Flipkart ବିଗ ବିଲିୟନ ଡେଜ ସେଲରେ ମାତ୍ର ୨୬ ହଜାର ଟଙ୍କାରେ ପାଇପାରିବେ ଆଇଫୋନ

ଫ୍ଲିପକାର୍ଟର ବିଗ ବିଲିୟନ ଡେଜ ସେଲ ଆସନ୍ତା ଅକ୍ଟୋବର ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ପ୍ରାୟ ପ୍ରତ୍ୟକ ବର୍ଗର ଲୋକ ଯେମିତି ଏହି ଦିନକୁ ଚାତକ ପରି ଚାହିଁ ବସିଛନ୍ତି । କିଏ ଟିଭି କିଣିବାକୁ ସେଲ ଅପେକ୍ଷାରେ ଅଛନ୍ତି ତ କିଏ ମୋବାଇଲ ଟିଏ କିଣିବାକୁ ଚାହିଁ ବସିଛି । ଆଉ କିଏ ଘରୋଇ ଆସବାବ ପତ୍ର କିଣିବାକୁ ଅପେକ୍ଷା କରିଛି । କିନ୍ତୁ ଏପଟେ ସେଲ ଆରମ୍ଭ ହେବା ପୂର୍ବରୁ ହିଁ ଅଫର୍ସ ଗୁଡିକ ଲୋକଲୋଚନକୁ ଆସିବାରେ ଲାଗିଛି । ଆଉ ଯଦି ଆପଣ ଆଇଫୋନ ଟିଏ କିଣିବାକୁ ଅନେଇ ବସିଛନ୍ତି ତେବେ ଏହି ଖବର ନିଶ୍ଚିତ ରୂପେ ଆପଣଙ୍କ ପାଇଁ ଲାଭକାରୀ ହେବ ।::

ଫ୍ଲିପକାର୍ଟର “Curtain Raiser Deals”ରେ ଆପଣ iPhone SEକୁ ସବୁଠୁ କମ ଦାମରେ କିଣିପାରିବେ । ଡ଼ିସକାଉଣ୍ଟ ସହ ଏହାର ମୂଲ୍ୟ ୨୫ ହଜାର ୯୯୯ ଟଙ୍କା ରଖାଯାଇଛି । ଏହି ଦରରେ ଆପଣଙ୍କୁ ୬୪ ଜିବି ଷ୍ଟୋରେଜର ମଡ଼େଲ ମିଳିଯାଇପାରିବ । ଯେବେକି ୧୨୮ ଜିବି ମଡ଼େଲକୁ ୩୦୯୯୯ ଟଙ୍କାରେ ଓ ୨୫୬ ଜିବି ମଡ଼େଲକୁ ୪୦ ହଜାର ୯୯୯ ଟଙ୍କାରେ କିଣିପାରିବେ ।

ଫ୍ଲିପକାର୍ଟ ସେଲ ଆରମ୍ଭ ହେବା ପୂର୍ବରୁ “Curtain Raiser Deals” ରେ ଭିନ୍ନ ଭିନ୍ନ ପ୍ରକାରର ପ୍ରଡକ୍ଟ ସବୁକୁ ଲିସ୍ଟ କରାଯାଇଛି । ଏହି ଲିସ୍ଟରେ Google Pixel 4a, iPhone SE (2020), Pocco X 3 Pro ଆଦି ସାମିଲ ଅଛି । ଏହି ସେଲ ପାଇଁ ଫ୍ଲିପକାର୍ଟ କମ୍ପାନୀ ଆକ୍ସିସ ଓ ଆଇସିସିଆଇ ବ୍ୟଙ୍କ ସହ ଏକ ବୁଝାମଣା ମଧ୍ୟ ସ୍ୱାକ୍ଷରିତ କରିଛି । ଯେଉଁଥିରେ ଗ୍ରାହକଙ୍କୁ ୧୦
ପ୍ରତିଶତର ଇନ୍ଟରେଷ୍ଟ ଡ଼ିସକାଉଣ୍ଟ ଆକାରରେ ମିଳିପାରିବ । Google Pixel 4aକୁ ବି ୨୫ ହଜାର ୯୯୯ ଟଙ୍କାରେ ଲଂଚ କରାଯାଇଛି । ଯେବେକି Poco X3 Proକୁ ୧୬ ହଜାର ୯୯୯ ଟଙ୍କାରେ କିଣାଯାଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.