ଯଦି ଆପଣ ଜଣେ ଆପଲ୍ ଲଭର ଏବଂ ନୂଆ iPhone 16 କିଣିବାକୁ ଚାହୁଁଛନ୍ତି, ତେବେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଡିଜିଟାଲର ଅଫର ବିଷୟରେ ଆପଣ ନିଶ୍ଚୟ ଜାଣିବା ଉଚିତ । ରିଲାଏନ୍ସ ଡିଜିଟାଲରେ ଆପଣ କମ ଦାମରେ ଆଇଫୋନ୍ 16 କିଣି ପାରିବେ । ଏହା ବ୍ୟତୀତ ଆପଣ ବ୍ୟାଙ୍କ ଡିସକାଉଣ୍ଟ ଏବଂ ନୋ କଷ୍ଟ EMIର ଲାଭ ମଧ୍ୟ ପାଇବେ । ତେବେ ଆସନ୍ତୁ ଏହା ବିଷୟରେ ଭଲ ଭାବରେ ଜାଣିବା ।
ସେପ୍ଟେମ୍ବର ୯ରେ iPhone 16 ସିରିଜ୍ ସର୍ବଭାରତୀୟ ସ୍ତରରେ ଲଞ୍ଚ କରାଯାଇଥିଲା । ଲୋକମାନେ ଏହି ଫୋନକୁ ଶୀଘ୍ର କିଣିବାକୁ ଚାହୁଁଛନ୍ତି । ତେବେ iPhone 16ର ୧୨୮ ଜିବି ଭାରିଆଣ୍ଟର ଦାମ ୭୯,୯୦୦ ଟଙ୍କା କିନ୍ତୁ ରିଲାଏନ୍ସ ଡିଜିଟାଲରେ ଏହି ଫୋନରେ ଇନଷ୍ଟାଣ୍ଟ ୫ ହଜାର ଟଙ୍କାର ଡିସକାଉଣ୍ଟ ମିଳୁଛି ।
ଯଦି ଆପଣଙ୍କର ଆଇସିଆଇସିଆଇ, ଏସବିଆଇ, କୋଟାକ୍ ବ୍ୟାଙ୍କର କ୍ରେଡିଟ୍ କାର୍ଡ ଥାଏ ତେବେ ଆପଣ ୫ ହଜାର ଟଙ୍କାର ଇନଷ୍ଟାଣ୍ଟ ଡିସକାଉଣ୍ଟ ପାଇବେ । ଏହା ପରେ ଏହି ଫୋନର ଦାମ ୭୪,୯୦୦ ଟଙ୍କା ହେବ। ଏହା ବ୍ୟତୀତ ନୋ-କଷ୍ଟ EMI ଅପ୍ସନ ମଧ୍ୟ ଏଠାରେ ଉପଲବ୍ଧ । ଯଦି ଆପଣ ନୋ କଷ୍ଟ EMIରେ ଫୋନ କିଣୁଛନ୍ତି ତେବେ ଆପଣଙ୍କୁ ୬ ମାସ ପାଇଁ ପ୍ରତି ମାସରେ ୧୨,୪୮୩ ଟଙ୍କା ଦେବାକୁ ପଡିବ ।
ଆଇଫୋନ୍ 16 ର ଖାସ ଫିଚର :
iPhone 16 ପ୍ଲସରେ କମ୍ପାନୀ ୬.୧ ଇଞ୍ଚର ସୁପର ରେଟିନା XDR ଡିସପ୍ଲେ , Dynamic Island, True Tone, P3 Wide Colour ଏବଂ ୨୦୦୦ ନିଟ୍ ର ପିକ ବ୍ରାଇଟନେସ ଦେଇଛି । ଏହି ଫୋନରେ ପ୍ରୋସେସର୍ ପାଇଁ ଆପଲ୍ A୧୮ ଚିପସେଟ୍ ଦିଆଯାଇଛି । ଏହି ଫୋନ୍ ୧୨୮GB, ୨୫୬GB ଏବଂ ୫୧୨GB ଷ୍ଟୋରେଜ୍ ସହିତ ଲଞ୍ଚ କରାଯାଇଛି ।
ଏହି ଫୋନରେ ଆକ୍ସନ୍ ବଟନ୍, ଆପଲ୍ ଇଣ୍ଟେଲିଜେନ୍ସ ଏବଂ କ୍ୟାମେରା କଣ୍ଟ୍ରୋଲ୍ ବଟନ୍ ଭଳି ଅନେକ ଖାସ ଫିଚର ଦିଆଯାଇଛି । କମ୍ପାନୀ ଏହି ଫୋନକୁ ୫ଟି କଲର ଅପ୍ସନରେ ଲଞ୍ଚ କରିଛି ଫୋନରେ Li-ion, MagSafe, Qi2, Qi ୱାୟରଲେସ ଚାର୍ଜିଂ ଏବଂ USB ଟାଇପ୍-ସି ୱାୟର ଚାର୍ଜିଂ ସପୋର୍ଟ ଦିଆଯାଇଛି ।