥିଲା, ତାହା ହିଷ୍ଟ୍ରି ଡିଲିଟ କଲା ପରେ ମଧ୍ୟ ଜାଣିପାରିବେ।

ଏମିତି କରନ୍ତୁ ଯାଞ୍ଚ:

ଯଦି ଆପଣଙ୍କର ଗୁଗଲ ହିଷ୍ଟ୍ରି ଡିଲିଟ୍ କରିଦିଆଯାଇଛି, ତେବେ ୟୁଜର ଗୁଗଲ କ୍ରୋମ୍ ସର୍ଚ୍ଚ ଟ୍ଯାବ୍ ଓପନ କରନ୍ତୁ। ଏହାର ଉପରେ ଡାହାଣ କର୍ନରରେ ଥିବା ତିନିଟି ଡଟ୍ ଲାଇନ ଉପରେ କ୍ଲିକ କରନ୍ତୁ। ଏହା ପରେ ଏକ ନୂଆ ୱିଣ୍ଡୋ ଖୋଲିବ, ଯେଉଁଠାରେ ସେଟିଂ ଅପସନ ଦେଖିବାକୁ ମିଳିବ। ଯାହା ଉପରେ କ୍ଲିକ କରିବ। ସେଟିଂ ଅପସନକୁ କ୍ଲିକ କରିବା ପରେ site setting ଅପସନ ନଜର ଆସିବ। ଏହା ଉପରେ କ୍ଲିକ କରିବା ପରେ ସମସ୍ତ ଅପସନ ନଜର ଆସିବ। ଏଥିରେ ସବୁଠାରୁ ଉପରେ All Sites ଅପସନ ଦେଖିବାକୁ ମିଳିବ। ଏହି ଅପସନକୁ କ୍ଲିକ କରିବା ପରେ ସର୍ଚ୍ଚ କରିଥିବା ସମସ୍ତ ସାଇଟ୍ ର ସବିଶେଷ ବିବରଣୀ ମିଳିବ।

search

 

ଏହି ଡିଲେଟ ହୋଇଥିବା ହିଷ୍ଟ୍ରି ବିଷୟରେ ସେତେବେଳେ ଜାଣିପାରିବେ ଯେତେବେଳେ ଫୋନରେ Google Syns ଅନ୍ ଥିବ। ଏହି ଫିଚର ସମସ୍ତ ବ୍ରାଉଜ କରାଯାଇଥିବା ହିଷ୍ଟ୍ରିର ଡିଟେଲ ରଖିଥାଏ।

Leave A Reply

Your email address will not be published.